‘ଯମୁନା’ ପାଇଁ ଯନ୍ତା ପ୍ରସ୍ତୁତ

ବାରିପଦା,୧୬ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କୋର୍‌ ଅଞ୍ଚଳରେ ଘୂରିବୁଲୁଥିବା ମହାବଳ ବାଘୁଣୀ ‘ଯମୁନା’ ଚିନ୍ତାର କାରଣ ପାଲଟିଛି। କୋର୍‌ ଅଞ୍ଚଳ ଛାଡ଼ି ସେ ବଫର୍‌ ଅଞ୍ଚଳକୁ ପ୍ରବେଶ କରିବା ମାତ୍ରେ ତାକୁ ତୁରନ୍ତ ଧରିବା ପାଇଁ ବନ ବିଭାଗର ଟିମ୍‌ ଯନ୍ତା ଧରି ସଜାଗ ହୋଇ ରହିଛି। ୪ ଦିନ ତଳେ ଶିମିଳିପାଳ ମଧ୍ୟରେ ଥିବା ଏକ ପର୍ଯ୍ୟଟନସ୍ଥଳୀରେ ଜଣେ ପର୍ଯ୍ୟଟକଙ୍କୁ ‘ଯମୁନା’ ଆକ୍ରମଣ ଉଦ୍ୟମ କରିଥିବା ପ୍ରଚାରିତ ହୋଇଥିଲା। ଏହି ଖବରକୁ ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ତଥା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ଡା. ପ୍ରକାଶ ଚାନ୍ଦ ଗୋଗିନେନୀ ଗୁଜବ କହି ଖଣ୍ଡନ କରିଥିବା ବେଳେ ଅଞ୍ଚଳବାସୀ ଭୟଭୀତ ହୋଇପଡ଼ିଛନ୍ତି। ଶୁକ୍ରବାର ଯଶିପୁରରୁ ଏକ ସ୍ବତନ୍ତ୍ର ଯନ୍ତା ଡୁକୁରା ରେଞ୍ଜ କାର୍ଯ୍ୟାଳୟରେ ପହଞ୍ଚତ୍ଛି। ଯମୁନା ସମ୍ପକର୍ର୍ିତ ତଥ୍ୟ ବନ ବିଭାଗ ଗୋପନ ରଖିବାକୁ ଚେଷ୍ଟା କରୁଥିବା ଆଲୋଚନା ହେଉଛି। ଗୋଟିଏ ପରିବେଶରୁ ଅନ୍ୟ ଏକ ପରିବେଶକୁ ଅଣାଯାଉଥିବା ବାଘୁଣୀ ପାଇଁ ବ୍ୟବସ୍ଥାରେ ତ୍ରୁଟି ଥିବା ପ୍ରାଣୀପ୍ରେମୀମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି।
କୋର୍‌ ଅଞ୍ଚଳରେ ବାଘୁଣୀ ‘ଯମୁନା’କୁ ଛଡ଼ାଯିବା ପରେ ସେ ନିଜର ବାସସ୍ଥଳୀ ପ୍ରସ୍ତୁତ କରିବା ପାଇଁ ପ୍ରୟାସ ଜାରି ରଖିଛି। ପର୍ଯ୍ୟଟନସ୍ଥଳୀଟି କୋର୍‌ ଅଞ୍ଚଳରେ ରହିଥିବାରୁ ସେଠାରେ ଯମୁନା ପ୍ରବେଶ କରିବା ସ୍ବାଭାବିକ କଥା। ନିଜର ସୁରକ୍ଷିତ ଅଞ୍ଚଳ ବାଛିବା ପାଇଁ ‘ଯମୁନା’କୁ କିଛି ଦିନ ସମୟ ଲାଗିବ। ଖାଦ୍ୟ ପାଇଁ ଶିକାର କରିବା ଉଦ୍ଦେଶ୍ୟରେ ‘ଯମୁନା’ ବୁଲୁଥିବା ବେଳେ ତାର ଗତିବିଧି ଉପରେ ସମ୍ପୂର୍ଣ୍ଣ ନଜର ଦିଆଯାଇଛି। ସେହିପରି ଗୋଟିଏ ନୂଆ ଅଞ୍ଚଳରେ ବାଘୁଣୀକୁ ଛଡ଼ାଯିବା ପରେ କୌଣସି ଅଘଟଣ ପୂର୍ବରୁ ତାକୁ ଜରୁରିକାଳୀନ ପରିସ୍ଥିତିରେ କାବୁ କରିବା ପାଇଁ ଯନ୍ତା ଓ ଡାକ୍ତରୀଦଳ ପ୍ରସ୍ତୁତ କରିବାକୁ ପଡ଼ିଥାଏ। ବନ ବିଭାଗର ସ୍ବତନ୍ତ୍ର ଟିମ୍‌ ଯମୁନାର ଗତିବିଧି ଉପରେ ୨୪ ଘଣ୍ଟିଆ ସତର୍କ ଦୃଷ୍ଟି ରଖିଛନ୍ତି ବୋଲି ଡ. ଗୋଗିନେନୀ କହିଛନ୍ତି।
ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ବଫର ଅଞ୍ଚଳରେ ଲୋକେ ବସବାସ କରୁଥିବା ସ୍ଥାନକୁ ଯମୁନାର ଅନୁପ୍ରବେଶ ଘଟିଲେ ତାର ଜୀବନ ପ୍ରତି ବିପଦ ରହିଛି। ବାଘ ସ୍ଥାନାନ୍ତରଣ ଓ ଛାଡ଼ିବା ପ୍ରକ୍ରିୟାରେ ତ୍ରୁଟି ଥିବା ନେଇ ପୂର୍ବତନ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଭାନୁମିତ୍ର ଆଚାର୍ଯ୍ୟ କହିିଛନ୍ତି। ମହାରାଷ୍ଟ୍ରର ସମତଳ ଶାଗୁଆନ ଜଙ୍ଗଲରେ ଯମୁନା ପରିବାର ସହ ରହି ଶିକାର କରୁଥିଲା। ଶାଗୁଆନ ଜଙ୍ଗଲରୁ ଶିମିଳିପାଳର ବଣପାହାଡ଼ଘେରା ଜଙ୍ଗଲ ମଧ୍ୟରେ ତାକୁ ଛାଡ଼ିବା ପୂର୍ବରୁ ଅଭୟାରଣ୍ୟର ଜଳବାୟୁ ଓ ପରିବେଶ ସହିତ ସେ କିପରି ନିଜକୁ ଖାପ ଖୁଆଉଛି ତାହା ଅନୁଶୀଳନ କରିବା ଅତ୍ୟନ୍ତ ଆବଶ୍ୟକତା ଥିଲା। ଯମୁନା ଶିମିଳିପାଳର ବନ୍ୟ ଜନ୍ତୁଙ୍କ ସହ ମିଶିବା ପାଇଁ ବନ ବିଭାଗ ପକ୍ଷରୁ କୌଣସି ପ୍ରଚେଷ୍ଟା କରାଯାଇ ନାହିଁ। ତାକୁ ଧରି ଆଣିବା ମାତ୍ରେ ଶିମିଳିପାଳ ଅଭୟାରଣ୍ୟରେ ଛାଡ଼ି ଦିଆଯାଇଛି। ଏପରିକି ଏନ୍‌କ୍ଲୋଜରକୁ ବୃଦ୍ଧି କରାଯାଇ ଶିମିଳିପାଳର ବନ୍ୟ ଜନ୍ତୁଙ୍କ ସହ ପରିଚିତ କରାଇବା ନିତାନ୍ତ ଆବଶ୍ୟକତା ରହିଛି। ସେହିପରି ଶିମିଳିପାଳ ଚାରିପାଖରେ ରହିଥିବା ୧୨୬୦ଟି ଗ୍ରାମର ଲୋକଙ୍କୁ ବାଘୁଣୀଠାରୁ ସୁରକ୍ଷିତ ରହିବା ସମ୍ପର୍କରେ କୌଣସି ସଚେତନ କରାଯାଇ ନାହିଁ। ଫଳରେ ବାଘୁଣୀ ଗଁାକୁ ପ୍ରବେଶ କରିବା ମାତ୍ରେ ଲୋକଙ୍କ ଆକ୍ରୋଶର ଶିକାର ହୋଇପାରେ ବୋଲି ଆଶଙ୍କା ରହିଛି। ଏପରି ସ୍ଥଳେ ବନ କର୍ମଚାରୀମାନଙ୍କୁ ମଧ୍ୟ ଆକ୍ରମଣର ଭୟ ଘାରିଛି। ତେବେ ଆବଶ୍ୟକ ବ୍ୟବସ୍ଥା କରା ନ ଗଲେ ବିଗତ ଦିନର ସାତକୋଶିଆର ମହାବଳ ବାଘ ସୁନ୍ଦରୀ ପରି ଅବସ୍ଥା ଆସିପାରେ କିମ୍ବା ଯମୁନାକୁ ନନ୍ଦନକାନନ ସ୍ଥାନାନ୍ତର କରାଯିବା ସମ୍ଭାବନା ଉପୁଜିବାରେ ଲାଗିଛି ା ମନଇଚ୍ଛା ମିଶନକୁ ସଫଳ କରିବା ପାଇଁ ନିଆଯାଉଥିବା ପଦକ୍ଷେପ ବିଫଳ ହେବ ବୋଲି ଆଚାର୍ଯ୍ୟ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri