ଗୋଟିଏ ଦିନରେ ଲୁଟିନେଲେ ୧୩ ଭରି ସୁନା

ରାୟଗଡା,୧୪।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଚୋରି ବଢିବାରେ ଲାଗିଛି। କିଛି ଦିନ ଚୋରି ବନ୍ଦ ହେବା ପରେ ପୁଣି ଚାଲାକ ଭାବେ ଭିନ୍ନ ଭିନ୍ନ ଗଳିରେ ବନ୍ଦ ରହିଥିବା ଘରକୁ ଟାର୍ଗେଟ କରୁଛନ୍ତି ଦୁର୍ବୃତ୍ତ। ରାୟଗଡ଼ା ସହରର ସାଇପ୍ରିୟା ନଗର ଓ ରୟତ କଲୋନୀ ଅଞ୍ଚଳରେ ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି। ସାଇପ୍ରିୟା ନଗର ପାଣି ଟାଙ୍କି ନିକଟସ୍ଥ ଏକ ଲେନର ଘରେ ତାଲା ପଡିଥିବା ଦେଖି କଳାକନା ବୁଲାଇ ନେଇଛନ୍ତି ଦୁର୍ବୃତ୍ତ। ଘରୁ ଲୁଟି ନେଇଛନ୍ତି ପ୍ରାୟ ୧୫୦ ଗ୍ରାମ ସୁନା, ୨୬୦ଗ୍ରାମ ରୂପା ଏବଂ ୧୭ ହଜାର ନଗଦ ଟଙ୍କା। ଚୋରି ହୋଇଥିବା ସୁନା ଗହଣାରେ ୫ ହାତମୁଦି, ୮ହଳ କାନଫୁଲ, ମଙ୍ଗଳସୂତ୍ର, ନେକ୍ଲେସ ଓ ଗୋଟିଏ ସୁନା ଖଣ୍ଡ ରହିଥିବା ପରିବାରବର୍ଗ ସୂଚନା ଦେଇଛନ୍ତି।
ସେହିଭଳି ରୟତ କଲୋନୀ ୧୩ନଂ ଲେନ୍‌ର ଏକ ଘରେ ତାଲା ପଡିଥିବାବେଳେ ସେଠାରୁ ଗୋଟିଏ ମୁଦି ଓ ଚେନ ସମେତ ପ୍ରାୟ ୭୦ହଜାର ଟଙ୍କା ଚୋରି କରି ନେଇଛନ୍ତି ଦୁର୍ବୃତ୍ତ। ଉକ୍ତ ଘର ପଡ଼ି ରହିଥିବା ଏକ ଘରର ମଧ୍ୟ ତାଲା ଭାଙ୍ଗିଥିବା ଦେଖିବାକୁ ମିଳିଛି। ତେବେ ଘର ମାଲିକ ଆସିନଥିବା ଯୋଗୁଁ ଚୋରି ନେଇ କୌଣସି ତଥ୍ୟ ମିଳିପାରିନାହିଁ। ଉଭୟ ଘରେ କେହି ନ ଥିବା ସମୟରେ କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ। ଏନେଇ ପୋଲିସରେ ମାମଲା ମଧ୍ୟ ରୁଜୁ କରିଛନ୍ତି।
ସହରରେ ତାଲା ବନ୍ଦ ହେବା ମାତ୍ରେ ଘରୁ ଲୁଟି ନେଉଛନ୍ତି ଚୋର। ସହରକୁ ଅପରାଧମୁକ୍ତ ଓ ସୁରକ୍ଷିତ କରିବା ପାଇଁ ଲଗାଯାଇଥିବା ସିସି କ୍ୟାମେରା ଗାଡ଼ି ଯାଞ୍ଚ, ଚାଲାଣ ଆଦିରେ ସହାୟକ ହେଉଥିବା ବେଳେ ଚୋରି ରୋକିବାରେ ଏହା ଅକ୍ଷମ ବୋଲି ସାଧାରଣରେ ଆଲୋଚନା ଚାଲିଛି । ସାଇପ୍ରିୟା ନଗର ବାସିନ୍ଦା ସିଏଚ.ଗୁରୁମୂର୍ତି ଶିକ୍ଷକତାରୁ ଅବସର ନେବା ପରେ ନିଜ ଭବିଷ୍ୟତ ପାଇଁ ସମ୍ପତି ସୁରକ୍ଷିତ ରଖିଥିଲେ। ହେଲେ ଦୁର୍ବୃତ୍ତ ସବୁ ଲୁଟିନେଲେ। ସେହିଭଳି ରୟତ କଲୋନୀ ବାସିନ୍ଦା ତଥା ପୋଲିସ ଆଇଆରବି ଷ୍ଟାଫ ଚୈତନ୍ୟ ଗମାଙ୍ଗ ଝିଅ ବାହାଘର ପାଇଁ ଗାଁକୁ ଯାଇଥିବା ବେଳେ ଦୁର୍ବୃତ୍ତ କଳାକନା ବୁଲାଇଦେଇଥିଲେ। ଏସଡିପିଓ ରଶ୍ମିରଞ୍ଜନ ସେନାପତି କହିଛନ୍ତି ଯେ, ପୋଲିସ ଘଟଣାକୁ ଗୁରୁତର ସହିତ ନେଇଛି ଏବଂ ଟ୍ରାକିଂ ଚାଲିଛି। ଖୁବ ଶୀଘ୍ର ଚୋରଙ୍କୁ କାବୁ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରୋହିତ ଶର୍ମା-ବିରାଟ କୋହଲି ଆଗାମୀ ଗୋଟିଏ ବର୍ଷ ମଧ୍ୟରେ କେତେ ମ୍ୟାଚ ଖେଳିବେ, ସିଡ୍ୟୁଲ ଜାରିକଲା BCCI

ନୂଆଦିଲ୍ଲୀ,୨୬।୩: ଆଗାମୀ ବର୍ଷ ପାଇଁ ଟିମ ଇଣ୍ଡିଆର ଘରୋଇ ସିରିଜ ସୂଚୀ ପ୍ରକାଶ ପାଇଛି। ଅଷ୍ଟ୍ରେଲିଆ, ୱେଷ୍ଟଇଣ୍ଡିଜ, ଶ୍ରୀଲଙ୍କା ଏବଂ ଜିମ୍ବାୱେ ଆଗାମୀ ୧୨ ମାସ ବା…

ଡିପଫେକ୍‌ରେ ଗମ୍ଭୀର: ଆପତ୍ତିଜନକ ପୋଷ୍ଟ ହଟାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୬ା୩: ଦିଲ୍ଲୀ ହାଇକୋର୍ଟ ଗୁଗଲ, ମେଟା ଓ ଆମାଜନ ଭଳି ଅଗ୍ରଣୀ ଟେକ୍‌ ପ୍ଲାଟଫର୍ମକୁ ପୂର୍ୱତନ କ୍ରିକେଟର ତଥା ବର୍ତ୍ତମାନ ଭାରତୀୟ ଦଳର ମୁଖ୍ୟ କୋଚ୍‌ ଗୌତମ…

IPL 2026: ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କଲା BCCI, ୧୨ ସହରରେ ମୁକାବିଲା, ମାର୍ଚ୍ଚ ୨୮ରୁ ଆରମ୍ଭ ହେବ…

ନୂଆଦିଲ୍ଲୀ,୨୬।୩: କ୍ରିକେଟ ପ୍ରେମୀଙ୍କ ଅପେକ୍ଷାର ଅନ୍ତ। ବିସିସିଆଇ (BCCI) ପକ୍ଷରୁ ଆଇପିଏଲ ୨୦୨୬ (IPL 19th Season)ର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଆସନ୍ତାମାର୍ଚ୍ଚ ୨୮ ତାରିଖରୁ…

ଦୂଷିତ ପାଣି ବ୍ୟବହାର କରି ସେବାଶ୍ରମ ବିଦ୍ୟାଳୟର ଛାତ୍ରୀଛାତ୍ର ଅସୁସ୍ଥ, ମେଡିକାଲ ଟିମ୍‌ ପହଞ୍ଚି…

ବାଙ୍କୀ,୨୬ା୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବ୍ଲକ ଅନ୍ତର୍ଗତ କଦଳୀବାଡ଼ି ପଞ୍ଚାୟତସ୍ଥିତ ସେବାଶ୍ରମ ସରକାରୀ ବିଦ୍ୟାଳୟର ଛାତ୍ରୀଛାତ୍ର ଜଣ୍ଡିସ୍‌ ରୋଗରେ ଆକ୍ରାନ୍ତ ଥିବା ଅଭିଭାବକ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି।…

ବ୍ରିଜ୍‌ ଉପରେ ହଠାତ୍‌ ଫାଟିଲା ପାନୀଳ ଜଳ ପାଇପ୍‌, ଆଉ ତା’ ପରେ…

ଗୁଣପୁର,୨୬ା୩(ସଂକେତ ପାତ୍ର): ସ୍ଥାନୀୟ ଗୁଣପୁର-ବିକ୍ରମପୁରକୁ ସଂଯୋଗ କରୁଥିବା ବ୍ରିଜ୍‌ ଉପରେ ଥିବା ପାନୀୟଜଳ ପାଇପ୍‌ ଫାଟିଯାଇ ଅଧିକ ସମୟ ଧରି ପାଣି ବହୁଥିବା ଦେଖାଯାଇଛି। ସୂଚନାନୁସାରେ, କେନ୍ଦ୍ର…

ଯୁଦ୍ଧ ଭିତରେ ଚାଇନା ଯିବେ ଟ୍ରମ୍ପ, ତାରିଖ ଘୋଷଣା କଲା ହ୍ବାଇଟ ହାଉସ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମେ ୧୪ ରୁ ୧୫ ମଧ୍ୟରେ ଚାଇନା ଗସ୍ତ କରିବେ ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ସାକ୍ଷାତ…

ଇରାନକୁ ନୂଆ ଧମକ ଦେଲେ ଟ୍ରମ୍ପ, ଇରାନୀ କୋଠରୀ ଭିତରେ ନିବେଦନ କରନ୍ତି କିନ୍ତୁ…

ନୂଆଦିଲ୍ଲୀ,୨୬ା୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଅତ୍ୟନ୍ତ ଆକ୍ରମଣାତ୍ମକ ହୋଇଯାଇଛନ୍ତି। ତାଙ୍କ ପ୍ଲାଟଫର୍ମ, ଟ୍ରୁଥ୍ ସୋସିଆଲରେ, ସେ ଇରାନକୁ ଏକ ନୂତନ ଧମକ ଦେଇଛନ୍ତି। ସେ…

ହୋଟେଲ, ରେଷ୍ଟୁରାଣ୍ଟରେ ବଡ଼ ଧରଣର ଚଢ଼ାଉ

ନୂଆପଡ଼ା,୨୬ା୩ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ଘରୋଇ ଏଲ୍‌ପିଜି ସିଲିଣ୍ଡରର କୃତ୍ରିମ ଅଭାବ ଦେଖାଦେଇଥିବା ବେଳେ ବିଭିନ୍ନ ହୋଟେଲ ଓ ରେଷ୍ଟୁରାଣ୍ଟରେ ଅବୈଧ ବ୍ୟବହାର କରାଯାଉଥିବା ଅଭିଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri