ପଡ଼ୋଶୀ ଜିଲା ଅଧୀନରେ ଯାଜପୁରର ୧୨ ରାସ୍ତା

ଯାଜପୁର ଅଫିସ୍‌, ୨୦ା୮: ଯାଜପୁର ଜିଲା ଗଠନକୁ ଇତିମଧ୍ୟରେ ୨୭ ବର୍ଷ ଅତିକ୍ରାନ୍ତ ହୋଇସାରିଛି। ରାଜନୈତିକ ମାନଚିତ୍ରରେ ଏହା ଏକ ସ୍ବତନ୍ତ୍ର ମାନ୍ୟତା ପାଇଛି। କିନ୍ତୁ ଆଜି ବି ଜିଲାର ୧୨ଟି ପ୍ରମୁଖ (ଶତାଧିକ କି.ମି. ବିଶିଷ୍ଟ) ରାସ୍ତା ପଡ଼ୋଶୀ କେନ୍ଦୁଝର ଓ କଟକ ଜିଲାର ପୂର୍ତ୍ତ (ଆର୍‌ ଆଣ୍ଡ ବି) ବିଭାଗ ଅଧୀନରେ ରହିଛି। ଏହିସବୁ ରାସ୍ତା ଉପରେ ଜିଲା ପ୍ରଶାସନର ସେତେଟା କର୍ତ୍ତୃତ୍ୱ ରହୁ ନ ଥିବାରୁ ମନମୁଖି ନିର୍ମାଣ କାର୍ଯ୍ୟ କରାଯାଉଥିବା ବେଳେ ଅଧିକାଂଶ ରାସ୍ତା ବିପର୍ଯ୍ୟସ୍ତ ହୋଇପଡିଛି ବୋଲି ସାଧାରଣରେ ଅଭିଯୋଗ ହେଉଛି।
ଯାଜପୁର ଜିଲା ଡୁବୁରୀଠାରୁ ବ୍ରାହ୍ମଣୀପାଳ ଯାଏ ଥିବା ୨୦ କିଲୋମିଟର ରାସ୍ତା ପୂର୍ବରୁ କେନ୍ଦୁଝର ପୂର୍ତ୍ତ ଡିଭିଜନ ଅଧୀନରେ ରହିଥିଲା। ରାସ୍ତା ନିର୍ମାଣ ସରିବା ପରେ ଯାଜପୁର ଜିଲାର ପାଣିକୋଇଲି ଆର୍‌ ଆଣ୍ଡ ବି ଡିଭିଜନକୁ ଏହାକୁ ହସ୍ତାନ୍ତର କରିବାକୁ ଦାବି ହୋଇଥିଲା। କିନ୍ତୁ ତାହା କାର୍ଯ୍ୟକାରୀ କରା ନ ଯାଇ କେନ୍ଦୁଝର ଜିଲାର ଘଟଗଁ। ଡିଭିଜନକୁ ହସ୍ତାନ୍ତର କରାଯାଇଛି। ଘଟଗାଁ ଡିଭିଜନ ପକ୍ଷରୁ ଉକ୍ତ ରାସ୍ତାର ରକ୍ଷଣାବେକ୍ଷଣ ଉପରେ ଆଦୌ ଗୁରୁତ୍ୱ ଦିଆଯାଉ ନ ଥିବାରୁ ଏହା ବିପର୍ଯ୍ୟସ୍ତ ହୋଇପଡିଛି। ରାସ୍ତାର ଡାଇଭର୍ଶନଗୁଡିକ ମରାମତି ଅଭାବରୁ ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାତାୟାତ ପାଇଁ ବିପଦାପନ୍ନ ହୋଇଛି। ଏହି କାରଣରୁ ବାରମ୍ବାର ଦୁର୍ଘଟଣା ଘଟୁଥିବା ନଜିର ରହିଛି। ରାସ୍ତାର ଫୁଲିଝରଠାରେ ଥିବା ଏକ ବିପଦପୂର୍ଣ୍ଣ ଡାଇଭର୍ଶନ ସମ୍ପ୍ରତି ଧନଜୀବନ ହାନିର କାରଣ ହୋଇଛି। ଏହି ରାସ୍ତାକୁ ପାଣିକୋଇଲି ଡିଭିଜନକୁ ହସ୍ତାନ୍ତର କରିବାକୁ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ ବିଭାଗୀୟ ସଚିବଙ୍କୁ ଅବଗତ କରିଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇ ନ ଥିବା ଜଣାପଡିଛି।
ସେହିପରି କଟକ ଜିଲା ଚାରଭାଟିଆ ଆର୍‌ ଆଣ୍ଡ ବି ଡିଭିଜନ ଅଧୀନରେ ଯାଜପୁର ଜିଲା ବଡ଼ଚଣା ଓ ବରୀ ବ୍ଲକର ୧୧ଟି ଗୁରୁତ୍ୱପୂର୍ଣ୍ଣ ରାସ୍ତା ରହିଛି। ସେଗୁଡିକ ହେଲା ବଡ଼ଚଣା-ଦର୍ପଣୀ, କୃଷ୍ଣଦାସପୁର-ରତ୍ନଗିରି, ବଡ଼ଚଣା-ବାଲିଚନ୍ଦ୍ରପୁର, ଛତିଆ ଚମ୍ପାପୁର-କଳକଳା, ବୈରୀ-ଚଣ୍ଡିଖୋଲ, ଜନକ-ହଳଧରପୁର, ବାଲିଚନ୍ଦ୍ରପୁର-ଦେକୁଡ଼ି, ବନ୍ଦାଳ-ଏଣ୍ଡରପଡା ଓ ଦର୍ପଣୀ-ସିହା ରାସ୍ତା ଏବଂ ବରୀ ବ୍ଲକ ରତ୍ନଗିରି-କମ୍ପଗଡ଼ ଓ ଦରଘା ବ୍ରାହ୍ମଣୀ ବ୍ରିଜଠାରୁ ହଳଦିବସନ୍ତ ରାସ୍ତା। ନିକଟରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ବାଲିଚନ୍ଦ୍ରପୁର-ଦେକୁଡି ରାସ୍ତା ନିର୍ମାଣ ହୋଇଥିଲେ ହେଁ ଏହାର ବିଭିନ୍ନ ସ୍ଥାନରେ ପାଣି ଜମି ରହିଥିବାରୁ ଗମନାଗମନ ଅନୁପଯୋଗୀ ହୋଇଛି। ନିର୍ମାଣ କାର୍ଯ୍ୟରେ ନିମ୍ନମାନର ସାମଗ୍ରୀ ବ୍ୟବହାର ହୋଇଥିବା ବେଳେ ତ୍ରୁଟିପୂର୍ଣ୍ଣ ଭାବେ ରାସ୍ତା ନିର୍ମାଣ ହୋଇଥିବା ନେଇ ପୂର୍ବରୁ ଅଞ୍ଚଳବାସୀ ଅଭିଯୋଗ କରିଥିଲେ। କିନ୍ତୁ କୌଣସି ପଦକ୍ଷେପ ଗ୍ରହଣ ହୋଇ ନ ଥିବାରୁ ଏବେ ବର୍ଷାଦିନେ ରାସ୍ତାରେ ପାଣି ଜମି ଏହା ଆହୁରି ବିପର୍ଯ୍ୟସ୍ତ ହୋଇପାରେ ବୋଲି କୁହାଯାଉଛି। ଗତ ୨ ବର୍ଷ ମଧ୍ୟରେ ଏହି ରାସ୍ତାର ମରାମତି ନାମରେ ପ୍ରାୟ ୪ କୋଟି ଟଙ୍କା ହେରଫେର ହୋଇଥିବା ଅଭିଯୋଗ ହୋଇଛି। ବ୍ରିଟିଶ ସମୟର ରାଜବାହାଦୁର ମାର୍ଗ ସହ ସଂଯୋଗ ହୋଇଥିବା ଏହି ରାସ୍ତା ଦେଇ ଅତୀତରେ ଦେଶ ବିଦେଶରୁ ବହୁ ପର୍ଯ୍ୟଟକ ବିଶ୍ୱବିଖ୍ୟାତ ବାୈଦ୍ଧପୀଠ ଲଳିତଗିରି-ଉଦୟଗିରି-ରତ୍ନଗିରିକୁ ଆସୁଥିଲେ। ଗୌରବମୟ ସ୍ବାଧୀନତା ସଂଗ୍ରାମର ପୀଠସ୍ଥଳୀଏବଂ ବୌଦ୍ଧପୀଠଗୁଡ଼ିକୁ ସଂଯୋଗ କରୁଥିବା ଏହି ଗୁରୁତ୍ୱପୂର୍ଣ୍ଣ ରାସ୍ତାର ଭାଗ୍ୟ କେବେ ଫିଟିବ ବୋଲି ଗ୍ରାମବାସୀ ଏବେ ପ୍ରଶ୍ନ କରିଛନ୍ତି। ଏହାବାଦ୍‌ ରତ୍ନଗିରି-କମ୍ପଗଡ଼ ରାସ୍ତା ଏକାଧିକ ଖାଲଖମାର ଭର୍ତ୍ତି ଯୋଗୁ ସହଜ ଗମନାଗମନ ସମ୍ଭବ ହୋଇପାରୁ ନ ଥିବା ଅଞ୍ଚଳବାସୀ ଅଭିଯୋଗ ଆଣିଛନ୍ତି। ତେଣୁ ଯାଜପୁର ଜିଲାର ଉପରୋକ୍ତ ରାସ୍ତାଗୁଡିକୁ ପାଣିକୋଇଲି ପୂର୍ତ୍ତ ଡିଭିଜନ ଅଧୀନକୁ ହସ୍ତାନ୍ତର କରାଗଲେ ଜିଲା ପ୍ରଶାସନ ରାସ୍ତା ନିର୍ମାଣର ମାନ ଉପରେ ଉତ୍ତରଦାୟୀ ରହିବ ବୋଲି ଦାବି ହେଉଛି। ଏ ସଂକ୍ରାନ୍ତରେ ପାଣିକୋଇଲି ପୂର୍ତ୍ତ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଅରୁଣ କୁମାର ପଟ୍ଟନାୟକଙ୍କୁ ପଚାରିବାରୁ, ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ରାସ୍ତାଗୁଡିକର ଦାୟିତ୍ୱ ଦିଆଯାଇଛି। ତେବେ ସେହି ସବୁ ରାସ୍ତା ପାଣିକୋଇଲି ଡିଭିଜନ ଅଧୀନକୁ ଆସିଲେ ପରିଚାଳନା ଉପଯୁକ୍ତ ଭାବେ ହୋଇପାରିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri