ବର୍ଷେ ପୂରିବ, ଚାଉଳ ଫେରାଉନାହାନ୍ତି ମିଲର୍ସ

ରାୟଗଡା,୨୬।୧୧(ଆଶିଷ ରଞ୍ଜନ ପଣ୍ଡା): ବିଭିନ୍ନ ମିଲର୍ସ ମଣ୍ଡିରୁ ଧାନ ନେଇ ତା’ର ପ୍ରତିବଦଳରେ ସରକାରଙ୍କୁ ଚାଉଳ ଫେରାଇଥାନ୍ତି। ରାୟଗଡ଼ା ଜିଲାରେ ଆସନ୍ତା ୧୭ ତାରିଖରେ ଚଳିତ ବର୍ଷ ଖରିଫ ମଣ୍ଡି ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ମିଲର୍ସମାନେ ଚାଉଳ ଫେରାଇବାର ନିୟମ ରହିଥିଲେ ମଧ୍ୟ ରାୟଗଡ଼ା ଜିଲାର ମିଲର୍ସ ଏହାକୁ ଖାତରି ନ କରି ଦିନ ପରେ ଦିନ ଗଡ଼ାଇ ଚାଲିଛନ୍ତି। ମିଲର୍ସଙ୍କ ଉପରେ ଏବେ ୩୮ ହଜାର ୮୮୨.୭୬ କୁଇଣ୍ଟାଲ ଚାଉଳ ବକେୟା ପଡ଼ିଥିବା ଜଣାପଡିଛି। ତେବେ ଜିଲାର ପଦ୍ମପୁର ଓ ବିଷମକଟକ ବ୍ଲକ୍‌ର ସର୍ବାଧିକ ମିଲର୍ସଙ୍କ ଉପରେ ଚାଉଳ ବକେୟା ପଡ଼ିଥିବା ସୂଚନା ମିଳିଛି । ପୂର୍ବ ସରକାରର ଜଣେ ନେତାଙ୍କ ଛତ୍ରଛାୟା ତଳେ ଉପରୋକ୍ତ ୨ ବ୍ଲକ୍‌ର ସମସ୍ତ ମିଲ୍‌ ପରିଚାଳନା ହେଉଥିବାରୁ ସେମାନେ ବର୍ତ୍ତମାନ ଢାଞ୍ଚା ବଦଳାଇ ପାରୁ ନ ଥିବା ଅଭିଯୋଗ ହେଉଛି।

ମିଳିଥିବା ସୂଚନା ପ୍ରକାରେ ପଦ୍ମପୁର ବ୍ଲକ୍‌ର ୧୪, ବିଷମକଟକ ବ୍ଲକ୍‌ର ୧୩, ରାମନାଗୁଡ଼ା ବ୍ଲକ୍‌ର ୬, ଗୁଣପୁର ବ୍ଲକ୍‌ର ୫ ଏବଂ କାଶୀପୁର ଓ କଲ୍ୟାଣସିଂହପୁର ବ୍ଲକର ଦୁଇଟି ଲେଖାଏଁ ମିଲର୍ସଙ୍କ ଉପରେ ଚାଉଳ ବକେୟା ପଡ଼ିଛି। ଯୋଗାଣ ବିଭାଗ ପକ୍ଷରୁ ବାରମ୍ବାର ଉକ୍ତ ମିଲର୍ସମାନଙ୍କୁ ତାଗିଦ କରିବା ପରେ ମଧ୍ୟ ଧାନ ବାବଦର ଚାଉଳ ଫେରାଇବା ପାଇଁ ସେମାନେ ଆଗ୍ରହ ପ୍ରକାଶ କରୁନାହାନ୍ତି। ଫଳରେ ଆଗାମୀ ଖରିଫ ଋତୁରେ ଧାନ ସଂଗ୍ରହ ନେଇ ସମସ୍ୟାରେ ପଡୁଛି ଯୋଗାଣ ବିଭାଗ। ପୂର୍ବରୁ କେତେଜଣ ମିଲର ସରକାରଙ୍କୁ ଚାଉଳ ଦେବାରେ ଜାଲିଆତି କରିଥିବାରୁ ଉକ୍ତ ମିଲ୍‌ରେ ଷ୍ଟକ୍‌ ଓ କାଗଜପତ୍ରରେ ମେଳ ନ ଥିବା ଜଣାପଡ଼ିଥିଲା। ତଥାପି ଉକ୍ତ ମିଲର୍ସ ଚଳିତବର୍ଷ ଧାନ କ୍ରୟରେ ସାମିଲହେବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି। ମୁଖ୍ୟତଃ ରାମନାଗୁଡ଼ା, ପଦ୍ମପୁର ଓ ବିଷମକଟକ ବ୍ଲକ୍‌ରେ ଏଭଳି ବେଆଇନ କାର୍ଯ୍ୟ ହୋଇଥିବା ଜଣାପଡ଼ିଥିଲା। ଅପରପକ୍ଷରେ ଜିଲା ଯୋଗାଣ ବିଭାଗ ଉକ୍ତ ମିଲର୍ସଙ୍କ ଉପରେ କଡା ପଦକ୍ଷେପ ଗ୍ରହଣ କରିବା ପରିବର୍ତ୍ତେ ଅନୁକମ୍ପା ପ୍ରଦର୍ଶନ କରୁଥିବା ଅଭିଯୋଗ ହୋଇଛି। ସେପ୍ଟେମ୍ବରଠାରୁ ମାସେ ଲେଖାଏ ବଢ଼ାଇ ବର୍ତ୍ତମାନ ନଭେମ୍ବର ପର୍ଯ୍ୟନ୍ତ ମିଲରଙ୍କୁ ସମୟ ଦିଆଯାଇଛି। ଏ ସମ୍ପର୍କରେ ଜିଲା ମୁଖ୍ୟ ଯୋଗାଣ ଅଧିକାରୀ ଦଶରଥୀ ସୋରେନ କହିଛନ୍ତି, ନଭେମ୍ବର ଶେଷ ସୁଦ୍ଧା ଯଦି ଚାଉଳ ନ ଫେରାନ୍ତି ତେବେ ମିଲରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri