ବେଙ୍ଗାଲୁରୁରୁ ଫେରୁଥିଲେ ଯୁବତୀ, ଭୁଲ୍‌ ବଶତଃ ଆଉ ଏକ ଟ୍ରେନ୍‌ରେ ଉଠିଯିବା ପରେ ନାହିଁ ଖୋଜଖବର

ବୈଶିଙ୍ଗା,୨୧ା୮(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ପଦ୍ମନାଭପୁର ଗ୍ରାମର ଯୁବତୀ ବେଙ୍ଗାଲୁରୁରୁ ଫେରୁଥିବାବେଳେ ଭୁଲ ବଶତଃ ଅନ୍ୟ ଏକ ଟ୍ରେନ୍‌ରେ ଉଠିଯିବା ପରେ ତାଙ୍କର ଆଉ କୌଣସି ଖୋଜଖବର ମିଳୁ ନ ଥିବା ପରିସ୍ଥିତିରେ ବ୍ୟସ୍ତ ବିବ୍ରତ ହୋଇପଡ଼ିଛନ୍ତି ପରିବାର ଲୋକେ।

ମିଳିଥିବା ସୂଚନା ମୁତାବକ ରବୀନ୍ଦ୍ର ବିନ୍ଧାଣି ଓ ସୁଭଦ୍ରା ବିନ୍ଧାଣିଙ୍କ ୨୦ ବର୍ଷୀୟା ଝିଅ ସୁକୁମାରୀ ବେଙ୍ଗାଲୁରୁଠାରେ ଏକ ଘରୋଇ କମ୍ପାନୀରେ ନିଯୁକ୍ତି ପାଇଛନ୍ତି। ଛୁଟିରେ ସେ ଫେରୁଥିବା ବେଳେ ଭୁଲ ବଶତଃ ଅନ୍ୟ ଏକ ଟ୍ରେନ୍‌ରେ ଚଢ଼ିଯାଇ ପହଞ୍ଚିଲେ ଉତ୍ତରପ୍ରଦେଶର ଲକ୍ଷ୍ନୌ ଷ୍ଟେଶନରେ। ସେଠାରେ ଟ୍ରେନରୁ ଓହ୍ଲାଇ ଘରକୁ ଫୋନ୍‌ କରି ଘଟଣା ବାବଦରେ ଜଣାଇଥିଲେ। ହେଲେ ତା’ପର ଠାରୁ ଆଉ ତାଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କ ମୋବାଇଲ ସୁଇଚ୍‌ ଅଫ୍‌ ଆସୁଛି। ବ୍ୟସ୍ତ ବିବ୍ରତ ଘର ଲୋକେ ଯେତେ ଯାହା ଚେଷ୍ଟା କରିଥିଲେ ହେଁ କୌଣସି କିଛି ଖୋଜଖବର ମିଳିନାହିଁ। ଶେଷରେ ଅନ୍ୟ ଉପାୟ ନ ପାଇ ବୁଧବାର ରାତି ୧୨ଟାରେ ବୈଶିଙ୍ଗା ପୋଲିସକୁ ଏତଲା ଦେଇଥିଲେ ମା’ ସୁଭଦ୍ରା। ତେବେ ପୋଲିସ ପକ୍ଷରୁ ସଙ୍ଗେସଙ୍ଗେ ନିଖୋଜ ଘଟଣା ବାବଦରେ ଉତ୍ତରପ୍ରଦେଶ ପୋଲିସକୁ ସୂଚନା ଦିଆଯାଇଥିବା ଥାନାଧିକାରୀ ବାରିଣୀ ଦାସଙ୍କ ସୂତ୍ରରୁ ପ୍ରକାଶ।


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରପାତ ନେଲା ମହିଳାଙ୍କ ଜୀବନ, ୪ ଗୁରୁତର

ରିଆମାଳ, ୨୦ା୬(ବଦ୍ରିନାରାୟଣ ଅଗ୍ରୱାଲା)- ଦେବଗଡ଼ ଜିଲା ରିଆମାଳ ବ୍ଲକ୍‌ କୁଣ୍ଢେଇଗୋଳା ଥାନା କରଲଗା ପଞ୍ଚାୟତ ଅନ୍ତର୍ଗତ ବରଖୋଳ ଗ୍ରାମରେ ଶନିବାର ବଜ୍ରପାତ ଘଟି ଜଣଙ୍କର ମୃତ୍ୟୁ ଘଟିଥିବା…

ସୀମାରେ ଜମା ହେଲେ ଶତାଧିକ ବାଂଲାଦେଶୀ, ଶୁଭେନ୍ଦୁ ସରକାରଙ୍କ ଆକ୍ସନ ପରେ ସୀମାନ୍ତରେ ହଲଚଲ!

କୋଲକାତା,୨୦।୬ : ପଶ୍ଚିମବଙ୍ଗରେ ଭାଜପା ସରକାର ଗଠନ ଏବଂ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଦ୍ୱାରା ବେଆଇନ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପରେ…

ଏନ୍‌ଇଇଟି-ୟୁଜି ପୁନଃ ପରୀକ୍ଷା, ନାଗପୁର ଛାତ୍ରଙ୍କୁ ଆବୁଧାବି ପରୀକ୍ଷା କେନ୍ଦ୍ର

ନାଗପୁର,୨୦ା୬: ଏନ୍‌ଇଇଟି-ୟୁଜି ପୁନଃ ପରୀକ୍ଷା ରବିବାର ହେବାକୁ ଥିବାବେଳେ ନାଗପୁରର ଜଣେ ଛାତ୍ରଙ୍କୁ ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ)ର ଆବୁଧାବିରେ ପରୀକ୍ଷା କେନ୍ଦ୍ର ଦିଆଯାଇଥିବା ପରିବାର ଲୋକେ…

କୋହଲି ଦେବେ ଫିଟ୍‌ନେସ୍‌ ପରୀକ୍ଷା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୦ା୬: ଷ୍ଟାର ବ୍ୟାଟର ବିରାଟ କୋହଲି ସୁସ୍ଥ ହେବାରେ ଲାଗିଛନ୍ତି। ଇଂଲଣ୍ଡ ବିପକ୍ଷ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ସିରିଜ ପୂର୍ବରୁ ଜୁନ୍‌ ୨୨ରେ ତାଙ୍କ ଫିଟ୍‌ନେସ ଟେଷ୍ଟ…

୪୯ ପ୍ଲଟ, କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ: ଗିରଫ ହେଲେ ଯନ୍ତ୍ରୀ ସତ୍ୟନାରାୟଣ ସେଠୀ

କୋରାପୁଟ, ୨୦।୬ (ଅମିତାଭ ବେହେରା): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟନାରାୟଣ ସେଠୀଙ୍କୁ ଓଡ଼ିଶା ଭିଜିଲାନ୍ସ…

୩-୦ରେ ଭାରତର କ୍ଲିନ ସୁଇପ

ଚେନ୍ନାଇ,୨୦ା୬: ପ୍ରସିଦ୍ଧ କ୍ରିଷ୍ଣାଙ୍କ ୫ ଉଇକେଟ ସଫଳତା ଏବଂ ଯଶସ୍ବୀ ଜୟସ୍ବାଲଙ୍କ ଅପରାଜିତ ଶତକ ବଳରେ ତୃତୀୟ ଦିନିକିଆ ମ୍ୟାଚ୍‌ରେ ଭାରତ ୯ ଉଇକେଟରେ ଆଫଗାନିସ୍ତାନକୁ ପରାସ୍ତ…

ରାମଜୀ ଡିଗ୍ରୀ କଲେଜରେ ଯୋଗ ଶିବିର: ମାନସିକ ସୁସ୍ଥତା ପାଇଁ…

ଦିଗପହଣ୍ଡି, ୨୦|୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଡିଗ୍ରୀ କଲେଜ ପରିସରରେ ଏକ ଯୋଗ ଶିବିର ଓ ସଚେତନତା…

ଗାଁକୁ ପଶି ଆସିଲା ଭାଲୁ, ଲୋକେ ଆତଙ୍କିତ

କୋକସରା,୨୦।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଜଙ୍ଗଲକ୍ଷୟ ହେବା ଯୋଗୁ ଖାଦ୍ୟ ଅନ୍ବେଷଣରେ ଗାଁ ମୁହାଁ ହେଉଛନ୍ତି ବନ୍ୟଜନ୍ତୁ। ଏହି ପରିପ୍ରେକ୍ଷୀରେ ଏକ ଭାଲୁ କୋକସରା ଫରେଷ୍ଟ ସେକ୍ସନ ଚିକିଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri