ରାଜ୍ୟରେ ୪୮୫୩ ସୁନା ଦୋକାନ

ଭୁବନେଶ୍ୱର,୨୫ା୩(ବ୍ୟୁରୋ):ରାଜ୍ୟରେ ମୋଟ ୪୮୫୩ ସୁନା ଦୋକାନ ଅଛି। ସେମାନଙ୍କ ମଧ୍ୟରୁ ୨୦୧୮-୧୯ରେ ୨୭୬ ଦୋକାନରେ ଚଢ଼ାଉ କରାଯାଇ ୬ ଲକ୍ଷ ୬ ହଜାର ୭୫୦ ଟଙ୍କା ଜରିମାନା ଆଦାୟ କରାଯାଇଥିବା ବେଳେ ୨୦୧୯-୨୦ରେ ୪୦୦ ସୁନା ଦୋକାନ ଉପରେ ଚଢ଼ାଉ କରାଯାଇ ୧୨ ଲକ୍ଷ ୪୮ ହଜାର ୪୫୦ ଏବଂ ୨୦୨୦-୨୧ରେ ଏ ପର୍ଯ୍ୟନ୍ତ ୧୯୬ ଦୋକାନ ଉପରେ ଚଢ଼ାଉ କରାଯାଇ ୪ ଲକ୍ଷ ୪୫ ହଜାର ୫୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ବୁଧବାର କଂଗ୍ରେସ ସଭ୍ୟ ତାରା ପ୍ରସାଦ ବାହିନୀପତି ପଚାରିଥିବା ମୂଳ ପ୍ରଶ୍ନ ନଂ. ୫୪୨ର ଉତ୍ତରରେ ଏହା କହିଛନ୍ତି। ତାରା ପଚାରିଥିଲେ, କୋରାପୁଟ ଜିଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ପେଟ୍ରୋଲ ପମ୍ପ ମାଲିକ ମାପ ଏବଂ ଓଜନରେ ବ୍ୟାପକ ଠକେଇ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ମାପ ଓ ଓଜନ ନିର୍ଦ୍ଦେଶାଳୟର ଏକ ଶାଖା କୋରାପୁଟର ଜୟପୁରଠାରେ ଖୋଲିବେ କି। ବାଚସ୍ପତି ଦେଇଥିବା ରୁଲିଂ ଅନୁଯାୟୀ ଭୁବନେଶ୍ୱର ଓ କଟକରେ ଥିବା ବଡ଼ ବଡ଼ ସୁନା ଦୋକାନ ଉପରେ କେତେଥର ଚଢ଼ାଉ କରାଯାଇ କି ପଦକ୍ଷେପ ନିଆଯାଇଛି। ମନ୍ତ୍ରୀ କହିଥିଲେ, କୋରାପୁଟ ଜିଲାରେ ୪୮ ସୁନା ଦୋକାନ ରହିଛି। ସେଥିରୁ ୨୦୨୦ରେ ୫ ଓ ୨୦୨୧ରେ ଗୋଟିଏ ଦୋକାନ ଉପରେ ଚଢ଼ାଉ କରାଯାଇ ଯଥାକ୍ରମେ ୯ ହଜାର ଓ ୧୫ ହଜାର ଟଙ୍କାର ଜରିମାନା ଆଦାୟ କରାଯାଇଛି। ମାତ୍ର କଟକ ଓ ଭୁବନେଶ୍ୱର ସୁନା ଦୋକାନ ଉପରେ ମନ୍ତ୍ରୀ କୌଣସି ଉତ୍ତର ଦେଇ ନ ଥିଲେ। ଏହାକୁ ନେଇ ତାରା ଅସନ୍ତୋଷ ପ୍ରକାଶ କରିଥିଲେ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମଧ୍ୟ ଏ ସମ୍ପର୍କରେ ଉତ୍ତର ନ ମିଳିବାରୁ ଶୂନ୍ୟକାଳରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…

ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…

କେଉଁ ବୋତଲରେ ପାଣି ପିଇବା ଉଚିତ୍‌: ଜାଣନ୍ତୁ କ’ଣ ରହିଛି…

ଜଳ ହିଁ ଜୀବନ । ପାଣି ପିଇବା ପାଇଁ କିଏ ପ୍ଲାଷ୍ଟିକ୍‌ ବଟଲ ବ୍ୟବହାର କରନ୍ତି ତ ଆଉ କିଏ ତମ୍ବା ନ ହେଲେ ଷ୍ଟିଲ୍‌। ଘରୁ…

୮ ଏପ୍ରିଲରୁ ଏୟାର ଇଣ୍ଡିଆର ଯାତ୍ରା ହେବ ମହଙ୍ଗା! ଜାଣନ୍ତୁ କେତେ ବଢ଼ିବ

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । କମ୍ପାନୀ ୮ ଏପ୍ରିଲରୁ…

ଫାଇନାନ୍ସ କମ୍ପାନୀ ମ୍ୟାନେଜରଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗ: ସୁନା ଚେନ୍‌ ଛଡାଇ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଆଙ୍କୋରଡ଼ା ଗାଁ ନିକଟରେ ଥିବା କ୍ରସର ୟୁନିଟରୁ ପଶ୍ଚିମବଙ୍ଗ କୋଲକତାସ୍ଥିତ ସିଭିଲ କୋର୍ଟଙ୍କ ଆଦେଶ କ୍ରମେ କୋବେଲକୋ…

ନବୀନ ପଟ୍ଟନାୟକଙ୍କୁ ନେଇ ଏମିତି କହିଦେଲେ ମନମୋହନ: ଆମ ଦ୍ୱାର ସବୁବେଳେ ଖୋଲା…

ଭୁବନେଶ୍ୱର,୭।୪: ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଞ୍ଚାୟତରାଜ ନିର୍ବାଚନ ପୂର୍ବରୁ ବିଭିନ୍ନ ଜିଲା ଗସ୍ତ କରିବେ ବୋଲି ଜଣାପଡ଼ିଛି। ନବୀନଙ୍କ ଜିଲା…

ହୃଦୟ ବିଦାରକ… ପ୍ରେମିକ ସହିତ ଧରାପଡ଼ିଲେ ସ୍ତ୍ରୀ, ପୋଲିସ ଉପସ୍ଥିତିରେ ଗଳା କାଟି ହତ୍ୟା କଲେ ସ୍ବାମୀ

ହାଇଦ୍ରାବାଦ,୭।୪: ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲାର ଜାହିରାବାଦରୁ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି । ଜଣେ ସ୍ୱାମୀ ପୋଲିସ ଉପସ୍ଥିତିରେ ଚଳନ୍ତା ଗାଡ଼ି ଭିତରେ ତାଙ୍କ…

୩୬ ଲକ୍ଷ ଟଙ୍କା ଦରମା ପ୍ୟାକେଜ୍‌ ଛାଡ଼ି ହୋଇଥିଲେ ବାବା: ଏବେ ବିବାହ କରି ଚର୍ଚ୍ଚାରେ ଅଭୟ ସିଂ, ଆଗକୁ କରିବେ…

ଧର୍ମଶାଳା,୭।୪: ଆଇଆଇଟି ବାବା ଓରଫ ଅଭୟ ସିଂ, ୨୦୨୫ର ପ୍ରୟାଗରାଜ ମହାକୁମ୍ଭ ସମୟରେ ତାଙ୍କର ଅନନ୍ୟ ଆଧ୍ୟାତ୍ମିକ ଯାତ୍ରା ପାଇଁ ରାତାରାତି ପ୍ରସିଦ୍ଧି ହାସଲ କରିଥିଲେ। ଏବେ…

ଯୁଦ୍ଧ ଭିତରେ ଆମେରିକାରେ ରାଷ୍ଟ୍ରପତି ପଦ ଛାଡିବେ ଟ୍ରମ୍ପ? ନିଜେ କହିଦେଲେ…

ଓ଼୍ବାଶିଂଟନ,୭।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଠାରୁ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଆସିଛି। ସେ ଦାବି କରିଛନ୍ତି ଯେ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri