ଆଉ କିଛିଦିନ ପରେ ପଡ଼ିଥାନ୍ତା ହାତଗଣ୍ଠି, ଯୁବକଙ୍କୁ ପିଟିପିଟି ମାରିଦେଲେ ଦୁର୍ବୃତ୍ତ

ଛତ୍ରପୁର,୨୫ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଥାନା ହଂସପୁରରେ ସିମେଣ୍ଟ ବ୍ୟବସାୟୀ କୃଷ୍ଣଚନ୍ଦ୍ର ପରିଡ଼ାଙ୍କୁ ଗତ ୨୨ ତାରିଖ ରାତିରେ ପିଟିପିଟି ହତ୍ୟା କରାଯାଇଥିଲା। ତେବେ ଏହି ମାମଲା ସୋମବାର ଭିନ୍ନମୋଡ଼ ନେଇଛି। ଉକ୍ତ ବ୍ୟବସାୟୀଙ୍କ ସହ ବିବାହ କରିବାକୁ ଥିବା ଯୁବତୀ ସୋମବାର ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କୁ ପ୍ରଥମେ ମୁନିସିପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ ଆତ୍ମହତ୍ୟା ଉଦ୍ୟମ କରିଥିବା ଉକ୍ତ ଯୁବତୀଙ୍କୁ ବ୍ୟବସାୟୀ କୃଷ୍ଣଚନ୍ଦ୍ର ମେ’ ୩ ତାରିଖରେ ଦ୍ୱିତୀୟ ବିବାହ କରିଥାନ୍ତେ। ଅପରପକ୍ଷରେ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ହଂସପୁରଠାରେ ଛତ୍ରପୁର- ତାରାତାରିଣୀ ମୁଖ୍ୟ ରାସ୍ତାକୁ ସ୍ଥାନୀୟ ଲୋକେ ଅବରୋଧ କରିଛନ୍ତି। ଫଳରେ ଯାତାୟାତ ସମ୍ପୂର୍ଣ୍ଣ ଭାବେ ବାଧାପ୍ରାପ୍ତ ହୋଇଛି।