ନକଲି ସୁନା ଶଙ୍ଖ ଦେଇ ଫସିଲେ ଯୁବକ, ଅପହରଣ ପରେ ଜଣାପଡ଼ିଲା ସବୁ ସତ

ପାପଡ଼ାହାଣ୍ଡି,୨୧ା୧(ଡି.ଏନ୍‌.ଏ.): ନକଲି ସୁନା ଶଙ୍ଖକୁ ଅସଲି କହି ଅଧିକ ଟଙ୍କା ପାଇବା ଆଶାରେ ଅନ୍ୟକୁ ବିକ୍ରି କରି ନିଜେ ଫସିଛନ୍ତି ଯୁବକ। ସଫଳ ହେଇ ପାରିଲାନି ତାଙ୍କ ସ୍ବପ୍ନ। ନକଲି ସୁନା ଶଙ୍ଖ ଜାଣିବା ପରେ ଶେଷରେ କିଣିଥିବା ଲୋକ ଯୁବକଙ୍କୁ ଅପହରଣ କରିନେଇ ବନ୍ଧକ ରଖିଲେ। ଫୋନରେ ଟଙ୍କା ସହ ହତ୍ୟା ଧମକ ପାଇ ପରିବାର ଲୋକ ଏ ନେଇ ଥାନାରେ ଜଣାଇବା ପରେ ପୋଲିସ ଅପହୃତ ଯୁବକଙ୍କୁ ଉଦ୍ଧାର କରିଛି ପୋଲିସ। ଏହି କାରବାର ନେଇ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଆୟୋଜିତ ପ୍ରେସ୍‌ ମିଟ୍‌ରେ ସୂଚନା ଦେଇଛନ୍ତି ପାପଡ଼ାହାଣ୍ଡି ଏସ୍‌ଡିପିଓ ଆଦିତ୍ୟ ସେନ୍‌।

ସୂଚନାନୁଯାୟୀ, ମଇଦଲପୁର ଥାନା ଚନ୍ଦ୍ରପୁର ଗ୍ରାମର ରବୀନ୍ଦ୍ର ମିର୍ଗାନ ସୁନା ଶଙ୍ଖ ଦେବି କହି ମଧ୍ୟପ୍ରଦେଶ ଅଞ୍ଚଳର କିଛି ବ୍ୟକ୍ତିଙ୍କ ଠାରୁ ୫୦ ହଜାର ଟଙ୍କା ଅଗ୍ରୀମ ଆଣିଥିଲେ। କମ୍‌ ଦରରେ ସୁନା ଶଙ୍ଖ ପାଇବା ଆଶାରେ ଟଙ୍କା ଦେଇଥିବା ବ୍ୟକ୍ତିମାନେ ମଇଦଲପୁର ଅଞ୍ଚଳକୁ ବାରମ୍ବାର ଆସୁଥିଲେ। ଶେଷରେ ରବୀନ୍ଦ୍ର ଏମାନଙ୍କୁ ନକଲି ସୁନା ଶଙ୍ଖ ଦେଇଥିଲେ। ବାକି ଟଙ୍କା ନିଜ ଗାଁରେ ମୂଲଚାଲ ହେବ କହି ରବୀନ୍ଦ୍ରଙ୍କୁ ମଧ୍ୟପ୍ରଦେଶ ନେଇ ଯାଇଥିଲେ କିଣିବା ଲୋକ। ସେଠାରେ ଯାଞ୍ଚ ବେଳେ ନକଲି ସୁନା ଶଙ୍ଖ ବୋଲି ଜାଣିବା ପରେ ତାଙ୍କୁ ସେଠାରେ ବନ୍ଧକ କରି ରଖିଥିଲେ। ୬ ଲକ୍ଷ ଦେଲେ ଛାଡ଼ିବେ ବୋଲି ରବୀନ୍ଦ୍ରଙ୍କ ସ୍ତ୍ରୀଙ୍କୁ ଫୋନ୍‌ କରି ଜଣାଇଥିଲେ ଅପହରଣକାରୀ। ଅନ୍ୟ ପଟେ ରବୀନ୍ଦ୍ର ପୂର୍ବରୁ ନିଖୋଜ ଥିବାରୁ ସ୍ତ୍ରୀ ମଇଦଲପୁର ଥାନାରେ ଅଭିଯୋଗ କରିଥିଲେ। ପରେ ୧/୨୩ରେ ମାମଲା ରୁଜୁ କରିଥିଲା। ପରେ ୬ ଲକ୍ଷ ନେଇ ସ୍ତ୍ରୀ ବନ୍ଦିତାଙ୍କୁ ଫୋନ୍‌ ଆସିବାରୁ ସେ ପୁଣିଠାରେ ମଇଦଲପୁର ଥାନାର ଦ୍ୱାରସ୍ଥ ହୋଇଥିଲେ। ପୋଲିସ ୬/୨୩ରେ ମାମଲା ରୁଜୁ କରି ନବରଙ୍ଗପୁର ଏସ୍‌ପି ଏସ୍‌ ସୁଶ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଏସ୍‌ଡିପିଓ ଆଦିତ୍ୟ ସେନ୍‌, ଥାନାଧିକାରୀ ନଟବର ନନ୍ଦ, ଏସ୍‌ଆଇ ଶିବାଜୀ ପଣ୍ଡା ଓ ପୋଲିସ ଟିମ୍‌ ଗଠନ କରି ମଧ୍ୟପ୍ରଦେଶ ଅଞ୍ଚଳର ବେତୁଲ ଅଞ୍ଚଳର ଚିଛୋଲିରୁ ରବୀନ୍ଦ୍ରଙ୍କୁ ଉଦ୍ଧାର କରିଥିଲେ। ତା’ ସହିତ ସେମାନଙ୍କ ସହ କାର୍ଯ୍ୟ କରୁଥିବା ଜଣେ ବାବା ବିଦ୍ୟାଶଙ୍କର ଦୁବେଙ୍କୁ ବି ଗିରଫ କରିବାରେ ସଫଳ ହୋଇଥିଲା ମଇଦଲପୁର ପୋଲିସ। ସେହିପରି ରବୀନ୍ଦ୍ରଙ୍କ ନାମରେ ଏକାଧିକ ମାମଲା ରହିଥିବା ସୂଚନା ଦେଇଛି ପୋଲିସ। ଏହି ଦୁଇ ଜଣଙ୍କୁ ଗିରଫ କରି ଆଉ ତଦନ୍ତ କଲା ପରେ ଅନ୍ୟ ଅପରାଧୀଙ୍କୁ ମଧ୍ୟ ଧରାଯିବ ବୋଲି ପୋଲିସ କହିଛନ୍ତି। ଆୟୋଜିତ ପ୍ରେସ୍‌ମିଟ୍‌ରେ ମଇଦଲପୁର ଥାନାଧିକାରୀ ନଟବର ନନ୍ଦ, ଡି. ଦେବୀ କୁମାର ଓ ପୋଲିସ କର୍ମଚାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri