Posted inଫୁରସତ

ମୁଣ୍ଡରେ ବାଇକ୍‌ ରଖି ବସ୍‌ ଛାତକୁ ଚଢୁଛନ୍ତି ଯୁବକ, ଭିଡିଓ ଦେଖିଲେ…

କୁଲିମାନଙ୍କୁ ଆପଣ ନିଶ୍ଚିତ ଦେଖିଥିବେ। ଯିଏ ଲୋକଙ୍କର ଅଖା, ବ୍ୟାଗ୍‌, ବାକ୍ସ, ଆଟାଚ ଆଦି ବହୁ ଓଜନିଆ ଜିନିଷ ମୁଣ୍ଡାଇ ବସ୍‌ କିମ୍ବା ଟ୍ରେନ୍‌ରେ ଚଢ଼ିଥାନ୍ତି। ମାତ୍ର ଏବେ ଏମିତି ଜଣେ କୁଲିଙ୍କ ଭିଡିଓ ଭାଇରାଲ ହେଉଛି, ଯିଏ ଏକ ବାଇକ୍‌ ମୁଣ୍ଡରେ ରଖି ବସ୍‌ ଛାତକୁ ଚଢୁଛନ୍ତି। ଏହା ଦେଖି ଲୋକେ ଆଶର୍ଯ୍ୟ ହୋଇଛନ୍ତି।

ଏହି ଯୁବକଙ୍କ ନାମ ଅର୍ଜୁନ। ଯିଏ ରାଞ୍ଚିର ଖଦଗଡ଼ ବସ୍‌ଷ୍ଟାଣ୍ଡରେ କୁଲି ଭାବରେ କାମ କରୁଥିଲେ। ସୋସିଆଲ ମିଡିଆରେ ଅର୍ଜୁନଙ୍କ ଏକ ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ବାଇକ ମୁଣ୍ଡାଇ ବସ୍‌  ଛାତକୁ ଚଢୁଛନ୍ତି। ଯଦିଓ ଏହା ତାଙ୍କ ପାଇଁ ଏକ ନିତିଦିନିଆ କାମ ତଥାପି ଭିଡିଓ ଭାଇରାଲ ହେବା ପରେ ସେ ଚର୍ଚ୍ଚାକୁ ଆସିଛନ୍ତି।

ବାଇକ୍‌ ମୁଣ୍ଡରେ ରଖି ବସ୍‌ ଉପରକୁ ଚଢ଼ିବା ଏକ ସହଜ କାମ ନୁହେଁ। ଏହା ବହୁତ ଭାରୀ। କାରଣ ମୁଣ୍ଡର ସନ୍ତୁଳନ ରକ୍ଷା କରିବା ସମସ୍ତଙ୍କ ଦ୍ୱାରା ସମ୍ଭବ ହୋଇ ନ ଥାଏ। ଯାହାକି ଅର୍ଜୁନ କରି ଦେଖାଇଛନ୍ତି। ସେ ତାଙ୍କ ମୁଣ୍ଡରେ ଏକ ତଉଲିଆ ରଖିଛନ୍ତି ଏବଂ କିଛି ଲୋକଙ୍କ ସାହାଯ୍ୟରେ ବାଇକ ତାଙ୍କ ମୁଣ୍ଡରେ ଉଠାଉଛନ୍ତି। ତା’ପରେ କୌଣସି ସମର୍ଥନ ବିନା ପାହାଚ ଚଢ଼ି ବସ୍‌ ଛାତକୁ ଯାଉଛନ୍ତି। ଏହି ଦୃଶ୍ୟ ଯେଉଁମାନେ ଦେଖିଛନ୍ତି ସେମାନେ ଅର୍ଜୁନଙ୍କୁ ବାହୁବଳୀଠାରୁ କମ୍‌ କହିନାହାନ୍ତି।

ଅର୍ଜୁନ କହିଛନ୍ତି, କିଛି ଦିନ ପୂର୍ବରୁ ଜଣେ ବ୍ୟକ୍ତି ଏହି ଭିଡିଓର ଶୁଟିଂ କରିଥିଲେ। ସେହି ବାଇକଟି ଭିଡିଓ ତିଆରି କରିଥିବା ବ୍ୟକ୍ତିଙ୍କର ଥିଲା।ସେ ଏହି ଭିଡିଓକୁ ନିଜ ଇନ୍‌ଷ୍ଟାଗ୍ରାମରେ ରଖିଥିଲେ। ଯାହା ଭାଇରାଲ ହୋଇଥିଲା। ଅର୍ଜୁନ କହିଛନ୍ତି, ସେ ନିଜେ ଇନ୍‌ଷ୍ଟାଗ୍ରାମରେ ଏହି ଭିଡିଓ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

୧୯ ବର୍ଷୀୟ ଅର୍ଜୁନ କହିଛନ୍ତି, ମାଟ୍ରିକ ପରୀକ୍ଷା ପରେ ସେ ଏହି କାର୍ଯ୍ୟରେ ଜଡ଼ିତ ହୋଇଥିଲେ। ଘରର ଆର୍ଥିକ ଅବସ୍ଥା ଭଲ ନୁହେଁ ଏବଂ ଅଧ୍ୟୟନ ଜାରି ରଖିବା ପାଇଁ ତାଙ୍କୁ ଏହା କରିବାକୁ ପଡ଼ିବ। ବସ୍‌ରେ ବାଇକ ନେବା ପାଇଁ ୨୦୦ ଟଙ୍କା ନେଇଥାନ୍ତି। ପାଠପଢ଼ା ପରେ ସେ ପୋଲିସରେ ଯୋଗଦେବାକୁ ଚାହୁଁଛନ୍ତି ବୋଲି କହିଛନ୍ତି। ଅର୍ଜୁନ ଚଳିତ ବର୍ଷ ମଧ୍ୟବର୍ତ୍ତୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ବର୍ତ୍ତମାନ ସ୍ନାତକୋତ୍ତରରେ ଆଡ୍‌ମିଶନ କରିବେ। ସେ ପୋଲିସରେ ଯୋଗ ଦେବାକୁ ସମସ୍ତ ପ୍ରସ୍ତୁତି ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri