ବାଲିଗୁଡା,୨୪।୨:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଟାଉନରେ ଏକ ଚୋରି ଘଟଣାରେ ବାଲିଗୁଡା ବୋଲିସ ସୋମବାର ୨ ପେଶାଦାର ଅପରାଧୀଙ୍କ ସମେତ କିଛି ଚୋରୀ ସାମଗ୍ରୀ ଜବତ କରିଛି। ଏନେଇ ଏସଡିପିଓ ରାମେନ୍ଦ୍ର ପ୍ରସାଦ ଏକ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି।
ଘଟଣାରୁ ପ୍ରକାଶ ଯେ, ଚଳିତ ମାସ ୧୬ତାରିଖ ରାତ୍ର ଦୁଇଟା ପରେ ପରେ ବାଲିଗୁଡା ଟାଉନର ତହସିଲଦାରଙ୍କ କ୍ୱାଟର ସମ୍ମୁଖରେ ଥିବା ଗିରିଜା ମେଡିସିନ ଷ୍ଟୋରରୁ ଦୁର୍ବୁତ୍ତ ସଟର ତାଲା ଭାଙ୍ଗି ଦୋକାନରେ ପଶି ନଗଦ ୭ ହଜାର ଟଙ୍କା ଓ ମୋବାଇଲ ଚାର୍ଜର, ସ୍ମାର୍ଟ ଘଣ୍ଟା ସମେତ ଅନ୍ୟ କିଛି ଜିନିଷ ନେଇଯାଇଥିଲେ। ଏନେଇ ମେଡ଼ିସିନ ଷ୍ଟୋର ମାଲିକ ଲିଟନ କୁମାର ଦୋରା ବାଲିଗୁଡା ଥାନାରେ ଏତଲା ଦାଏର କରିଥିଲେ। କେସ ନଂ.୫୧/୨୫ ପ୍ରକାରେ ଏତଲାକୁ ଭିର୍ତ୍ତି କରି ତଦନ୍ତ କାରୀ ଅଧିକାରୀ ଏଏସଆଇ ଉମା ଶଙ୍କର ନିଆଲ ତନାଘନା ତଦନ୍ତ ଅବ୍ୟାହତ ରଖି ସୋମବାର ଅପରାହ୍ନରେ ଘଟଣାର ପର୍ଦାଫାଶ କରି ବାଲିଗୁଡା ହାଟପଦା ସାହିର ଦୁଇଜଣ ପେଶାଦାର ଅପରାଧୀ ରିଙ୍କୁ ନାୟକ(୩୦), ଏବଂ ଶୁଭମ ଓରଫ କାଳିଆ ଦିଗାଲ (୨୨) ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଉଭୟେ ବାଲିଗୁଡ଼ା ଲିଟନ କୁମାର ଦୋରାଙ୍କ ଔଷଧ ଦୋକାନରେ ଚୋରି କରିଥିଲେ। ଦୋକାନର ସିସିଟିଭି ଫୁଟେଜ ଆଧାରରେ କିଛି ମାନବିକ ବୁଦ୍ଧିମତ୍ତା ସାହାଯ୍ୟରେ ଅପରାଧୀମାନଙ୍କୁ ଧରି ଚୋରି ସାମଗ୍ରୀ ଉଦ୍ଧାର କରାଯାଇଛି। ଦୁଇ ଅଭିଯୁକ୍ତ କିଛି ଟଙ୍କା ଖର୍ଚ୍ଚ କରିଛନ୍ତି। ସେମାନଙ୍କ ନିକଟରୁ ନଗଦ ୨୦୩୦ ଟଙ୍କା, ମୋବାଇଲ ଫୋନ ସ୍ମାର୍ଟ ଘଣ୍ଟା ଏବଂ ଚାର୍ଜର ଜବତ କରାଯାଇଛି। ଦୋକାନର ସଟରର ତାଲା ଭାଙ୍ଗିବା ପାଇଁ ବ୍ୟବହୃତ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରାଯାଇଛି।


