ସହରରେ ଚୋରି, ଲୁଟ ଘଟଣା: ସନ୍ଦେହରେ ୫ ଅଟକ

ବ୍ରହ୍ମପୁର ଅଫିସ,୧୨ା୬: ବ୍ରହ୍ମପୁର ସହରରେ ଚୋରି ଓ ଲୁଟ ଭଳି ଘଟଣା ବଢ଼ିବାରେ ଲାଗିଛି। ଯାହାକି ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ହୋଇଛି। ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ, ମୋବାଇଲ ଟ୍ରାକିଂ କରି ୫ ଜଣଙ୍କୁ ସନ୍ଦେହରେ କାବୁ କରି ଥାନାରେ ଅଟକ ରଖିଛି। ସେମାନଙ୍କୁ ଉକ୍ତ ଚୋରି ଘଟଣା ସମ୍ପର୍କରେ ପଚରାଉଚରା ଚଳାଇଛି। ହେଲେ ଉକ୍ତ ଗ୍ୟାଙ୍ଗ ନିକଟରୁ ଚୋରି ସୁନା ଗହଣା ଓ ଟଙ୍କା ମିଳିପାରି ନ ଥିବା ଜଣାପଡିଛି। ତଦନ୍ତରେ ବାଧା ନ ଉପୁଜିବା ଲାଗି ପୋଲିସ ଉକ୍ତ ଗ୍ୟାଙ୍ଗର ପରିଚୟ ସ୍ପଷ୍ଟ କରୁନାହିଁ।
ପ୍ରକାଶ ଯେ, ଗତ ୨୬ ତାରିଖରେ ତୁଳସୀନଗର ୮ମ ଲାଇନରେ ରହୁଥିବା ସି. ଏଚ. ଭସ୍କାର ରାଓ ଆଚାରୀଙ୍କ ତାଲାବନ୍ଦ ଘରୁ ଲୁଟିଆମାନେ ୮୦ଗ୍ରାମର ସୁନା ଗହଣା, ୧୦୦ ଗ୍ରାମର ରୁପା ବିସ୍କୁଟ, ପ୍ରାୟ ୨୦ହଜାର ଟଙ୍କା ଚୋରି କରିଥିଲେ। ଗୃହକର୍ତ୍ତା ଆଚାରୀ ଏନେଇ ଟାଉନ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା ରୁଜୁ କରିଥିଲା। ସେହିପରି ଏକ ବୃଦ୍ଧ ଦମ୍ପତିି ବ୍ୟାଙ୍କରୁ ସାଢ଼େ ୪ଲକ୍ଷ ଟଙ୍କା ଉଠାଇ ଫେରୁଥିବା ବେଳେ ଆଙ୍କୁଲି ଓଭରବ୍ରିଜ ଉପରୁ ଲୁଟେରାମାନେ ଉକ୍ତ ଟଙ୍କା ଝାମ୍ପି ନେଇଥିଲେ। ଏନେଇ ପ୍ରଭାକର ପଟ୍ଟନାୟକ ଥାନାରେ ଅଭିଯୋଗ କରିଥିଲେ। ବୈଦ୍ୟନାଥପୁର ପୋଲିସ ଏକ ମାମଲା ରୁଜୁ କରିଛି। ଅନ୍ୟପକ୍ଷରେ ଗତ ୮ ତାରିଖରେ ତୁଳସୀନଗର ୯ମ ଲାଇନରେ ରହୁଥିବା ମହମ୍ମଦ ଅବଦୁଲ କାଦର ଜିଲାନଙ୍କ ତାଲାବନ୍ଦ ଘରୁ ୧୭ ଭରି ସୁନାଗହଣା, ୨