ଭିମ୍‌ସାରରେ ୧୧୫ ସ୍ଥାୟୀ ଡାକ୍ତର ପଦ ଖାଲି

ସମ୍ବଲପୁର,୨୦।୧୧(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲାର ଭିମ୍‌ସାରରେ ୨ବର୍ଷ ହେବ ସ୍ଥାୟୀ ଡାକ୍ତର ନିଯୁକ୍ତି କରାଯାଉ ନାହିଁ। ଖାଲିପଡିଥିବା ଶହେରୁ ଊର୍ଦ୍ଧ୍ୱ ପଦ ପୂରଣ ପାଇଁ କର୍ତ୍ତୃପକ୍ଷ ପଦକ୍ଷେପ ନେବା ବଦଳରେ ସରକାରଙ୍କ ପାଖକୁ ନିଯୁକ୍ତି ବାବଦରେ ଥିବା କେତେକ ସମସ୍ୟା ଉପରେ ସ୍ପଷ୍ଟୀକରଣ ମାଗିଥିବା କହୁଛନ୍ତି। ଭିମ୍‌ସାର ସ୍ବୟଂଶାସିତ। ଏହାର ସ୍ବତନ୍ତ୍ର ଆଇନ ଓ କ୍ଷମତା ରହିଛି। ନିଯୁକ୍ତିଠାରୁ ଆରମ୍ଭ କରି ସାମଗ୍ରୀ କିଣା ପର୍ଯ୍ୟନ୍ତ ସମସ୍ତ କାମ ନିଜେ କରିପାରିବେ। ସ୍ବାଧୀନ ଥାଇ ବି କର୍ତ୍ତୃପକ୍ଷ ପରାଧୀନ ଭଳି କାମ କରୁଛନ୍ତି। ନିଯୁକ୍ତି ପାଇଁ ସରକାରଙ୍କ ପାଖରୁ କୌଣସି ସ୍ପଷ୍ଟୀକରଣର ଆବଶ୍ୟକତା ପଡେନାହିଁ। ପୂର୍ବରୁ ଏଭଳି ନିଯୁକ୍ତି ହୋଇଥିବା ରେକର୍ଡ ମଧ୍ୟ ରହିଛି। ଯଦି ନିଯୁକ୍ତି ପ୍ରକ୍ରିୟା ପାଇଁ ଆବଶ୍ୟକ ଭିତ୍ତିଭୂମି ଓ କର୍ମଚାରୀଙ୍କ ଅଭାବ ରହିଛି ତା’ହେଲେ ସରକାରଙ୍କୁ ଦାବି କରି ଅସ୍ଥାୟୀ ଭାବେ ନିଯୁକ୍ତି ଦେଇପାରିବେ।
ମିଳିଥିବା ରିପୋର୍ଟ ଅନୁସାରେ ଭିମ୍‌ସାରରେ ୨୦୨୧ ଜୁନ ସୁଦ୍ଧା ୧୧୫ ଡାକ୍ତର ପଦ ଖାଲି ରହିଥିଲା। ଏଥିମଧ୍ୟରେ ୩୫ ପ୍ରଫେସର ପଦ ରହିଥିବାବେଳେ ୧୫ ଜଣ ନିଯୁକ୍ତ ଅଛନ୍ତି। ସେହିପରି ୭୧ ଆସୋସିଏଟ ପ୍ରଫେସର ପଦ ଥିବାବେଳେ ୪୫ଜଣ କାର୍ଯ୍ୟରତ ଅଛନ୍ତି। ଆସିଷ୍ଟାଣ୍ଟ ପ୍ରଫେସର ପଦ ୧୪୩ ମଧ୍ୟରୁ ୭୪ଜଣଙ୍କୁ ନିଯୁକ୍ତି ଦିଆଯାଇଛି। ଏବେ ଓପିିଏସ୍‌ସି ପକ୍ଷରୁ ରାଜ୍ୟର ଅନ୍ୟ ମେଡିକାଲ କଲେଜରେ ୩୮୦ ଆସିଷ୍ଟାଣ୍ଟ ପ୍ରଫେସର ପଦ ପାଇଁ ବିଜ୍ଞାପନ ପ୍ରକାଶ ପାଇଛି। ଏହା ଜାଣିବା ପରେ ସାଧାରଣରେ ଭୟ ଓ ଅସନ୍ତୋଷ ଦେଖାଦେଇଛି। ଭିମ୍‌ସାରରେ କଣ୍ଟ୍ରାକ୍‌ଚୁଆଲ ଡାକ୍ତରମାନେ ପରୀକ୍ଷା ଦେଇ ଅନ୍ୟ ମେଡିକାଲକୁ ଚାଲିଯିବା ସମ୍ଭାବନା ଦେଖାଦେଇଛି। ତେଣୁ ଭିମ୍‌ସାର କର୍ତ୍ତୃପକ୍ଷ ଶୀଘ୍ର ନିଯୁକ୍ତି ପ୍ରକ୍ରିୟା କରିବାକୁ ଦାବି ହେଉଛି। ଏ ସମ୍ପର୍କରେ ନିର୍ଦ୍ଦେଶକ ପ୍ରଫେସର ଲଳିତ ମେହେର କହିଛନ୍ତି, ଭିମ୍‌ସାରରେ ଡାକ୍ତର ସମସ୍ୟା ହେବ ନାହିଁ। କୌଣସି ଡାକ୍ତରଙ୍କୁ ବଳପୂର୍ବକ କାମ କରାଇହେବ ନାହିଁ। ଓପିଏସ୍‌ସି ପରୀକ୍ଷା ହେବା ଫଳରେ କେତେଜଣ ସ୍ଥାୟୀ ଓ ଅସ୍ଥାୟୀ ଡାକ୍ତର ଅନ୍ୟତ୍ର ଯିବା ଆଶଙ୍କା ରହୁଛି। ହେଲେ ତାହା ସେମାନଙ୍କ ସ୍ବାଧୀନତାର ଅଧିକାର। ସରକାରଙ୍କ ପାଖରୁ ସ୍ପଷ୍ଟୀକରଣ ଆସିବା ମାତ୍ରେ ଶୀଘ୍ର ନିଯୁକ୍ତି ଦିଆଯିବ। ଓପିଏସ୍‌ସି ପରୀକ୍ଷା ହେବା ଫଳରେ ଭିମ୍‌ସାରକୁ ସେଭଳି କୌଣସି ସମସ୍ୟା ହେବ ନାହିଁ ବୋଲି କହିଥିଲେ। ସୂଚନାଯୋଗ୍ୟ ଭିମ୍‌ସାର ଉପରେ ସମ୍ବଲପୁର ଜିଲା ସମେତ ପଶ୍ଚିମଓଡ଼ିଶା ଓ ପଡ଼ୋଶୀ ରାଜ୍ୟ ଛତିଶଗଡ଼, ଝାଡ଼ଖଣ୍ଡ ରୋଗୀମାନେ ନିର୍ଭର କରନ୍ତି। ଡାକ୍ତର ଅଭାବ ଏକ ପ୍ରମୁଖ ସମସ୍ୟା ହୋଇଛି। ଯଦି କାର୍ଯ୍ୟରତ ଡାକ୍ତର ଅନ୍ୟତ୍ର ଯିବେ ତା’ହେଲେ ଲକ୍ଷାଧିକ ରୋଗୀ ଚିକିତ୍ସା ପାଇବାରୁ ବଞ୍ଚତ୍ତ ହେବା ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମଝି ରାସ୍ତାରେ ଓଲୋଟିଲା ଯାତ୍ରା ପାର୍ଟି ଟ୍ରକ

ଧାମନଗର,୪।୪( ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଭଣ୍ଡାରି ପଦି ଛକ ନିକଟସ୍ଥ ଏସଡିପିଓ ଅଫିସ ସାମ୍ନାରେ ଧାମନଗର ଭଦ୍ରକ  ମୁଖ୍ୟ ରାସ୍ତାରେ ଶନିବାର ଅପରାହ୍ନରେ ଏକ…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ବ୍ଲକସ୍ତରୀୟ ପ୍ରବେଶ ଉତ୍ସବରେ ଖଡ଼ିଛୁଇଁଲେ ଶିଶୁ

କର୍ଲାମୁଣ୍ଡା:୪।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଶନିବାର ବ୍ଲକସ୍ତରୀୟ ପ୍ରବେଶ ଉତ୍ସବ ଏବଂ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…

ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…

ଚାଲିଛି ଆଇପିଏଲ ସିଜନ୍‌: ଯୁବ ଗୋଷ୍ଠୀଙ୍କୁ ଲୋଭ ଦେଖାଇ ଆକୃଷ୍ଟ କରୁଛନ୍ତି ଦଲାଲ

ଗଞ୍ଜାମ,୪।୪(ବିଦ୍ୟାଧର ସାହୁ ): ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଆଇପିଏଲ ସିଜନ । ପ୍ରତ୍ୟେକ ଦିନ ବିଭିନ୍ନ ଫ୍ରାଞ୍ଚାଇଜ ଦଳ ସହ ଅନୁଷ୍ଠିତ ହେଉଛି ୨୦-୨୦ ମ୍ୟାଚ ।…

ପୁରୀ ବିମାନବନ୍ଦର ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଭକ୍ତ, କହିଲେ…

ଭୁବନେଶ୍ୱର,୪ା୪: ପୁରୀ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ପିସିସି ସଭାପତି ଭକ୍ତ ଶନିବାର ଗଣମାଧ୍ୟକୁ…

ନିଜ ପଢ଼ା ସମୟର କଥା କହିଲେ ଉପଜିଲାପାଳ: କେମିତି ପଢ଼ିଲେ…

ତୁମୁଡିବନ୍ଧ,୪।୪(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧସ୍ଥିତ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଭାବେ ନିର୍ମିତ ହୋଇଥିବା କୋଠା ଗୃହକୁ ବାଲିଗୁଡା ଉପଜିଲାପାଳ …

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri