ବାହାଘରରେ ନାଚୁଥିବା ବେଳେ ଟଳିପଡ଼ିଲେ ଯୁବକ

ଆନନ୍ଦପୁର,୨୫ା୧(ସ୍ବ.ପ୍ର.): ବାହାଘରରେ ନାଚୁ ଥିବାବେଳେ ହଠାତ୍‌ ଆସିଲା ମୃତ୍ୟୁ। ଗାଁରେ ସୃଷ୍ଟି ହେଲା ଶୋକାକୁଳ ପରିବେଶ। କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଟୋଲଙ୍କପଡ଼ା ଗ୍ରାମରେ ବୁଧବାର ଘଟିଛି ଏଭଳି ଅଭାବନୀୟ ଘଟଣା। ଗାଁରେ ଜନୈକ ବ୍ୟକ୍ତିଙ୍କ ଝିଅ ବାହାଘର ସମୟରେ ବରଯାତ୍ରୀ ଆସିଥିଲେ। ବରଯାତ୍ରୀଙ୍କ ସହିତ ଗ୍ରାମର ଦୁଃଖବନ୍ଧୁ ସାହୁ ନାମକ ଜଣେ ଯୁବକ ମନ ଖୁସିରେ ନାଚୁଥିଲେ। ହଠାତ୍‌ ଦୁଃଖବନ୍ଧୁ ନାଚିବା ସମୟରେ ତଳେ ଅଚେତ ଅବସ୍ଥାରେ ପଡ଼ିଯାଇଥିଲେ। ଗ୍ରାମବାସୀଙ୍କ ସହାୟତାରେ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ଡାକ୍ତରଖାନାଠାରୁ ଆରମ୍ଭ କରି ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।