ଆମେରିକା ଶପିଂ ମଲ୍‌ରୁ ସାମଗ୍ରୀ ଚୋରି ବୃଦ୍ଧି

ନ୍ୟୁୟର୍କ,୪ା୯: ଆମେରିକାରେ ଖୁଚୁରା ଦୋକାନ, ଶପିଂ ମଲ୍‌ଗୁଡ଼ିକରେ ଟୁଥ୍‌ପେଷ୍ଟ, ଚକୋଲେଟ, ଓ୍ବାଂଶି ପାଉଡର, ଡିଓଡାର୍ଣ୍ଟସ୍‌ ଭଳି ଦୈନନ୍ଦିନ ବ୍ୟବହୃତ ସାମଗ୍ରୀ ଚୋରି ବୃଦ୍ଧି ପାଉଛି। ଏହାକୁ ଏଡ଼ାଇବା ପାଇଁ ଦୋକାନ ଏବଂ ଶପିଂ ମଲ୍‌ ମାଲିକମାନେ ଉକ୍ତ ସାମଗ୍ରୀଗୁଡ଼ିକୁ ତାଲା ପକାଇ ରଖୁଛନ୍ତି। ଆମେରିକାରେ ମୁଦ୍ରାସ୍ଫୀତି ବୃଦ୍ଧି ଯୋଗୁ ଦରଦାମ ଆକାଶଛୁଅଁା ହୋଇଛି। ଫଳରେ ଜୀବନଯାପନ ମହଙ୍ଗା ହୋଇଛି। ଲୋକଙ୍କ କ୍ରୟଶକ୍ତି ହ୍ରାସ ପାଇବା ସହ ଷ୍ଟୋରଗୁଡ଼ିକରେ ଅତ୍ୟାବଶ୍ୟକ ସାମଗ୍ରୀ ଚୋରି ଭଳି ଅପରାଧ ବୃଦ୍ଧି ପାଇଛି। ପ୍ରମୁଖ ରିଟେଲ୍‌ ଷ୍ଟୋର ତଥା ଓ୍ବାଲ୍‌ମାର୍ଟ, ଟାର୍ଗେଟ୍‌, ସିଭିଏସ୍‌, ଓ୍ବାଲ୍‌ଗ୍ରୀନ୍‌ ସମେତ ହୋମ୍‌ ଡିପୋଟ୍‌, ଫୁଟ୍‌ ଲକର ଆଦି ବ୍ୟବସାୟିକ ପ୍ରତିଷ୍ଠାନ ପକ୍ଷରୁ ସାମଗ୍ରୀ ଚୋରି ନେଇ ଚିନ୍ତା ପ୍ରକଟ କରାଯାଇଛି। ‘ଡିକ୍‌ସ ସ୍ପୋର୍ଟିଂ ଗୁଡ୍‌ସ’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଲରେନ ହୋବର୍ଟ କହିଛନ୍ତି ଯେ, ସଂଗଠିତ ରିଟେଲ କ୍ରାଇମ୍‌ ଏବଂ ସାଧାରଣ ଚୋରି ଖୁଚୁରା ବ୍ୟବସାୟୀମାନଙ୍କୁ ପ୍ରଭାବିତ କରୁଛି, ଯାହାକି ଏକ ଗମ୍ଭୀର ପ୍ରସଙ୍ଗ ହୋଇଛି।

ଏପରିକି ସାମଗ୍ରୀ ଚୋରିର ପ୍ରଭାବ ସଂସ୍ଥାର ବାର୍ଷିକ ବାଲାନ୍ସ ଓ ଦ୍ୱିତୀୟ ତୈୟମାସିକ ଫଳାଫଳ ଉପରେ ସ୍ପଷ୍ଟ ଦେଖିବାକୁ ମିଳୁଛି ବୋଲି ହୋବର୍ଟ କହିଛନ୍ତି। ସେହିପରି ଅନ୍ୟତମ ପ୍ରମୁଖ ରିଟେଲର ‘ଟାର୍ଗେଟ୍‌’ର ମୁଖ୍ୟ କାର୍ଯ୍ୟନିର୍ବାହୀ ବ୍ରାଏନ୍‌ କର୍ନେଲ କହିଛନ୍ତି, ଚଳିତବର୍ଷର ପ୍ରଥମ ୫ ମାସ ମଧ୍ୟରେ ତାଙ୍କ ଷ୍ଟୋରରେ ସାମଗ୍ରୀ ଚୋରି ଘଟଣା ୧୨୦ ପ୍ରତିଶତ ବୃଦ୍ଧି ପାଇଛି, ଯେଉଁଥିରେ ହିଂସା ମଧ୍ୟ ଦେଖିବାକୁ ମିଳୁଛି। ତାଙ୍କ ଟିମ୍‌ କ୍ରମାଗତ ଭାବେ ଗ୍ରହଣ ନ ହେବା ଭଳି ଖୁଚୁରା ସାମଗ୍ରୀ ଚୋରି ଏବଂ ଏ ସମ୍ପର୍କିତ ସଂଗଠିତ ଅପରାଧକୁ ସାମ୍ନା କରିଆସୁଛି ବୋଲି କର୍ନେଲ କହିଛନ୍ତି।

ଏଭଳି ସ୍ଥିତି ଋଣ ସୁଧହାର ବୃଦ୍ଧି ଯୋଗୁ ଘଟିଛି। କାରଣ ୧୮ ମାସ ମଧ୍ୟରେ ସୁଧହାର ଶୂନରୁ ପ୍ରାୟ ୫.୫% ଯାଏ ବୃଦ୍ଧି ପାଇଛି, ଯାହାକି ୨୨ ବର୍ଷ ମଧ୍ୟରେ ସର୍ବୋଚ୍ଚ ସ୍ତର। ବ୍ୟବସାୟୀମାନେ ଉଚ୍ଚ ସୁଧହାରରେ ଋଣ କରୁଥିବାରୁ ସାମଗ୍ରୀର ମୂଲ୍ୟବୃଦ୍ଧି ଘଟୁଛି, ଏହାର ପରିଣାମ ଗ୍ରାହକମାନଙ୍କୁ ଭୋଗିବାକୁ ପଡ଼ୁଛି।
ନ୍ୟାଶନାଲ ରିଟେଲ ଫେଡେରେଶନ ଦ୍ୱାରା ହୋଇଥିବା ରିଟେଲ ସୁରକ୍ଷା ସର୍ଭେ-୨୦୨୨ ଅନୁଯାୟୀ, କେବଳ ୨୦୨୧ରେ ସମଗ୍ର ଆମେରିକାରେ ଖୁଚୁରା ବ୍ୟବସାୟୀମାନେ ଆନୁମାନିକ ୯୪.୫ ବିଲିୟନ ଡଲାର ହରାଇଛନ୍ତି। ଏଭଳି ରିଟେଲ ସିଙ୍କ୍‌ (ଖୁଚୁରା ସଙ୍କୋଚନ)ର ଅର୍ଥ କର୍ମଚାରୀଙ୍କ ଦ୍ୱାରା ଚୋରି, ଦୋକାନରୁ ଚୋରି କିମ୍ବା ପ୍ରଶାସନିକ ତ୍ରୁଟି ଆଦି କାରଣରୁ ଷ୍ଟୋରର କ୍ଷତି। ସର୍ଭେରେ ଏହା ମଧ୍ୟ ଦର୍ଶାଯାଇଛି ଯେ, ୨୦୨୧ରେ ହାରାହାରି ସଂଗଠିତ ରିଟେଲ କ୍ରାଇମ୍‌ ୨୬.୫% ବୃଦ୍ଧି ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶିଶୁ ସେନା ନେବେ ଖାମେନେଇଙ୍କ ମୃତ୍ୟୁର ପ୍ରତିଶୋଧ? ଇରାନୀ ସେନାରେ ଭର୍ତ୍ତି ହେଲେଣି ୧୨ ବର୍ଷ ବୟସ୍କ ପିଲା!

ତେହରାନ୍‌,୨୭।୩: ଇରାନର ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ଏକ ନୂତନ ପଦକ୍ଷେପ ଅଧୀନରେ ସୁରକ୍ଷା ଏବଂ ଯୁଦ୍ଧ ସହାୟତା କାର୍ଯ୍ୟ ପାଇଁ ସର୍ବନିମ୍ନ ବୟସ ସୀମାକୁ…

ପୋତି ହୋଇଯାଉଛି ବିରୂପା ନଦୀଶଯ୍ୟା, ଜଳପଥ ନିର୍ମାଣ ପ୍ରସ୍ତାବ ସନ୍ଦୀହାନ

ଚଣ୍ଡିଖୋଲ,୨୭ା୩(ପ୍ରଦୀପ୍ତ କୁମାର ପୃଷ୍ଟି): ମହାନଦୀର ଶାଖା ନଦୀ ହେଉଛି ବିରୂପା ଓ ଗେଙ୍ଗୁଟି। ଦୀର୍ଘ ବର୍ଷ ହେବ ଏହି ନଦୀଖନନ ନ ହେବା ଦ୍ବାରା ନଦୀ ଶଯ୍ୟା…

ସରପଞ୍ଚ, ସମିତି ସଭ୍ୟଙ୍କ ପ୍ରତିନିଧିଙ୍କୁ ଅଟକ ପ୍ରତିବାଦ: ଧାରଣାରେ ବସିଲେ ପୂର୍ବତନ ଏମପି

ଲୋଇସିଂହା,୨୭।୩(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ରାମପୁର ଗ୍ରାମରେ ରାମନବମୀ ଉପଲକ୍ଷେ ଅନୁଷ୍ଠିତ ଷୋହଳ ପ୍ରହର ନାମ ଯଜ୍ଞରେ ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରୀ ଯୋଗଦାନ…

ରାମଲଲାଙ୍କ ‘ସୂର୍ଯ୍ୟ ତିଳକ’ ଦେଖି ଭାବପ୍ରବଣ ହୋଇପଡ଼ିଲେ ମୋଦି: ଭିଡିଓ ଦେଖିଲେ ହୋଇଯିବେ ଅଭିଭୂତ

ନୂଆଦିଲ୍ଲୀ,୨୭।୩: ରାମଙ୍କ ନଗରୀ ଅଯୋଧ୍ୟାରେ ରାମ ନବମୀ ଅତ୍ୟନ୍ତ ଉତ୍ସାହର ସହିତ ପାଳନ କରାଯାଇଛି। ରାମଲଲାଙ୍କ ଜନ୍ମବାର୍ଷିକୀ ପାଳନ ପାଇଁ ବହୁ ସଂଖ୍ୟକ ଭକ୍ତ ଏକାଠି ହୋଇଥିଲେ।…

ବିହାରରୁ ବଡ଼ ଖବର! ଏହି ତାରିଖରେ ବିଧାନ ପରିଷଦରୁ ଇସ୍ତଫା ଦେବେ ନୀତିଶ କୁମାର

ପାଟନା,୨୭।୩: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିହାର ବିଧାନସଭା ପରିଷଦ (MLC) ର ସଦସ୍ୟତାରୁ ଇସ୍ତଫା ଦେବେ । ସୂତ୍ର ଅନୁଯାୟୀ, ନୀତିଶ କୁମାର ମାର୍ଚ୍ଚ  ୩୦ରେ…

ରାମନବମୀରେ ନନ୍ଦପୁର ଚଳଚଞ୍ଚଳ: ରାମ-ସୀତାଙ୍କ ବିବାହ ନୀତି ପରେ…

ନନ୍ଦପୁର,୨୭ା୩(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳ ରାମନବମୀ ପାଳନ ପାଇଁ ଚଳଚଞ୍ଚଳ ହୋଇପଡ଼ିଛି। ନନ୍ଦପୁର ଗଉଡ଼ ସାହି ସ୍ଥିତ ଐତିହାସିକ ରାମମନ୍ଦିର ଓ ରାମଲୀଳା…

ରାପର-ସିଙ୍ଗରଙ୍କ ହାତରେ ଦେଶର ଶାସନ ଭାର

କାଠମାଣ୍ଡୁ,୨୭।୩: ଆଜି ନେପାଳୀ ରାଜନୀତିରେ ଏକ ଐତିହାସିକ ମୁହୂର୍ତ୍ତ ପ୍ରକାଶ ପାଇଛି। ବାଲେନ ଶାହ – ଜଣେ ରାପର୍‌ ଇଞ୍ଜିନିୟର – ଶୁକ୍ରବାର ନେପାଳର ପ୍ରଧାନମନ୍ତ୍ରୀ ଭାବରେ…

ସଠିକ୍ ହିସାବ ଦେଇପାରିଲେନି SDO, ବାନ୍ଧିଲା ଭିଜିଲାନ୍ସ

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ): ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ଜିଲା ଡହ ଜଳସମ୍ପଦ ବିଭାଗ ଏସଡିଓ ପଞ୍ଚୁ ବେହେରାଙ୍କୁ ଶୁକ୍ରବାର ଗିରଫ କରିଛି ଭିଜିଲାନ୍ସ ବିଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri