ଡାକ୍ତରଖାନା ଗ୍ରୀଲ୍‌ ଭାଙ୍ଗି ନେଇଗଲେ ଇନ୍‌ଭର୍ଟର

ପାତ୍ରପୁର,୪ା୭(ଡି.ଏନ୍‌.ଏ.): ଗଞ୍ଚାମ ଜିଲା ପାତ୍ରପୁର ବ୍ଲକ ତୁରିବୁଡ଼ି ଡାକ୍ତରଖାନାରୁ ଚୋରି ହୋଇଥିବା ନେଇ ରବିବାର ଜରଡ଼ା ଥାନାରେ ଅଭିଯୋଗ ହୋଇଛି। ଡାକ୍ତର ଖାନାରେ କାର୍ଯ୍ୟରତ ଫାର୍ମାସିଷ୍ଟ ପୂର୍ଣ୍ଣଚନ୍ଦ୍ର ଭଟ୍ଟ ସକାଳୁ ଡାକ୍ତରଖାନା ଖୋଲିବାକୁ ଆସି ପ୍ରବେଶ ପଥରେ ଥିବା ଗ୍ରୀଲ୍‌ ଭାଙ୍ଗିଥିବା ଦେଖିଥିଲେ। ପରେ ଅଫିସରେ ଥିବା ଇନ୍‌ଭର୍ଟର ଚୋରି ହୋଇଥିବା ସେ ଜାଣିବାକୁ ପାଇଥିଲେ। ଏ ସମ୍ପର୍କରେ ଖାରିଆଗୁଡ଼ା ଫାଣ୍ଡିରେ ଖବର ଦେବା ସହ ଜରଡ଼ା ଥାନାରେ ଏତଲା ଦେଇଛନ୍ତି। ଫାଣ୍ଡି ପୋଲିସ ହସ୍ପିଟାଲରେ ପହଞ୍ଚି ତଦନ୍ତ କରିଥିଲା।