Categories: ବାଣିଜ୍ୟ

ଉତ୍କଳ ଅଟୋମୋବାଇଲ୍ସରେ ଏକ୍ସୟୁଭି ୭୦୦ ଶୁଭାରମ୍ଭ

ଭୁବନେଶ୍ୱର, ୯।୧୦ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା କମ୍ପାନୀର ନୂଆ ଏକ୍ସୟୁଭି ୭୦୦ ମଡେଲ ସ୍ଥାନୀୟ ଉତ୍କଳ ଅଟୋମୋବାଇଲ୍ସ ଶୋ’ରୁମ୍‌ରେ ଶୁଭାରମ୍ଭ ହୋଇଛି। ଶୋ’ରୁମ୍‌ର ସ୍ବତ୍ୱାଧିକାରୀ ସୌନକ ପାରିଖ, ବିଧାୟକ ଅନନ୍ତ ନାରାୟଣ ଜେନା ଏବଂ କମ୍ପାନୀର ଅଧିକାରୀ ଉପସ୍ଥିତ ରହି ଯାନଟିକୁ ବଜାର ପ୍ରବେଶ କରାଯାଇଥିଲେ। ଏହି ଯାନଟି ବର୍ତ୍ତମାନ ସୁଦ୍ଧା ବୁକିଂରେ ରେକର୍ଡ କରିଥିବା କମ୍ପାନୀ ପକ୍ଷରୁ ସୂଚନା ମିଳିଛି। ଉଭୟ ପେଟ୍ରୋଲ ଏବଂ ଡିଜେଲ ଇଞ୍ଜିନ ବିକଳ୍ପ ସହ ଏହା ଆସୁଛି। ଯାନଟିର ବଜାର ଦର ୧୨.୪୯ ଲକ୍ଷ ଟଙ୍କାରୁ ୨୨.୯୯ ଲକ୍ଷ ଟଙ୍କା ରହିଛି। ନିକଟସ୍ଥ ଡିଲରଶିପ ଏବଂ ଡିଜିଟାଲ ପ୍ଲାଟ୍‌ଫର୍ମରେ ଏହା ବୁକିଂ କରାଯାଇପାରିବେ ବୋଲି କମ୍ପାନୀ ପକ୍ଷରୁ ସୂଚନା ମିଳିଛି।

Share