୫୬୨ ଆର୍‌ଆଇ ପଦବୀ ଖାଲି

ଭୁବନେଶ୍ୱର,୧୫ା୭(ବ୍ୟୁରୋ): ରାଜ୍ୟରେ ମୋଟ ୩୨ ତହସିଲଦାର, ମୋଟ ୭୯ ଅତିରିକ୍ତ ତହସିଲଦାର ପଦବୀ ଖାଲି ରହିଛି। ସେହିପରି ୫୬୨ ରାଜସ୍ବ ନିରୀକ୍ଷକ (ଆର୍‌ଆଇ) ଏବଂ ୬୧ ରାଜସ୍ବ ପରିଦର୍ଶକ ପଦବୀ ଏ ପର୍ଯ୍ୟନ୍ତ ପୂରଣ ହୋଇପାରି ନାହିଁ। ବଲାଙ୍ଗୀର ଜିଲାରେ ସର୍ବାଧିକ ରାଜସ୍ବ କର୍ମଚାରୀ ପଦବୀ ଖାଲିଥିବାବେଳେ ଏହାକୁ ପୂରଣକରିବା ପାଇଁ ପଦକ୍ଷେପ ନିଆଯାଉଥିବା ରାଜସ୍ବମନ୍ତ୍ରୀ ପ୍ରମିଳା ମଲିକ କହିଛନ୍ତି।
ବିଧାନସଭାରେ ଗଣେଶ ରାମ୍‌ ସିଂ ଖୁଣ୍ଟିଆ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ମଲିକ କହିଛନ୍ତି, ୨୦୨୧ ଏପ୍ରିଲରେ ୯୨୦ କନିଷ୍ଠ ରାଜସ୍ବ ସହାୟକ ଏବଂ ସେହି ବର୍ଷ ଡିସେମ୍ବରରେ ୫୮୬ ରାଜସ୍ବ ନିରୀକ୍ଷକ ପଦବୀ ପୂରଣ ହୋଇଛି। ସେହିପରି ୫୭୬ ସହକାରୀ ରାଜସ୍ବ ନିରୀକ୍ଷକ ପଦବୀ ଏବଂ ୫୩୮ ଅମିନ ପଦବୀ ପୂରଣ ଲାଗି ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ, ଭୁବନେଶ୍ୱରଙ୍କ ଦ୍ୱାରା ଚୟନ ପ୍ରକ୍ରିୟା ଶେଷ ହୋଇଛି। କିଛି କାଗଜପତ୍ର ଯାଞ୍ଚ ହେବାପରେ ସେମାନେ ଜିଲାରେ ଯୋଗଦେବେ ବୋଲି ମନ୍ତ୍ରୀ କହିଛନ୍ତି। ଏହାଛଡ଼ା ଖାଲି ପଦବୀ ପୂରଣ ସକାଶେ ଏମ୍‌ପାଓ୍ବାର କମିଟି ଅନୁମୋଦନ ଲାଗି ପ୍ରକ୍ରିୟା ଆରମ୍ଭ କରାଯାଇଛି।
ସରକାରଙ୍କ ତଥ୍ୟ ଅନୁଯାୟୀ, ରାଜ୍ୟରେ ଏଭଳି ଗୋଟିଏ ଜିଲା ନାହିଁ ଯେଉଁଠି ସବୁଠାରେ ସବୁ ପ୍ରକାର ପଦବୀ ପୂରଣ ଅଛି। ବଲାଙ୍ଗୀର ପରେ କଟକ ଭଳି ଗୁରୁତ୍ୱପୂର୍ଣ୍ଣ ଜିଲାରେ ୬୨ ପଦବୀ ଖାଲି ପଡିଛି। ସମ୍ବଲପୁରରେ ସର୍ବନିମ୍ନ ୪ପଦବୀ ଖାଲି ପଡିଛି। ଏହି ଜିଲାକୁ ମିଶାଇ ମୋଟ ୭ ଜିଲାରେ ଏକ ଅଙ୍କ ଭିତରେ ଖାଲି ପଦବୀ ରହିଛି। ନ ହେଲେ ବାକି ସବୁ ଜିଲାରେ ଖାଲି ପଦବୀ ସଂଖ୍ୟା ଦୁଇ ଅଙ୍କ ତଳକୁ ନାହିଁ। ରାଜସ୍ବ ନିରୀକ୍ଷକ(ଆର୍‌ଆଇ) ପଦବୀ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ବଲାଙ୍ଗୀର ସର୍ବାଧିକ ୬୩ ଆର୍‌ଆଇ ପଦବୀ ଖାଲି ପଡିଛି। ମାଲକାନଗିରିରେ ସର୍ବନିମ୍ନ ୨ ଆର୍‌ଆଇ ପଦବୀ ଖାଲି ଅଛି। ସେହିପରି କେନ୍ଦୁଝରରେ ୩ , ଦେଓଗଡ଼ରେ ୭, ସମ୍ବଲପୁରରେ ୪, ନୂଆପଡାରେ ୬ ଏବଂ ଝାରସୁଗୁଡାରେ ୪ ଆର୍‌ଆଇ ପଦ ଖାଲି ଅଛି। ନ ହେଲେ ବାକି ସବୁ ଜିଲାରେ ଦୁଇ ଅଙ୍କ ତଳକୁ କେଉଁଠି ଆର୍‌ଆଇ ପଦବୀ ଖାଲି ନାହିଁ। ତୃଣମୂଳସ୍ତରରେ ରାଜସ୍ବ ବିଭାଗ ଲାଗି ଆର୍‌ଆଇଙ୍କ କାର୍ଯ୍ୟ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ରାଜ୍ୟରେ ୫୬୨ପଦବୀ ଖାଲି ପଡିବା ସବୁଠାରୁ ଆଶ୍ଚର୍ଯ୍ୟଜନକ ଘଟଣା ବୋଲି ବିରୋଧୀ ଦଳ ପକ୍ଷରୁ ଅଭିଯୋଗ କରାଯାଇଛି।
ସେହିପରି ରାଜ୍ୟରେ ମୋଟ ୮୧୮ ବାତ୍ୟା ଆଶ୍ରୟସ୍ଥଳୀ ରହିଛି। ପୁରୀରେ ସର୍ବାଧିକ ୧୭୯ ଥିବାବେଳେ କେନ୍ଦ୍ରାପଡ଼ାରେ ୧୧୭, ଗଞ୍ଜାମରେ ୧୦୩ ଏବଂ ବାଲେଶ୍ୱରରେ ୧୦୦ଟି ଅଛି। ହେଲେ ସୁନ୍ଦରଗଡ଼, କନ୍ଧମାଳ, ଦେଓଗଡ଼, ବଲାଙ୍ଗୀର ଏବଂ ଅନୁଗୋଳରେ ଗୋଟିଏ ହେଲେ ବାତ୍ୟା ଆଶ୍ରୟସ୍ଥଳୀ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ବିଜେଡିକୁ ଶକ୍ତ ଧକ୍କା: ଭାଜପାରେ ମିଶିଲେ ବିଜେଡି ଉପାଧ୍ୟକ୍ଷଙ୍କ ସହ ୮ କାଉନସିଲର

କେନ୍ଦୁଝର,୩୦।୩ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଗଡ଼ ପୌର ଉପାଧ୍ୟକ୍ଷ ବରୋଦା ପ୍ରସନ୍ନ ଦାସଙ୍କ ସମେତ ଆଠ ଜଣ କାଉନସିଲର ସୋମବାର ବିଧିବଦ୍ଧ ଭାବେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ…

ଦିଗପହଣ୍ଡିରେ ଅସାମାଜିକ ଯୁବକଙ୍କ ଆତଙ୍କ: ଦେଶୀମଦ ପାଇଁ କରୁଛନ୍ତି ଚୋରି

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଞ୍ଜିକଂୟା ଛକ, ବଜାର ସାହି, ଜନତା ଲେନ, ମେଡିକାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri