ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍ କଭର ଚୋରି ହୋଇଥିବା ସୋସିଆଲ ମିଡିଆରେ ରିକି ପୋଷ୍ଟ କରିଛନ୍ତି।
ଏକ ଅନ୍ଲାଇନ୍ ଫୁଡ୍ ଡେଲିଭରି ସଂସ୍ଥାର ଡ୍ରାଇଭର ଗୁରୁବାର ସନ୍ଧ୍ୟାରେ ତାଙ୍କ ଘରେ ପଶି ସମ୍ପ୍ କଭର ଚୋରି କରିଥିବା ରିକି କହିଛନ୍ତି। ରିକି ସିସିଟିଭି ଫୁଟେଜ୍ ଏବଂ ସମ୍ପୃକ୍ତ ବ୍ୟକ୍ତିଙ୍କ ମୁହଁର ସ୍କ୍ରିନ୍ଶଟ୍ ଏବଂ ସେ ଆସିଥିବା ଗାଡ଼ିର ବିବରଣୀ ମଧ୍ୟ ଶେୟାର କରିଛନ୍ତି। ଏଥିରେ ସେ ଉକ୍ତ ଡେଲିଭରି ସଂସ୍ଥା ଏବଂ ବେଙ୍ଗାଲୁରୁ ସିଟି ପୋଲିସକୁ ଟ୍ୟାଗ୍ କରି ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ କରିଛନ୍ତି।


