ସରପଞ୍ଚଙ୍କ ପରିବାରରେ ୩ ଶ୍ରମିକ

ନାଉଗାଁ,୪ା୫(ସୁଧା ବେହୁରା) ଶ୍ରମିକମାନଙ୍କୁ ଦାଦନ ଖଟିବାରେ ରୋକ ଲଗାଇବା ସହ ନିଜ ଅଞ୍ଚଳରେ କାର୍ଯ୍ୟ ଯୋଗାଇ ଦେବାର ଲକ୍ଷ୍ୟ ନେଇ କେନ୍ଦ୍ର ସରକାରଙ୍କ ତରଫରୁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଚାଲୁ କରାଯାଇଛି। ଏହି ଯୋଜନା ମାଧ୍ୟମରେ ପ୍ରତ୍ୟେକେ ଜବକାର୍ଡଧାରୀ କାର୍ଯ୍ୟ ପାଇଁ ଆବେଦନ କରିବେ। ଆବେଦନ କରିଥିବା ଶ୍ରମିକମାନଙ୍କୁ ପ୍ରଶାସନ ତରଫରୁ ୧୦୦ ଦିନର କାର୍ଯ୍ୟ ଯୋଗାଇ ଦିଆଯିବ। ଜବ୍‌କାର୍ଡଧାରୀଙ୍କ କାର୍ଯ୍ୟକୁ ତଦାରଖ କରିବା ପାଇଁ ବ୍ଲକସ୍ତରରେ କାର୍ଯ୍ୟକ୍ରମ ଅଧିକାରୀ (ବିଡିଓ) ଅତିରିକ୍ତ କାଯର୍‌ୟକ୍ରମ ଅଧିକାରୀ (ଏପିଓ) ଏବଂ ପଞ୍ଚାୟତସ୍ତରରେ ଜିଆର୍‌ଏସ୍‌ ଓ ଗାଁ ସାଥୀ ନିଯୁକ୍ତ ହୋଇଛନ୍ତି। କାର୍ଯ୍ୟରେ ସ୍ବଚ୍ଛତା ଆଣିବା ପାଇଁ ସରକାରଙ୍କ ପକ୍ଷରୁ ଏନ୍‌ଏମ୍‌ଏମ୍‌ଏସ୍‌ ଆପ୍‌ ବାଧ୍ୟତାମୂଳକ କରାଯାଇଛି। ତେବେ ନାଉଗାଁ ବ୍ଲକର ଶିଖର ପଞ୍ଚାୟତର ସରପଞ୍ଚ କବିତା ନାୟକଙ୍କ ପରିବାରରୁ ଉକ୍ତ ଯୋଜନାରେ ୩ ଜଣ ଶ୍ରମିକ କାର୍ଯ୍ୟ କରିଥିବା ନେଇ ଏମ୍‌ଜିଏନ୍‌ଆରଇଜିଏସ୍‌  ପୋର୍ଟାଲରୁ ଜଣାଯାଇଛି। ଉକ୍ତ ତଥ୍ୟ ଅନୁସାରେ ସରପଞ୍ଚ କବିତା ନାୟକଙ୍କ ସ୍ବାମୀ ବୈକୁଣ୍ଠ ନାୟକ, ପୁତ୍ର ବିକାଶ ରଞ୍ଜନ ନାୟକ ଓ ଝିଅ ଶୁଭସ୍ମିତା ନାୟକଙ୍କ ନାମ ସେଥିରେ ଉଲ୍ଲେଖ ରହିଛି।

୨୦୨୨-୨୩ ଆର୍ଥତ୍କ ବର୍ଷରେ ପାଟେଣି ଗାଁ ଅମୃତ ସରୋବର ପୁନରୁଦ୍ଧାର କାଯର୍‌ୟରେ ବୈକୁଣ୍ଠ ଓ ଶୁଭସ୍ମିତାଙ୍କ ନାମରେ ୧୪ଟି କାର୍ଯ୍ୟ ଦିବସ ରହିଛି। ଉକ୍ତ କାର୍ଯ୍ୟ ଦିବସ ବାବଦରେ ଉଭୟଙ୍କୁ ୩ ହଜାର ୧ଶହ ୮ ଟଙ୍କା ପ୍ରଦାନ କରାଯାଇଛି। ସେହିପରି ପାଟେଣିଗାଁ ଖେଳ ପଡିଆ ଓ ପାଟେଣୀ ଗାଁ ହୁରା ପୋଖରୀ ପୁନରୁଦ୍ଧାର କାର୍ଯ୍ୟରେ ବିକାଶ ରଞ୍ଜନ ନାୟକଙ୍କ ନାମରେ ୨୫ଟି କାର୍ଯ୍ୟ ଦିବସ ରହିଛି। ଏହି ବାବଦରେ ୫ ହଜାର ୩ ଶହ ୮୫ ଟଙ୍କା ପ୍ରଦାନ କରାଯାଇଛି। ୨୦୨୩-୨୪ ଆର୍ଥତ୍କ ବର୍ଷରେ ବିଭିନ୍ନ ପ୍ରକଳ୍ପ ତଥା ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପାଟେଣି ଗଁା ଅମୃତ ସରୋବର ପୁନରୁଦ୍ଧାର ଆଦି କାର୍ଯ୍ୟରେ ବୈକୁଣ୍ଠନାଥ ଓ ଶୁଭସ୍ମିତାଙ୍କ ନାମରେ ୭୦ଟି କାଯ୍ୟ ଦିବସ ଦିଆଯାଇଥିବା ପୋଟାର୍ଲରେ ଉଲ୍ଲେଖ ରହିଛି। ଏହି ବାବଦରେ ସେମାନଙ୍କୁ ୧୬ ହଜାର ୫ ଶହ ୯୦ ଟଙ୍କା ପ୍ରଦାନ କରାଯାଇଛି। ସେହିପରି ଉକ୍ତ ଆର୍ଥିକ ବର୍ଷରେ ବିକାଶ ନାୟକଙ୍କ ନାମରେ ବିଭିନ୍ନ ପ୍ରକଳ୍ପରେ ୩୫ଟି କାର୍ଯ୍ୟ ଦିବସ ଦିଆଯାଇ ୮ ହଜାର ୨ଶହ ୯୫ ଟଙ୍କା ପ୍ରଦାନ କରାଯାଇଛି। ଶ୍ରମିକମାନଙ୍କ ପାଇଁ ଉଦ୍ଦିଷ୍ଟ ଉକ୍ତ ଯୋଜନାରେ ସରପଞ୍ଚଙ୍କ ପରିବାର କିପରି ସାମିଲ ହୋଇଛନ୍ତି ବୋଲି ରାଜ୍ୟ ଭାଜପା ଅନୁସୂଚିତ ଜାତିର ପର୍ଯ୍ୟବେକ୍ଷକ ରତ୍ନାକର ତରାଇ ପ୍ରଶ୍ନ କରିଛନ୍ତି।

ସରପଞ୍ଚ ନାୟକଙ୍କ ଝିଅ, ପୁଅ ବାହାରେ ରହୁଥିବା ବେଳେ ଜବ୍‌କାର୍ଡ କାର୍ଯ୍ୟ କିପରି କଲେ ତାହାର ଉଚ୍ଚସ୍ତରୀୟ ତଦନ୍ତ କରିବା ପାଇଁ ସେ ଦାବି କରିଛନ୍ତି। ତେଣୁ ଉକ୍ତ ପଞ୍ଚାୟତରେ ବିଭିନ୍ନ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାର୍ଯ୍ୟ ସମୟରେ ଏନ୍‌ଏମଏମଏସ୍‌ ଆପ୍‌ର ଠିକ୍‌ ଭାବେ ବ୍ୟବହାର କରାଯାଇ ଫଟୋ ଉତ୍ତୋଳନ କରାଯାଇ ନାହିଁ ବୋଲି ତରାଇ ଅଭିଯୋଗ କରିଛନ୍ତି। ଏସମ୍ପର୍କରେ ସରପଞ୍ଚ କବିତା ନାୟକଙ୍କୁ ପଚାରିବାରେ, ସେ କୌଣସି ଉତ୍ତର ନ ଦେଇ ମୋବାଇଲ୍‌ ଫୋନ କାଟି ଦେଇଥିଲେ। ଏସମ୍ପର୍କରେ ବିଡିଓ ତପନ ମହାପାତ୍ର କହିଛନ୍ତି, କାର୍ଯ୍ୟଗୁଡ଼ିକ ଉପରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

ଅନ୍ୟ ଜାତିର ଝିଅକୁ ପ୍ରେମ ବିବାହ ପଡିଲା ମହଙ୍ଗା: ଲଣ୍ଡା ହେଲେ ବର, ଚୁଟି କାଟିଲେ କନ୍ୟା

କୋରାପୁଟ,୨୩।୩(ଅମିତାଭ ବେହେରା ):ଆଧୁନିକ ସଭ୍ୟ ସମାଜରେ ଏବଂ ଡିଜିଟାଲ ଯୁଗରେ ଏବେ ମଧ୍ୟ କୁଳପ୍ରଥା ବଞ୍ଚିଛି । ଏହାର ଏକ ଜ୍ୱଳନ୍ତ ନମୁନା କୋରାପୁଟ ବ୍ଲକ ମାଛରା…

ବୋଟ୍‌ରୁ କାଢ଼ୁଥିଲେ ମାଛ ହଠାତ୍‌ ଟଳିପଡ଼ିଲେ…

ବାଲେଶ୍ୱର,୨୩।୩(ବାଞ୍ଛାନିଧି ଦେ): ବିଷାକ୍ତ ଗ୍ୟାସ ଯୋଗୁ ଦୁଇ ଜଣ ବୋଟ କର୍ମଚାରୀଙ୍କ ମତ୍ୟୁ ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲା ବଳରାମଗଡ଼ି ମେରାଇନ ଥାନା ନାଉପାଳଗଡ଼ିରେ ଏଭଳି ଘଟଣା…

ମା’ ବୁଢ଼ୀ ଠାକୁରାଣୀ ମନ୍ଦିର ପ୍ରତିଷ୍ଟା ଉତ୍ସବରେ ଯୋଗଦେଲେ ରାଜ୍ୟ ଶିଶୁ ସୁରକ୍ଷା ଅଧ୍ୟକ୍ଷା

ଗଞ୍ଜାମ,୨୩।୩(ବିଦ୍ୟାଧର ସାହୁ): ରାଜ୍ୟ ଶିଶୁ ସୁରକ୍ଷା ଅଧ୍ୟକ୍ଷା ବବିତା ପାତ୍ର ଗଞ୍ଜାମ ଜଲାର ଗ୍ରସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ନିମନ୍ତ୍ରଣକ୍ରମେ ଗଞ୍ଜାମ ବ୍ଲକ ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri