Posted inଫୁରସତ

ମାତ୍ର ୨୭ ସେକେଣ୍ଡରେ ୮ ମହଲାରୁ ଗ୍ରାଉଣ୍ଡ୍‌ ଫ୍ଲୋର୍‌ରେ ପହଞ୍ଚିଲେ ଯୁବକ, ଭିଡିଓ ଦେଖିଲେ…

ଯଦି କାହାକୁ ବହୁ ମହଲା କୋଠାର ଅଷ୍ଟମ ମହଲାରୁ ୨୭ ସେକେଣ୍ଡରେ ତଳ ମହଲାକୁ ଓହ୍ଲାଇବାକୁ କୁହାଯାଏ, ତେବେ ତାଙ୍କର ଅବସ୍ଥା କ’ଣ ହେବ ଥରେ ଭାବିଲେ ଦେଖି! ଏତେ କମ୍‌ ସମୟ ମଧ୍ୟରେ ଏପରି କରିବାକୁ ବୋଧେ କେହି ସମର୍ଥ ହେବେ ନାହିଁ। କିନ୍ତୁ ଜଣେ ଯୁବକ ଏପରି ସଫଳତା ହାସଲ କରିଛନ୍ତି। ତାଙ୍କର ବିପଜ୍ଜନକ ଷ୍ଟଣ୍ଟ ଦେଖିଲେ ଚକିତ ହୋଇଯିବେ। ବର୍ତ୍ତମାନ ତାଙ୍କର ଗୋଟିଏ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ସେହି ଯୁବକ ବହୁତ ସହଜରେ ଏହି ସଫଳତା ହାସଲ କରିନେଇଛନ୍ତି।

ଭିଡିଓଟି ସୋସିଆଲ ମିଡିଆ ‘ଏକ୍ସ’ରେ ଶେୟାର ହେବା ମାତ୍ରେ ଏହାକୁ ଲକ୍ଷାଧିକ ଲୋକ ଦେଖିସାରିଲେଣି। ଏହାକୁ ୨.୯ ମିଲୟନ ଲୋକ ଦେଖିଛନ୍ତି। ଏଥିସହିତ ଏହି ପୋଷ୍ଟକୁ ୨୮ ହଜାରରୁ ଅଧିକ ଲାଇକ୍‌ ମଧ୍ୟ କରିଛନ୍ତି। ଏହା ଉପରେ ଶହ ଶହ ଲୋକ ମନ୍ତବ୍ୟ ଜରିଆରେ ସେମାନଙ୍କ ମତାମତ ମଧ୍ୟ ଦେଇଛନ୍ତି। ଭିଡିଓରେ ରିପୋଷ୍ଟ ଏବଂ ମନ୍ତବ୍ୟର ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଉଛି।

ସେହି ଯୁବକ ଜଣଙ୍କ ଅଷ୍ଟମ ମହଲାରୁ ତଳ ମହଲାରେ ପହଞ୍ଚିବାର କୌଶଳ ଦେଖିବା ପରେ ଆଖିକୁ ବିଶ୍ୱାସ କରିପାରିବେ ନାହିଁ। ଭିଡିଓ ଆରମ୍ଭରେ ଯୁବକ ଜଣକ ବହୁ ମହଲା କୋଠାର ଅଷ୍ଟମ ମହଲାରେ ଠିଆ ହୋଇଥିବା ନଜର ଆସିଛନ୍ତି। ତା’ପରେ ସେ ପ୍ରତ୍ୟେକ ଫ୍ଲୋର୍‌ର ସ୍ଲାବ୍‌କୁ ନିଜ ହାତରେ ଧରି ତଳ ମହଲାରେ ପହଞ୍ଚୁଛନ୍ତି। ଏହା କରୁଥିବା ଯୁବକ ଆପଣଙ୍କୁ ସ୍ତବ୍ଧ କରିଦେବେ।

ଜଣେ ୟୁଜର ଲେଖିଛନ୍ତି, ‘ଏହା ବିପଦପୂର୍ଣ୍ଣ ଏବଂ ଏକ ଭୁଲ୍‌ ପଦକ୍ଷେପ।’ ଅନ୍ୟ ଜଣେ ୟୁଜର ଷ୍ଟଣ୍ଟକୁ ପାଗଳ ବୋଲି କହିଛନ୍ତି। ଅନ୍ୟ ଜଣେ ଲେଖିଛନ୍ତି, ‘ମୁଁ ବହୁବର୍ଷ ଧରି ଏପରି କରିଆସୁଛି।’ ଅନ୍ୟ ଜଣେ କହିଛନ୍ତି, ‘ଏହା କର ନାହିଁ, ଏହା ଏକ ଭୟଙ୍କର ପଦକ୍ଷେପ। ଆଉ ଜଣେ ୟୁଜର ତାଙ୍କ ପ୍ରତିଭାକୁ ପ୍ରଶଂସା କରିଛନ୍ତି।

 

 

 

 

 

 

 

 


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri