Categories: ଫୁରସତ

ଅଣ୍ଡାକୁ ନେଇଯାଉଥିଲେ ଯୁବତୀ, ଆସି ଝାମ୍ପିଲା ମୟୂର

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ପ୍ରଥମେ ଏକ ମୟୂର ଅଣ୍ଡା ଦେଉଥିବା ଦେଖିବାକୁ ମିଳିଛି। ପରେ ଏକ ଯୁବତୀ ଆସି ମୟୂରଟିକୁ ଉଡ଼ାଇ ଦେଇ ଅଣ୍ଡା ଗୋଟାଇବାକୁ ଲାଗୁଛନ୍ତି। ପରେ ମୟୂରଟି ଆସି ଯୁବତୀ ଜଣଙ୍କୁ ଆକ୍ରମଣ କରୁଛି। ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓଟି ଭାଇରାଲ ହେବାରେ ଲାଗିଛି।

Share