୨୧ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା: ୧୭୭ ପ୍ରଧାନ ଶିକ୍ଷକଙ୍କ ସ୍ଥାନରେ ଅଛନ୍ତି ୬୫

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ): ମାଟ୍ରିକ ପରୀକ୍ଷାର ଚିନ୍ତା ଏବେ ଛାତ୍ରୀ ଛାତ୍ରଙ୍କୁ ବ୍ୟତିବ୍ୟସ୍ତ କରୁଥିବା ଲକ୍ଷ୍ୟ କରାଯାଇଛି। ଆସନ୍ତା ଫେବୃଆରୀ ୨୧ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା। ଏପରି ସ୍ଥଳେ କଳାହାଣ୍ଡି ଜିଲାରେ ଅଧାରୁ ଅଧିକ ହାଇସ୍କୁଲର ପ୍ରଧାନ ଶିକ୍ଷକ ପଦବୀ ଖାଲି ରହିଛି। ବିଭିନ୍ନ ସ୍କୁଲରେ ବର୍ଷବର୍ଷ ଧରି ବିଷୟ ଅନୁସାରେ ଶିକ୍ଷକ ନ ଥିବା କାରଣରୁ ଗୁଣାତ୍ମକ ଶିକ୍ଷାଦାନରେ ଅନ୍ତରାୟ ସୃଷ୍ଟି କରିଥିଲା। ସେ ଯାହାହେଉ ବର୍ତ୍ତମାନ ଅନେକ ଖାଲିଥିବା ସ୍ଥାନରେ ଶିକ୍ଷକ ନିଯୁକ୍ତି କରାଯାଇଛି। ଏବେ ମଧ୍ୟ ଆବଶ୍ୟକ ତୁଳନାରେ କେତେକ ପଦବୀ ପୂରଣ ହୋଇପାରିନାହିଁ। ମୂଳକଥା ହେଲା, କଳାହାଣ୍ଡି ଜିଲାରେ ରେଗୁଲାର ପ୍ରଧାନ ଶିକ୍ଷକ ୧୭୭ ମଧ୍ୟରୁ ଅଛନ୍ତି ମାତ୍ର ୬୫ଜଣ, ପିସିଏମ ଶିକ୍ଷକ ୨୮୦ରୁ ୨୬୪ ଏବଂ ସିବିଜେଡ ୨୩୨ରୁ ଅଛନ୍ତି ୨୦୫ ଜଣ। ହିନ୍ଦୀ ଶିକ୍ଷକ ୧୬୫ରୁ ଅଛନ୍ତି ୧୩୧ ଜଣ। ଏମିତି ଅନ୍ୟ ଶିକ୍ଷକଙ୍କ ଅଭାବ ଛାତ୍ରୀଛାତ୍ରଙ୍କ ପରୀକ୍ଷାରେ ନିଶ୍ଚିତ ପ୍ରଭାବ ପକାଇବା ସମ୍ଭାବନାକୁ ଏଡାଇଦେଇ ହେବନାହିଁ। ନିୟମିତ ପ୍ରଧାନ ଶିକ୍ଷକ ନ ଥିବା ଏକ ଗୁରୁତର ବିଷୟ। ଚଳିତବର୍ଷ କଳାହାଣ୍ଡି ଜିଲାରେ ୧୩୨ଟି ପରୀକ୍ଷା କେନ୍ଦ୍ରରେ ୧୯,୪୬୬ ଛାତ୍ରୀଛାତ୍ର ମାଟ୍ରିକ ପରୀକ୍ଷା ଦେବେ ବୋଲି ଜଣାପଡିଛି। ଏକ୍ସ ରେଗୁଲାର ୮୫ ଜଣ ଓ ଦୂର ଶିକ୍ଷାରେ ୨୦ ଜଣ ପରୀକ୍ଷା ଦେବେ ବୋଲି କୁହାଯାଇଛି। ପ୍ରତି ବ୍ଲକରେ ଗୋଟିଏ ଲେଖାଏଁ ନୋଡାଲ ସେଣ୍ଟର୍‌ କରାଯାଇଛି। ଜିଲାର ୧୩ ବ୍ଲକରେ ୧୩ ନୋଡାଲ ସେଣ୍ଟର ସ୍ଥିର ହୋଇଛି। ସ୍କୁଲ ରୂପାନ୍ତରିତ ପ୍ରକ୍ରିୟାରେ ସମସ୍ତ ସ୍କୁଲର ଭିତ୍ତିଭୂମିକୁ ସୁନ୍ଦର ଭାବେ ସଜଡ଼ା ଯାଇଛି। ଶୈକ୍ଷିକ ଦକ୍ଷତା ପ୍ରତି କେତେ ଧ୍ୟାନ ଦିଆଯାଇଛି ତାହା ପରୀକ୍ଷା ଫଳାଫଳରୁ ଜଣାପଡିବ। ଜିଲାପାଳ ଗତ ଗୁରୁବାର ସମସ୍ତ ୧୩୨ପରୀକ୍ଷା କେନ୍ଦ୍ରର ସୁପରିଟେଣ୍ଡଣ୍ଟଙ୍କ ସହ ଆଲୋଚନା କରିଛନ୍ତି। ମାଟ୍ରିକ ପରୀକ୍ଷାରେ ଯେମିତି ସ୍ବଚ୍ଛତା ରହିବ ସେଥିପ୍ରତି ଧ୍ୟାନ ଦେବା ଜରୁରୀ। ଯଦି ପ୍ରଶ୍ନପତ୍ର ଲିକ ହେବା ଘଟଣା ହେଉ କି କୌଣସି ତ୍ରୁଟିକୁ ନେଇ ଭାଇରାଲ ହୁଏ ତେବେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ ଚେତାବନୀ ଦେଇଛନ୍ତି। ବିଭାଗୀୟ ସ୍କ୍ବାଡ୍‌ ବ୍ୟତୀତ ଜିଲାପାଳ ପ୍ରତି ବ୍ଲକରେ ବିଡିଓ, ବିଇଓଙ୍କୁ ନେଇ ସ୍କ୍ବାଡ୍‌ ଗଠନ କରିଛନ୍ତି। ଏଥିରେ ଜିଲାପାଳ, ଉପଜିଲାପାଳ, ବିଡ଼ିଓ ସମସ୍ତ ସରକାରୀ ଅଧିକାରୀ ପରୀକ୍ଷା ପରିଚାଳନାରେ ଯେପରି ତ୍ରୁଟି ନ ହୁଏ, ସେଥିପ୍ରତି ଯଥେଷ୍ଟ ସଚେତନ ଥିବା କୁହାଯାଇଛି। ଶିକ୍ଷାର ମୂଲ୍ୟବୋଧ ଓ ମାଟ୍ରିକ ପରୀକ୍ଷାର ଦାୟୀତ୍ୱବୋଧକୁ ଉପଲବ୍ଧି କରି ଶିକ୍ଷକମାନେ ଯତ୍ନଶୀଳ ହେବା ଉଚିତ ବୋଲି ସାଧାରଣରେ ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri