Posted inଫୁରସତ

ମୁଣ୍ଡରେ ବାଇକ୍‌ ରଖି ବସ୍‌ ଛାତକୁ ଚଢୁଛନ୍ତି ଯୁବକ, ଭିଡିଓ ଦେଖିଲେ…

କୁଲିମାନଙ୍କୁ ଆପଣ ନିଶ୍ଚିତ ଦେଖିଥିବେ। ଯିଏ ଲୋକଙ୍କର ଅଖା, ବ୍ୟାଗ୍‌, ବାକ୍ସ, ଆଟାଚ ଆଦି ବହୁ ଓଜନିଆ ଜିନିଷ ମୁଣ୍ଡାଇ ବସ୍‌ କିମ୍ବା ଟ୍ରେନ୍‌ରେ ଚଢ଼ିଥାନ୍ତି। ମାତ୍ର ଏବେ ଏମିତି ଜଣେ କୁଲିଙ୍କ ଭିଡିଓ ଭାଇରାଲ ହେଉଛି, ଯିଏ ଏକ ବାଇକ୍‌ ମୁଣ୍ଡରେ ରଖି ବସ୍‌ ଛାତକୁ ଚଢୁଛନ୍ତି। ଏହା ଦେଖି ଲୋକେ ଆଶର୍ଯ୍ୟ ହୋଇଛନ୍ତି।

ଏହି ଯୁବକଙ୍କ ନାମ ଅର୍ଜୁନ। ଯିଏ ରାଞ୍ଚିର ଖଦଗଡ଼ ବସ୍‌ଷ୍ଟାଣ୍ଡରେ କୁଲି ଭାବରେ କାମ କରୁଥିଲେ। ସୋସିଆଲ ମିଡିଆରେ ଅର୍ଜୁନଙ୍କ ଏକ ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ବାଇକ ମୁଣ୍ଡାଇ ବସ୍‌  ଛାତକୁ ଚଢୁଛନ୍ତି। ଯଦିଓ ଏହା ତାଙ୍କ ପାଇଁ ଏକ ନିତିଦିନିଆ କାମ ତଥାପି ଭିଡିଓ ଭାଇରାଲ ହେବା ପରେ ସେ ଚର୍ଚ୍ଚାକୁ ଆସିଛନ୍ତି।

ବାଇକ୍‌ ମୁଣ୍ଡରେ ରଖି ବସ୍‌ ଉପରକୁ ଚଢ଼ିବା ଏକ ସହଜ କାମ ନୁହେଁ। ଏହା ବହୁତ ଭାରୀ। କାରଣ ମୁଣ୍ଡର ସନ୍ତୁଳନ ରକ୍ଷା କରିବା ସମସ୍ତଙ୍କ ଦ୍ୱାରା ସମ୍ଭବ ହୋଇ ନ ଥାଏ। ଯାହାକି ଅର୍ଜୁନ କରି ଦେଖାଇଛନ୍ତି। ସେ ତାଙ୍କ ମୁଣ୍ଡରେ ଏକ ତଉଲିଆ ରଖିଛନ୍ତି ଏବଂ କିଛି ଲୋକଙ୍କ ସାହାଯ୍ୟରେ ବାଇକ ତାଙ୍କ ମୁଣ୍ଡରେ ଉଠାଉଛନ୍ତି। ତା’ପରେ କୌଣସି ସମର୍ଥନ ବିନା ପାହାଚ ଚଢ଼ି ବସ୍‌ ଛାତକୁ ଯାଉଛନ୍ତି। ଏହି ଦୃଶ୍ୟ ଯେଉଁମାନେ ଦେଖିଛନ୍ତି ସେମାନେ ଅର୍ଜୁନଙ୍କୁ ବାହୁବଳୀଠାରୁ କମ୍‌ କହିନାହାନ୍ତି।

ଅର୍ଜୁନ କହିଛନ୍ତି, କିଛି ଦିନ ପୂର୍ବରୁ ଜଣେ ବ୍ୟକ୍ତି ଏହି ଭିଡିଓର ଶୁଟିଂ କରିଥିଲେ। ସେହି ବାଇକଟି ଭିଡିଓ ତିଆରି କରିଥିବା ବ୍ୟକ୍ତିଙ୍କର ଥିଲା।ସେ ଏହି ଭିଡିଓକୁ ନିଜ ଇନ୍‌ଷ୍ଟାଗ୍ରାମରେ ରଖିଥିଲେ। ଯାହା ଭାଇରାଲ ହୋଇଥିଲା। ଅର୍ଜୁନ କହିଛନ୍ତି, ସେ ନିଜେ ଇନ୍‌ଷ୍ଟାଗ୍ରାମରେ ଏହି ଭିଡିଓ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

୧୯ ବର୍ଷୀୟ ଅର୍ଜୁନ କହିଛନ୍ତି, ମାଟ୍ରିକ ପରୀକ୍ଷା ପରେ ସେ ଏହି କାର୍ଯ୍ୟରେ ଜଡ଼ିତ ହୋଇଥିଲେ। ଘରର ଆର୍ଥିକ ଅବସ୍ଥା ଭଲ ନୁହେଁ ଏବଂ ଅଧ୍ୟୟନ ଜାରି ରଖିବା ପାଇଁ ତାଙ୍କୁ ଏହା କରିବାକୁ ପଡ଼ିବ। ବସ୍‌ରେ ବାଇକ ନେବା ପାଇଁ ୨୦୦ ଟଙ୍କା ନେଇଥାନ୍ତି। ପାଠପଢ଼ା ପରେ ସେ ପୋଲିସରେ ଯୋଗଦେବାକୁ ଚାହୁଁଛନ୍ତି ବୋଲି କହିଛନ୍ତି। ଅର୍ଜୁନ ଚଳିତ ବର୍ଷ ମଧ୍ୟବର୍ତ୍ତୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ବର୍ତ୍ତମାନ ସ୍ନାତକୋତ୍ତରରେ ଆଡ୍‌ମିଶନ କରିବେ। ସେ ପୋଲିସରେ ଯୋଗ ଦେବାକୁ ସମସ୍ତ ପ୍ରସ୍ତୁତି ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

IAS ସ୍ତରରେ ଛୋଟ ଅଦଳବଦଳ: ଭାସ୍କର ଜ୍ୟୋତି ଶର୍ମାଙ୍କୁ ମିଳିଲା…

ଭୁବନେଶ୍ୱର,୩୧।୩: IAS ସ୍ତରରେ ଛୋଟ ଅଦଳବଦଳ କଲେ ରାଜ୍ୟ ସରକାର। ଭାସ୍କର ଜ୍ୟୋତି ଶର୍ମାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗ ପ୍ରମୁଖ ସଚିବ ଦାୟିତ୍ୱ ଦିଆଯାଇଥିବା ବେଳେ…

ଚାଉଳ ନପାଇ ଫେରି ଯାଉଛନ୍ତି ଲୋକେ: ସାନଖେମୁଣ୍ଡିରେ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ..

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗ୍ରାମାଞ୍ଚଳମାନଙ୍କରେ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ନେଇ ସିଙ୍ଗପୁର ପଞ୍ଚାୟତ ସରପଞ୍ଚ…

୧୬ ନମ୍ବର ଜାତୀୟ ରାଜପଥ ବଡ଼ ଘାଟି ଉପରେ ଓଲଟିଲା ଏସିଡି ଟ୍ୟାଙ୍କର

ଖଲ୍ଲିକୋଟ,୩୧।୩(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥ ବଡ଼ଘାଟି ଉପରେ ମଙ୍ଗଳବାର ଅପରାହ୍ନରେ ଏକ ଏସିଡି ବୋଝେଇ ଟ୍ୟାଙ୍କର ଓଲଟି ପଡିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri