୨ ଗୃହରେ ଚାଲିଛି ୫ ଶ୍ରେଣୀ, ପଢୁଛନ୍ତି ୨୧୭ ଛାତ୍ରୀଛାତ୍ର

ଆଳି,୨୪ା୪(ଡି.ଏନ.ଏ.): ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥା ସୁଦୃଢ଼ୀକରଣ ନିମନ୍ତେ ଅର୍ଥ ଖର୍ଚ୍ଚ କରୁଥିବା ବେଳେ ଶିକ୍ଷା ବ୍ୟବସ୍ଥାରେ କେତେ ପରିବର୍ତ୍ତନ ଘଟିଛି ତାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକରେ। ବ୍ଲକର ମେଣ୍ଢପୁର ପଞ୍ଚାୟତରେ ରହିଛି ପଦନପୁର ପ୍ରାଥମିକ ବିଦ୍ୟାଳୟ। ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କ ନିମନ୍ତେ ପାଠ ପଢିବାର ବ୍ୟବସ୍ଥା ରହିଛି। ପାଠ ପଢାଇବା ଲାଗି ୫ଟି ଶ୍ରେଣୀର ୨୧୭ ପିଲାଙ୍କ ପାଇଁ ୫ ଜଣ ଶିକ୍ଷକ ମଧ୍ୟ ନିଯୁକ୍ତି ପାଇଛନ୍ତି। ହେଲେ ୨ଟି ଗୃହରେ ୫ଟି ଶ୍ରେଣୀର ପିଲାଙ୍କୁ ପଢାଯାଉଛି। କିନ୍ତୁ ଶିକ୍ଷାଦାନ ବ୍ୟବସ୍ଥାର ଏଭଳି ବିପର୍ଯ୍ୟସ୍ତ ଦୃଶ୍ୟ ଆଖିରେ ନ ଦେଖିଲେ ବିଶ୍ୱାସ କରିହେବ ନାହିଁ। ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରେ ୩୫ ଜଣ, ଦ୍ୱିତୀୟ ଶ୍ରେଣୀରେ ୭୦, ତୃତୀୟରେ ୪୫, ୪ର୍ଥରେ ୩୫ ଓ ପଞ୍ଚମ ଶ୍ରେଣୀରେ ୩୨ ଜଣ ପିଲା ପାଠ ପଢୁଛନ୍ତି। ମାତ୍ର ସେମାନଙ୍କ ପାଠ ପଢିବା ପାଇଁ ଶ୍ରେଣୀ ଗୃହ ଅଭାବ ଭଳି ସମସ୍ୟା ଦେଖା ଦେଇଛି। ବିଦ୍ୟାଳୟର ପ୍ରଥମ ଶ୍ରେଣୀରେ ପଢୁଥିବା ଛାତ୍ରୀଛାତ୍ରମାନଙ୍କୁ ବିଦ୍ୟାଳୟ ବାରଣ୍ଡାରେ ପାଠ ପଢା ଯାଉଥିବା ବେଳେ ବିଦ୍ୟାଳୟର ଗୋଟିଏ ଗୃହରେ ଦ୍ୱିତୀୟ, ତୃତୀୟ ଓ ଅନ୍ୟ ଏକ ଗୃହରେ ଚତୁର୍ଥ ଓ ପଞ୍ଚମ ଶ୍ରେଣୀ ପିଲା ପାଠ ପଢୁଛନ୍ତି। ଶ୍ରେଣୀ ଗୃହର ଦୁଇ ପାର୍ଶ୍ୱରେ ଦୁଇଟି କଳାପଟା ଥିବା ବେଳେ ଛାତ୍ରୀଛାତ୍ରମାନେ ଉଭୟ ପାଖକୁ ଚାହିଁ ଶିକ୍ଷକଙ୍କଠାରୁ ଶିକ୍ଷା ଗ୍ରହଣ କରୁଛନ୍ତି। ଫଳରେ ଛାତ୍ରୀଛାତ୍ରଙ୍କ ପାଠପଢାରେ ବ୍ୟାଘାତ ସୃଷ୍ଟି ହେଉଛି ବୋଲି ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି। ଏଥିସହ ବିଦ୍ୟାଳୟର ବାରଣ୍ଡାରେ ପଦନପୁର ଓ ପଦନପୁର ‘ଏ’ ୨ଟି ଅଙ୍ଗନଓ୍ବାଡି ସେଣ୍ଟରର ପ୍ରାୟ ୭୦ ଶିଶୁ ପଢୁଛନ୍ତି l ଏ ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି, ୧୯୭୭ରୁ ଏହି ବିଦ୍ୟାଳୟ ଏଭଳି ଚାଲିଥିବା ବେଳେ ଶିକ୍ଷା ବିଭାଗ ଏହା ଉପରେ ଦୃଷ୍ଟି ଦେବାକୁ ଦାବି କରିଛନ୍ତି। ଏ ନେଇ ଆଳି ଶିକ୍ଷା ମଣ୍ଡଳ ଅଧିକାରୀ ଗୋବିନ୍ଦ ପରିଡାଙ୍କୁ ପଚାରିବାରୁ ଏହି ଘଟଣା ସମ୍ପର୍କରେ ସେ ଅବଗତ ଅଛନ୍ତି। ବିଦ୍ୟାଳୟ ନିକଟରେ ଜାଗା ନ ଥିବାରୁ ବିଦ୍ୟାଳୟର ନୂତନ ଗୃହ ନିର୍ମାଣ ହୋଇପାରିନାହିଁ। ଖୁବ୍‌ଶୀଘ୍ର ରାଜ୍ୟ ସରକାର ନୂତନ ଗୃହର ବ୍ୟବସ୍ଥା କରୁଥିବା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଛିଡ଼ା ହୋଇଥିଲା ଜେସିବି, ପଛରୁ ପିଟିଲା ବାଇକ: ଯୁବକ ଗୁରୁତର, ଆମ୍ବୁଲାନ୍ସ ନମିଳିବାରୁ…

ନନ୍ଦପୁର, ୨୬।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ  ଜିଲା ନନ୍ଦପୁର-ସେମିଳିଗୁଡ଼ା ସଂଯୋଗୀ ଏମଡିଆର-୫୫ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

୧୫ ବର୍ଷ ପରେ ପ୍ରଥମ ଡିଜିଟାଲ ଜନଗଣନା: ଦିଗପହଣ୍ଡିରେ ପରିଗଣନାକାରୀଙ୍କୁ ମିଳିଲା ତାଲିମ

ଦିଗପହଣ୍ଡି,୨୬। ୩(ଅଶେଷ ନାଥ ମିଶ୍ର):କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅଧିନସ୍ଥ ଜନଗଣନା ନିର୍ଦ୍ଦେଶାଳୟ ଏବଂ ବିପର୍ଯୟ ପରିଚାଳନା ବିଭାଗ ଆନୁକୁଲ୍ୟରେ ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି…

ଗୁଗଲ୍ ମ୍ୟାପ୍ ଦେଖାଇଲା ଭୁଲ୍ ବାଟ: ସିଙ୍ଗାରି ଘାଟିରେ ୫ ଘଣ୍ଟା ଫସିଲା ୧୪ ଚକିଆ ଟ୍ରକ୍, ହନ୍ତସନ୍ତ…

ଥୁଆମୂଳ ରାମପୁର, ୨୬ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଓ କଲମପୁର ବ୍ଲକକୁ ସଂଯୋଗ କରୁଥିବା ମୁଖ୍ୟ ଜୀବନରେଖା ସଦୃଶ ସିଙ୍ଗାରି ଘାଟି ରାସ୍ତାରେ…

ରାମ ନବମୀ ପୂର୍ୱରୁ ପୋଲିସର ଫ୍ଲାଗ୍‌ ମାର୍ଚ୍ଚ, ବଢ଼ିଲା ସୁରକ୍ଷା…

କୋରାପୁଟ,୨୬ା୩(ଅମିତାଭ ବେହେରା): ରାମ ନବମୀ ଅବ୍ୟହିତ ପୂର୍ୱରୁ କୋରାପୁଟ ପୋଲିସ ପକ୍ଷରୁ ସହରରେ ଗୁରୁବାର ଫ୍ଲାଗ ମାର୍ଚ୍ଚ କରାଯାଇଛି। ରାମ ନବମୀରେ ଶୁକ୍ରବାର ସହରରେ ୧୦ହଜାର ଊର୍ଦ୍ଧ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri