Posted inଫୁରସତ

୧୦ ଟଙ୍କିଆ ମୁଦ୍ରାରେ ୫୦୦୦୦ ଟଙ୍କା ସଞ୍ଚୟ କରି ବାଇକ୍‌ କିଣିବାକୁ ପହଞ୍ଚିଲେ ଯୁବକ, ଗଣି ଗଣି ଶୋ’ ରୁମ୍‌ କର୍ମଚାରୀ ନୟାନ୍ତ

ଏକ ପ୍ରବାଦ ଅଛି, ବିନ୍ଦୁ ବିନ୍ଦୁ ପାଣିରେ ହାଣ୍ଡି ଭର୍ତ୍ତି ହୁଏ। ପିଲାଦିନରୁ ଆମ ମାତାପିତା ମଧ୍ୟ ମୁଦ୍ରା ସଂଗ୍ରହ କରିବା ଏବଂ ପିଗି ବ୍ୟାଙ୍କ ମାଧ୍ୟମରେ ସଞ୍ଚୟ କରିବାକୁ ଶିକ୍ଷା ଦେଇଛନ୍ତି। ଏହି ଶିକ୍ଷା ଜଣେ ଯୁବକଙ୍କ ଉପରେ ଏତେ ପ୍ରଭାବ ପକାଇଛି ଯେ, ସେ ଏପରି ମୁଦ୍ରା ଜମା କଲେ ଯେ; ସେ ସେହି ଆଧାରରେ ବାଇକ୍‌ କିଣିବାକୁ ଚାହିଁଲେ। ଏହା ପରେ କ’ଣ ଘଟିଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ।

ଏହି ମାମଲା ଉତ୍ତରପ୍ରଦେଶର ରୁଦ୍ରପୁରର ଅଟେ। ଜୁପିଟର କିଣିବା ନିଶା ଯୁବକଙ୍କଠାରେ ଏମିତି ଥିଲା ଯେ, ସେ ଶୋ’ ରୁମ୍‌ରେ ପହଞ୍ଚିବା ପରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ ୧୦ ଟଙ୍କିଆ ମୁଦ୍ରାରେ ୫୦ ହଜାର ଟଙ୍କା ଦେଇଥିଲେ। ଗଣନାରେ ଶୋ’ରୁମ କର୍ମଚାରୀଙ୍କ ଅବସ୍ଥା ଖରାପ ହୋଇଗଲା। କିନ୍ତୁ ବହୁତ ଧୈର୍ଯ୍ୟର ସହିତ କର୍ମଚାରୀ ଜଣଙ୍କ ଯୁବକଙ୍କର ଟଙ୍କା ଗଣୁଥିବା ଦେଖିବାକୁ ମିଳିଛି। ଏହି ସମୟରେ କେହି ତାଙ୍କ କ୍ୟାମେରାରେ ଏହି ଅଦ୍ଭୁତ ଘଟଣାର ଭିଡିଓ କଏଦ କରିଥିଲେ।

ଭାଇରାଲ ଭିଡିଓରେ ଜଣେ ବ୍ୟକ୍ତି ଚେୟାରରେ ଶାନ୍ତ ଭାବରେ ବସିଥିବା ବେଳେ ଶୋ’ରୁମ କର୍ମଚାରୀ ଟେବୁଲ ଉପରେ ମୁଦ୍ରା ଗଣନା କରୁଥିବା ନଜର ଆସିଛନ୍ତି। ଏହି ଭିଡିଓ ରୁଦ୍ରପୁରର ମମି ଟିଭିର ଜୁପିଟର ସ୍କୁଟର ଶୋ’ରୁମର ଅଟେ। ଯେଉଁଠାରେ ଜଣେ ଯୁବକ ବାଇକ କିଣିବା ପାଇଁ ୫୦୦୦୦ ଟଙ୍କା  ପ୍ରତ୍ୟେକ ୧୦ ଟଙ୍କିଆ ମୁଦ୍ରା ସହିତ ପହଞ୍ଚିଥିଲେ। ତା’ପରେ ଶୋ’ରୁମ୍‌ କର୍ମଚାରୀମାନେ ମଧ୍ୟ ଯୁବକଙ୍କ କଷ୍ଟ ଅର୍ଜିତ ଧନକୁ ସମ୍ମାନ ଦେଇଥିଲେ। ସେହି ମୁଦ୍ରାଗୁଡ଼ିକୁ ଶାନ୍ତ ଭାବରେ ଗଣିଥିଲେ।

ଏହା ପ୍ରଥମ ଘଟଣା ନୁହେଁ , ଏହା ପୂର୍ବରୁ ଜଣେ ବ୍ୟକ୍ତି କଏନ ଭର୍ତ୍ତି କରି ହଜାର ହଜାର ଟଙ୍କାର ଜିନିଷ କ୍ରୟ କରିବା ଉଦାହରଣ ରହିଛି। ଆସାମର ଜଣେ ବ୍ୟକ୍ତି ନିଜ ସଞ୍ଚୟ ସହିତ ଅଖା ଭର୍ତ୍ତି କରି ମୁଦ୍ରା ନେଇ ସ୍କୁଟର କିଣିବାକୁ ଆସିଥିଲେ। ଯେଉଁଠାରେ ତିନି-ତିନି ଜଣ ଲୋକ ଅଖା ଉଠାଉଥିବାର ନଜର ଆସିଥିଲେ। ସେହିପରି ଚାଇନାର ଟୋଙ୍ଗ୍ରେନ ନାମକ ଜଣେ ବ୍ୟକ୍ତି ତାଙ୍କ ସ୍ବପ୍ନର ବିଏମଡବ୍ଲ୍ୟୁ କାର୍‌ କିଣିବା ପାଇଁ ଟ୍ରକ୍‌ରେ ଭର୍ତ୍ତି ୯ କ୍ୱିଣ୍ଟାଲର ମୁଦ୍ରା ନେଇ ଶୋ’ରୁମରେ ପହଞ୍ଚିଥିଲେ। ସେହି ମୁଦ୍ରାଗୁଡ଼ିକୁ ଗଣିବା ପାଇଁ ଶୋ’ରୁମଗୁଡ଼ିକୁ ବ୍ୟାଙ୍କ କର୍ମଚାରୀଙ୍କୁ ଡାକିବାକୁ ପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri