ବ୍ରହ୍ମପୁର ସହରରେ ରହିଛି ୭ ବ୍ଲାକ୍‌ସ୍ପଟ୍‌

ବ୍ରହ୍ମପୁର ଅଫିସ,୬ା୮: ବ୍ରହ୍ମପୁର ସହର ଓ ସନ୍ନିକଟ ଦେଇ ଯାଇଥିବା ଜାତୀୟ ରାଜପଥ-୧୬ ଏବେ ଦୁର୍ଘଟଣାପ୍ରବଣ ହୋଇପଡ଼ିଛି। ସଡ଼କ ଦୁର୍ଘଟଣା ରୋକିବା ପାଇଁ ଅନେକ ଯୋଜନା ହୋଇଥିଲେ ମଧ୍ୟ ସହରରେ ଥିବା ୭ଟି ବ୍ଲାକ୍‌ସ୍ପଟରେ ପ୍ରତିଦିନ ଛୋଟବଡ ଦୁର୍ଘଟଣା ଦେଖିବାକୁ ମିଳୁଛି। ଅସଜଡ଼ା ରାସ୍ତା, ଜାତୀୟ ରାଜପଥରେ ଠିକ୍‌ ସୂଚନା ନ ଥିବା ଏବଂ ସ୍ଥିତି ଖରାପ ଯୋଗୁ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହୋଇଛି। ବ୍ରହ୍ମପୁର ପୋଲିସ ଜିଲାରେ ୧୦ ବ୍ଲାକ୍‌ସ୍ପଟ (ଦୁର୍ଘଟଣା ପ୍ରବଣ ଅଞ୍ଚଳ) ଚିହ୍ନଟ ହୋଇଛି। ସହରରେ କୌଣସି ସ୍ଥାନରେ ୫ରୁ ଅଧିକ ଦୁର୍ଘଟଣା ଓ ୩ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲେ ସେହି ସ୍ଥାନଗୁଡ଼ିକୁ ବ୍ଲାକ୍‌ସ୍ପଟ ଭାବେ ଚିହ୍ନଟ କରାଯାଉଛି। ବ୍ରହ୍ମପୁର ପୋଲିସ ଜିଲାରେ ଥିବା ୧୦ଟି ବ୍ଲାକ୍‌ସ୍ପଟ ମଧ୍ୟରୁ ସହର ଭିତରେ ୭ଟି ରହିଥିବା ଜିଲା ପୋଲିସ କାର୍ଯ୍ୟାଳୟରୁ ସୂଚନା ମିଳିଛି। କେବଳ କାଗଜ କଲମରେ ଚିହ୍ନଟ ରହିଛି। ଅନ୍ୟପଟେ ପରିବହନ ବିଭାଗ ଓ ବିଭାଗୀୟ କର୍ତ୍ତୃପକ୍ଷ ଦୁର୍ଘଟଣା ହ୍ରାସ କରିବା ପାଇଁ ଠିକ୍‌ ପଦକ୍ଷେପ ନେଉନାହାନ୍ତି। ଫଳରେ ପ୍ରତିଦିନ ଏଠାରେ ଛୋଟବଡ ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳୁଛି। ପ୍ରକାଶ ଯେ, ଜିଲା ପରିବହନ ବିଭାଗ ପକ୍ଷରୁ ବ୍ରହ୍ମପୁର ପୋଲିସ ଜିଲାରେ ୧୦ ବ୍ଲାକ୍‌ସ୍ପଟ ଚିହ୍ନଟ କରାଯାଇଛି। ସେଗୁଡ଼ିକ ହେଲା ହଳଦିଆପଦରଠାରୁ ଖଜୁରିଆ ଓଭରବିଜ୍ର, ଲାଞ୍ଜିପଲ୍ଲୀ ବାଇପାସ୍‌ଠାରୁ ଆଙ୍କୁଲି ଓଭରବ୍ରିଜ, କନିଷି-ଗୋଳନ୍ଥରା ଜାତୀୟ ରାଜପଥ, ହଳଦିଆପଦର-ଗୋଳନ୍ଥରା, ପୋକଡ଼ିବନ୍ଧ ଛକରୁ ଗୋପାଳପୁର, ନୂଆବସ୍‌ଷ୍ଟାଣ୍ଡ ରୋଡ, କମାପଲ୍ଲୀ, ସଦର ଥାନା ଅନ୍ତର୍ଗତ କୁକୁଡ଼ାଖଣ୍ଡି ଛକ, ବାଲିପଡ଼ା ଛକ ଓ ଦିଗପହଣ୍ଡି ଥାନା ଅନ୍ତର୍ଗତ ରାଜନଗର ଛକକୁ ଚିହ୍ନଟ ହୋଇଛି।
ଏହିସବୁ ଅଞ୍ଚଳରେ ନିୟମିତ ଭାବେ ବାରମ୍ବାର ଦୁର୍ଘଟଣା ଘଟୁଛି। ଗତ ଜାନୁୟାରୀରୁ ଜୁନ୍‌ ମଧ୍ୟରେ ସହରରେ ୨୬ଟି ଦୁର୍ଘଟଣା ଘଟିଛି। ସେଥିମଧ୍ୟରୁ ୭ ଜଣଙ୍କ ମୃତ୍ୟୁ ଘଟିଛି (ମୃତକଙ୍କ ମଧ୍ୟରେ ୫ ଜଣ ପୁରୁଷ ଓ ୨ ମହିଳା)। ସେହିଭଳି ୧୮ ଜଣ ଗୁରୁତର ହୋଇଛନ୍ତି (୧୭ ପୁରୁଷ ଓ ଜଣେ ମହିଳା)। ୬ ସାମାନ୍ୟ ଆହତ ହୋଇଥିବା ଟ୍ରାଫିକ ପୋଲିସ ପକ୍ଷରୁ ସୂଚନା ମିଳିଛି।
ସୂଚନାଥାଉକି, ୨୦୨୧ରେ ଉକ୍ତ ୭ ଦୁର୍ଘଟଣାପ୍ରବଣ ଅଞ୍ଚଳରେ ୪୯ ଦୁର୍ଘଟଣା ହୋଇଥିବା ବେଳେ ୨୨ ଜଣଙ୍କ ମୃତ୍ୟୁ ହୋଇଥିଲା। ସେମାନଙ୍କ ମଧ୍ୟରେ ୨୦ ପୁରୁଷ ଓ ଦୁଇ ମହିଳା ରହିଛନ୍ତି। ଗୁରୁତର ଭାବେ ୩୧ ପୁରୁଷ ଓ ୨ ମହିଳା ଏବଂ ୮ ପୁରୁଷ ଓ ୩ ମହିଳା ସାମାନ୍ୟ ଆହତ ହୋଇଛନ୍ତି ବୋଲି ବ୍ରହ୍ମପୁର ଟ୍ରାଫିକ ଥାନାଧିକାରୀ ସୁନୀଲ କୁମାର ବେହେରା ସୂଚନା ଦେଇଛନ୍ତି। ସଡ଼କ ଦୁର୍ଘଟଣା ରୋକିବା ପାଇଁ ଟ୍ରାଫିକ ଥାନା ପୋଲିସ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଏବଂ ଲୋକଙ୍କୁ ସଚେତନ ମଧ୍ୟ କରାଯାଉଛି। ସେହିପରି ଟ୍ରାଫିକ ନିୟମ ଉଲ୍ଲଂଘନ କରିଥିବା ଗାଡ଼ି ଚାଳକଙ୍କଠାରୁ ଜରିମାନା ମଧ୍ୟ ଆଦାୟ ହେଉଛି। ସହରର ସବୁ ଛକରେ ଗାଡ଼ି ଧୀରେ ଚଳାଇବାକୁ ସିଗ୍‌ନାଲ ଦିଆଯାଉଛି। ଏହାସତ୍ତ୍ୱେ ମଧ୍ୟ ଅମାନିଆ ଚାଳକଙ୍କୁ ସାବାଡ଼ କରିବା ପାଇଁ ସେମାନଙ୍କଠାରୁ ଜରିମାନା ଆଦାୟ ହେଉଛି। ତଥାପି ବିଭିନ୍ନ କାରଣରୁ କେତେକ ଜାଗାରେ ଦୁର୍ଘଟଣା ଘଟୁଛି ଏବଂ ଜୀବନ ହାନି ହେଉଛି। ଏହାସତ୍ତ୍ୱେ ଦୁର୍ଘଟଣା ରୋକିବା ପାଇଁ ଟ୍ରାଫିକ ପୋଲିସ ପକ୍ଷରୁ ପ୍ରୟାସ କରାଯାଉଛି ବୋଲି ସେ କହିଛନ୍ତି। ଅନ୍ୟପଟେ ଆଞ୍ଚଳିକ ପରିବହନ ଅଧିକାରୀ ମାନସ ରଞ୍ଜନ ସାହୁ କହିଛନ୍ତି,ଯେଉଁ ରାସ୍ତାଗୁଡ଼ିକ ବ୍ଲାକ୍‌ସ୍ପଟ ଚିହ୍ନଟ ହୋଇଛି ସେଠାରେ ସାଇନ୍‌ ବୋର୍ଡ ଲଗାଯିବା ସହ ଚାଳକଙ୍କ ପାଇଁ ସତର୍କ ସୂଚନା ଫଳକ ଲଗାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

ଇରାନ-ଆମେରିକା ଯୁଦ୍ଧ ଭିତରେ ପଶିଲା ଚାଇନା, କହିଦେଲା ଏତେ ବଡ଼ କଥା, ଟ୍ରମ୍ପ ଛାନିଆ

ନୂଆଦିଲ୍ଲୀ,୩୦।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଚାଇନା ଇରାନ ବିରୁଦ୍ଧରେ ଆମେରିକାର ଆକ୍ରମଣକୁ ନିନ୍ଦା କରିଛି। ଚାଇନା ସ୍ପଷ୍ଟ ଭାବରେ କହିଛି ଯେ ଇରାନ ବିରୁଦ୍ଧରେ ସାମରିକ…

ଟାୱାର ଉପରକୁ ଚଢି ଏମିତି କାଣ୍ଡ କଲେ ଯୁବକ, ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

କୋରାପୁଟ, ୩୦।୩(ଅମିତାଭ ବେହେରା ): ମୋବାଇଲ ଟାୱାର ଉପରକୁ ଚଢି ଜଣେ ମଦ୍ୟପ ଯୁବକ ଉନ୍ମତ୍ତ କାଣ୍ଡ ସୃଷ୍ଟି କରିଥିବା ଘଟଣା କୋରାପୁଟ ଜିଲାରେ ଚର୍ଚ୍ଚାର ବିଷୟ…

ଅଲରାଉଣ୍ଡର କାମେରନ ଗ୍ରୀନଙ୍କୁ ନେଇ ମୁହଁ ଖୋଲିଲା କ୍ରିକେଟ ଅଷ୍ଟ୍ରେଲିଆ

ମୁମ୍ୱାଇ,୩୦ା୩: ଅଷ୍ଟ୍ରେଲିଆନ ଅଲରାଉଣ୍ଡର କାମେରନ ଗ୍ରୀନ ଚଳିତ ଆଇପିଏଲ୍‌ର ପ୍ରାରମ୍ଭିକ କିଛି ମ୍ୟାଚ୍‌ରେ କେବଳ ଜଣେ ବ୍ୟାଟର ଭାବେ ଖେଳିବେ। ଏ ନେଇ କ୍ରିକେଟ ଅଷ୍ଟ୍ରେଲିଆ(ସିଏ) ପକ୍ଷରୁ…

ବିଜେଡିକୁ ଶକ୍ତ ଧକ୍କା: ଭାଜପାରେ ମିଶିଲେ ବିଜେଡି ଉପାଧ୍ୟକ୍ଷଙ୍କ ସହ ୮ କାଉନସିଲର

କେନ୍ଦୁଝର,୩୦।୩ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଗଡ଼ ପୌର ଉପାଧ୍ୟକ୍ଷ ବରୋଦା ପ୍ରସନ୍ନ ଦାସଙ୍କ ସମେତ ଆଠ ଜଣ କାଉନସିଲର ସୋମବାର ବିଧିବଦ୍ଧ ଭାବେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ…

ଜରୁରୀକାଳୀନ ପରିସ୍ଥିତି, ସ୍ମାର୍ଟ ଲକଡାଉନ୍‌… ଇରାନ ଯୁଦ୍ଧ ଯୋଗୁ ଘୋର ସଙ୍କଟରେ ଏହି ସବୁ ଦେଶ

ନୂଆଦିଲ୍ଲୀ,୩୦।୩: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ ଆଉ ଏହି ତିନୋଟି ଦେଶ ମଧ୍ୟରେ ସୀମିତ ନାହିଁ। ତେଲ ଏବଂ ଗ୍ୟାସ ଯୋଗାଣରେ ବାଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri