ଉତ୍କଟ ହେଉଛି ଜଳସଙ୍କଟ

ବରୀ,୪ା୪(ଡି.ଏନ.ଏ.): ରାଜ୍ୟ ସରକାର ପ୍ରତି ପରିବାରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା କ୍ଷେତ୍ରରେ ଗୁରୁତ୍ୱ ଦେଉଛନ୍ତି। ଏଥିଲାଗି ପ୍ରକଳ୍ପ ନିର୍ମାଣ ନିମନ୍ତେ ଅର୍ଥ ମଞ୍ଜୁର ହେଉଛି। ମାତ୍ର ଦାୟିତ୍ୱରେ ଥିବା ଠିକାଦାରଙ୍କ ମନମୁଖି କାର୍ଯ୍ୟ ଓ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ବହୁ ନିର୍ମାଣାଧୀନ ପାନୀୟ ଜଳ ପ୍ରକଳ୍ପ ଅଧାପନ୍ତରିଆ ଭାବେ ପଡ଼ିରହିଛି। ଫଳରେ ଲୋକେ ପାଣି ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ଯାହାର ଉଦାହରଣ ଦେଖିବାକୁ ମିଳିଛି ବରୀ ବ୍ଲକ୍‌ ଅଞ୍ଚଳରେ। ଏହି ବ୍ଲକ୍‌ ଅଧୀନ ୨୯ ପଞ୍ଚାୟତର ୧୧୧ଟି ରାଜସ୍ବ ଗ୍ରାମ ମଧ୍ୟରୁ ଅର୍ଦ୍ଧାଧିକ ଗ୍ରାମବାସୀ ଅଦ୍ୟାବଧି ଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚତ୍ତ ହୋଇଛନ୍ତି। ବିଶେଷକରି ବ୍ଲକ ଅଧୀନ ଗୋଳକୁଣ୍ଡ ପଞ୍ଚାୟତର ମେଣ୍ଢ, ଅଟିରା ପଞ୍ଚାୟତ, ଧାରପୁର, ମହାକାଳପଡ଼ା, ବାଲିବିଲ ଓ ଅମଠପୁର ଆଦି ପଞ୍ଚାୟତରେ ଚାଲିଥିବା ପ୍ରକଳ୍ପଗୁଡ଼ିକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଶେଷ କରିବାକୁ ଦାୟିତ୍ୱରେ ଥିବା ଠିକାଦାର ଚୁକ୍ତିବଦ୍ଧ ହୋଇଥିଲେ ମଧ୍ୟ ଅଧାରୁ କାମ ବନ୍ଦ ରଖିଛନ୍ତି। ଏଥିଯୋଗୁ ଅଞ୍ଚଳରେ ଉତ୍କଟ ଜଳ ସମସ୍ୟା ଦେଖାଦେଇଛି।
ଏତଦ୍‌ବ୍ୟତୀତ ଗ୍ରୀଷ୍ମଋତୁ ଆରମ୍ଭରୁ ବ୍ରାହ୍ମଣୀ ନଦୀ ଶଯ୍ୟା ଶୁଷ୍କ ପଡ଼ିବା ଓ ଭୂତଳ ଜଳସ୍ତର କ୍ରମଶଃ କମୁଥିବାରୁ ଏହି ଅଞ୍ଚଳରେ ଥିବା କୂଅଗୁଡିକ ଶୁଖିବାକୁ ଲାଗିଲାଣି। ଅମଠପୁର ପଞ୍ଚାୟତର ୧ ନଂ. ଓ ୨ନଂ. ଓ୍ବାର୍ଡର ମହିଳାମାନେ ନିକଟସ୍ଥ ବିରୂପା ନଦୀରୁ ପାନୀୟ ଜଳ ସଂଗ୍ରହ କରିବା ସରକାରଙ୍କ ବସୁଧା ଯୋଜନାକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଏପରି କି ବିଭିନ୍ନ ସମୟରେ ସ୍ଥାନୀୟ ଲୋକେ ପାନୀୟଜଳ ନିମନ୍ତେ ଜିଲା ପ୍ରଶାସନଠାରୁ ଆରମ୍ଭ କରି ବ୍ଲକ୍‌ ପ୍ରଶାସନ ନିକଟରେ ଦାବି କରି ଆସୁଥିଲେ ମଧ୍ୟ ପ୍ରଶାସନିକ ଅଧିକାରୀଙ୍କ ପ୍ରତିଶ୍ରୁତି ପାଣିରଗାର ପାଲଟିଛି। ବିଶ୍ୱ ଜଳ ଦିବସରେ ମହାକାଳପଡ଼ା ପଞ୍ଚାୟତ ଅଧୀନ ମିତ୍ରସେନପୁର ଗ୍ରାମର ମହିଳା ଓ ଗ୍ରାମବାସୀ ହାତରେ ମାଠିଆ ଏବଂ ବାଲ୍‌ତି ଧରି ଆନ୍ଦୋଳନ କରିଥିବା ଦେଖିବାକୁ ମିଳିଥିଲା। ତେବେ ଗ୍ରୀଷ୍ମ ପ୍ରବାହ କ୍ରମଶଃ ବୃଦ୍ଧି ପାଉଥିବାରୁ ଲୋକଙ୍କ ଆବଶ୍ୟକତାକୁ ଆଖି ଆଗରେ ରଖି ଅଧାପନ୍ତରିଆ ପାନୀୟ ଜଳ ପ୍ରକଳ୍ପ ଗୁଡିକର କାର୍ଯ୍ୟ ଶୀଘ୍ର ଶେଷ କରିବା ଦିଗରେ ଜିଲାପାଳ ପଦକ୍ଷେପ ନେବାକୁ ସାମାଜିକ କର୍ମୀ ପର୍ଶୁରାମ ବିଶ୍ୱାଳ, ସତ୍ୟରଞ୍ଜନ କର, କୁଳମଣି ଶୁକ୍ଳ, ନିମାଇଁ ରାୟ ଓ ରମାକାନ୍ତ ମଣ୍ଡଳ ପ୍ରମୁଖ ଦାବି କରିଛନ୍ତି। ଏ ସମ୍ପର୍କରେ ଜଳ ଓ ପରିମଳ ବିଭାଗ ନିର୍ବାହୀ ଯନ୍ତ୍ରୀ ସୁଶାନ୍ତ କୁମାର ଘଡ଼ାଇଙ୍କୁ ପଚାରିବାରେ ସେ କହିଛନ୍ତି, ବରୀରେ ନିର୍ମାଣାଧୀନ ବହୁ ପ୍ରକଳ୍ପରୁ ଲୁଣାପାଣି ବାହାରୁଥିବାରୁ ତାହା ପାନୀୟ ଉପଯୋଗୀ ହୋଇପାରୁନାହିଁ। ଖୁବ୍‌ଶୀଘ୍ର ସେହି ଜଳକୁ ବିଶୋଧନ କରାଯାଇ ପାନୀୟ ଉପଯୋଗୀ କରିବା କ୍ଷେତ୍ରରେ ପଦକ୍ଷେପ ନିଆଯିବ। ତେବେ ଅନ୍ୟ ଯେଉଁ ସ୍ଥାନରେ ଜଳ ସମସ୍ୟା ରହିଛି ତା’ର ତୁରନ୍ତ ସମାଧାନ କରାଯିବ ବୋଲି ଘଡ଼ାଇ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri