Posted inଜାତୀୟ

ହାତ ମିଳାଇଲେ ବିଶ୍ୱର ୨ ସୁପରପାଓ୍ବାର୍‌: ଏକଘରକିଆ ହୋଇଗଲା ଭାରତ

ନୂଆଦିଲ୍ଲୀ,୧୩।୫: ଭାରତୀୟ ସାମଗ୍ରୀ ଉପରେ ୫୦ ପ୍ରତିଶତ ଟାରିଫ୍‌ ଏବଂ ଚାଇନା ପାଇଁ ୯୦ ଦିନର ଟାରିଫ୍‌ ରିହାତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚାଇନା ପ୍ରତି ମନୋଭାବ ପରିବର୍ତ୍ତନ ହେଉଥିବା ପରି ମନେ ହେଉଛି। ଯାହା ଉପରେ ସେ ଏପ୍ରିଲ ମାସରେ ଭାରୀ ଟାରିଫ୍‌ ଲାଗୁ କରିଥିଲେ, ସେ ଏବେ ରିହାତି ଘୋଷଣା କରିଛନ୍ତି। ଆମେରିକା ଚାଇନା ସାମଗ୍ରୀ ଉପରେ ଲାଗୁ ହୋଇଥିବା ଅତିରିକ୍ତ ଟାରିଫ୍‌କୁ ୯୦ ଦିନ ପାଇଁ ରିହାତି କରିଛି, ଅର୍ଥାତ୍‌ ଏହି ରିହାତି ନଭେମ୍ବର ପର୍ଯ୍ୟନ୍ତ ଜାରି ରହିବ। କେବଳ ଏତିକି ନୁହେଁ, ଟ୍ରମ୍ପ ଟାରିଫ୍‌ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ମଧ୍ୟ ପ୍ରଶଂସା କରିବା ଆରମ୍ଭ କରିଛନ୍ତି।

ଏକ ମିଳିତ ବିବୃତ୍ତି ଜାରି କରି ଆମେରିକା ଏବଂ ଚାଇନା ଘୋଷଣା କରିଛନ୍ତି, ଉଭୟ ଦେଶ ପରସ୍ପର ଉପରେ ଲଗାଯାଇଥିବା ଅତିରିକ୍ତ ଟାରିଫ୍‌ ଉପରେ ସ୍ଥଗିତତାକୁ ଆଉ ୯୦ ଦିନ ପାଇଁ ବୃଦ୍ଧି କରାଯାଉଛି।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍‌ରେ ପୋଷ୍ଟ କରି ଏହା ଘୋଷଣା କରିଛନ୍ତି। ଟ୍ରମ୍ପ ପୋଷ୍ଟରେ ଲେଖିଛନ୍ତି, ମୁଁ ଏକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶରେ ସ୍ବାକ୍ଷର କରିଛି, ଯାହା ପରେ ଚାଇନା ଉପରେ ଟାରିଫ୍‌ ସ୍ଥଗିତତାକୁ ଆଉ ୯୦ ଦିନ ପାଇଁ ବୃଦ୍ଧି କରାଯିବ। ଚୁକ୍ତିନାମା ସହିତ ଜଡିତ ଅନ୍ୟ ସମସ୍ତ ଜିନିଷ ସମାନ ରହିବ। ଆମେରିକାର ଏହି ନିଷ୍ପତ୍ତି ଉପରେ ଚାଇନା ମଧ୍ୟ ଖୁସି ପ୍ରକାଶ କରିଛି।

ଲଣ୍ଡନ ଏବଂ ଷ୍ଟକହୋମରେ ବାଣିଜ୍ୟ ସମ୍ପର୍କରେ ଦୁଇ ଦେଶ ମଧ୍ୟରେ ହୋଇଥିବା ବୈଠକରେ ୯୦ ଦିନ ପାଇଁ ଟାରିଫ୍‌ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ଆମେରିକା ଚାଇନା ସାମଗ୍ରୀ ଉପରେ ୩୦ ପ୍ରତିଶତ ଟାରିଫ୍‌ ଲଗାଇଛି, କିନ୍ତୁ ଏପ୍ରିଲରେ ଆମେରିକା ଚାଇନା ଉପରେ ୨୪୫ ପ୍ରତିଶତ ପର୍ଯ୍ୟନ୍ତ ଟାରିଫ୍‌ ଲଗାଇବାକୁ ଧମକ ଦେଇଥିଲା ଏବଂ ଚାଇନା ପ୍ରତିଶୋଧ ସ୍ବରୂପ ୧୨୫ ପ୍ରତିଶତ ଟାରିଫ୍‌ ଲଗାଇବ ବୋଲି କହିଥିଲା। ବର୍ତ୍ତମାନ ଟାରିଫ୍‌ ସ୍ଥଗିତ ରଖିବାର ଅର୍ଥ ହେଉଛି ଚାଇନାରୁ ଆମେରିକା ଯାଉଥିବା ସାମଗ୍ରୀ ଉପରେ କେବଳ ୩୦ ପ୍ରତିଶତ ଟାରିଫ୍‌ ଲଗାଯିବ।

ରିପୋର୍ଟ ଅନୁଯାୟୀ, ଦୁଇ ଦେଶର ବାଣିଜ୍ୟ ସମ୍ପର୍କ ପର୍ଯ୍ୟାୟକ୍ରମେ ସହଜତା ଆଡକୁ ଗତି କରୁଛି। ଏହା ବଜାରକୁ ସ୍ଥିର କରିବାରେ ଏବଂ ବିଶ୍ୱ ବାଣିଜ୍ୟକୁ ସମର୍ଥନ କରିବାରେ ସାହାଯ୍ୟ କରିବ। ଏହା ଦ୍ୱିପାକ୍ଷିକ ସମ୍ପର୍କ ପାଇଁ ଏକ ସକାରାତ୍ମକ ପରିବେଶ ସୃଷ୍ଟି କରିବାରେ ମଧ୍ୟ ସାହାଯ୍ୟ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ଭିଡିଓ ହଟାଇବା ପ୍ରସଙ୍ଗ; ସରକାରଙ୍କ ସହ ୪୫ ମିନିଟ୍ ଧରି ବୈଠକ କଲା ମେଟା, କହିଲା…

ନୂଆଦିଲ୍ଲୀ,୫।୮: ଜନ୍ତର-ମନ୍ତରରେ ହୋଇଥିବା ଆନ୍ଦୋଳନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଭିଡିଓକୁ ଫେସବୁକରେ ଅସ୍ଥାୟୀ ଭାବେ ରିଷ୍ଟ୍ରିକ୍ଟ କରିଦେଇଥିଲା । ଏହି ଘଟଣାକୁ ନେଇ ଦିନକୁ…

ପଟ୍ଟନାୟକ ବନ୍ଧ ଦୁର୍ନୀତି ଅଭିଯୋଗ: ଦୁଇ ଯନ୍ତ୍ରୀ-ଠିକାଦାରଙ୍କୁ ପଚରାଉଚରା ପାଇଁ ନେଲା ଭିଜିଲାନ୍ସ

ଗଜପତି,୫ା୮(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡି ସହରର ବହୁଚର୍ଚ୍ଚିତ ପଟ୍ଟନାୟକ ବନ୍ଧର ପୁନରୁଦ୍ଧାର କାର୍ଯ୍ୟରେ ଅନିୟମିତତା ଓ ଦୁର୍ନୀତି ଅଭିଯୋଗକୁ ନେଇ ଭିଜିଲାନ୍ସ ତଦନ୍ତ ଜୋରଦାର ହୋଇଛି। ଏହି କ୍ରମରେ…

ବାଲିଅନ୍ତା ସୌମ୍ୟରଞ୍ଜନ ମର୍ଡର କେସ୍‌: ଚାର୍ଜଶିଟ୍‌ ଦାଖଲ କଲା କ୍ରାଇମ୍‌ବ୍ରାଞ୍ଚ

କଟକ,୫ା୮(ପ୍ରଭୁକଲ୍ୟାଣ ପାଲ୍‌): ବାଲିଅନ୍ତା କନଷ୍ଟେବଳ ସୌମ୍ୟରଞ୍ଜନ ସ୍ବାଇଁ ହତ୍ୟାକାଣ୍ଡ ଘଟଣାରେ କୋର୍ଟରେ ଚାର୍ଜଶିଟ୍‌ ଦାଖଲ କରିଛି କ୍ରାଇମବ୍ରାଞ୍ଚ। ୭୬୭ ପୃଷ୍ଠାର ଚାର୍ଜଶିଟ୍‌ ଦାଖଲ କରିଥିବାବେଳେ ୧୧ ଅଭିଯୁକ୍ତଙ୍କ…

ରାଜ୍ୟ ସରକାରଙ୍କ ଅନୁଦାନପ୍ରାପ୍ତ ଶିକ୍ଷକଙ୍କ ଦାବି ପୂରଣରେ ଟାଳଟୁଳ ନୀତି: ତେଜିଲା ଆନ୍ଦୋଳନ

ଗୁଣପୁର,୫ା୮(ସୁଜାତା ପାଢ଼ୀ): ରାଜ୍ୟ ସରକାର ଅନୁଦାନପ୍ରାପ୍ତ ଶିକ୍ଷକମାନଙ୍କ ମୌଳିକ ଦାବି ଯଥା ଚାକିରି ସର୍ତ୍ତାବଳୀ ଲାଗୁ, ପୁରୁଣା ପେନ୍‌ସନ୍‌ ପ୍ରଦାନ, ଅବସର ସୀମା ୬୨କୁ ବୃଦ୍ଧି, ଅନୁଦାନପ୍ରାପ୍ତ…

ବିଧାନସଭାରେ ଭାବପ୍ରବଣ ହୋଇଗଲେ ବାଚସ୍ପତି: କହିଲେ, ମୁଁ ଏହି ପଦବୀ ପାଇଁ ଯୋଗ୍ୟ କି ନୁହେଁ…

ଲକ୍ଷ୍ନୌ,୫।୮: ଉତ୍ତରପ୍ରଦେଶ ବିଧାନସଭାର ମୌସୁମୀ ଅଧିବେଶନ ସମୟରେ ବାଚସ୍ପତି ସତୀଶ ମହାନା ବିଧାୟକମାନଙ୍କୁ ସମ୍ବୋଧିତ କରିବା ସମୟରେ ଭାବପ୍ରବଣ ହୋଇ ପଡ଼ିଥିଲେ। ଅଧିବେଶନର ଦ୍ୱିତୀୟ ଦିନ ଅଗଷ୍ଟ…

ବିରାଟ କୋହଲି ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବା ପରେ ପ୍ରତିକ୍ରିୟା ରଖିଲେ ମହମ୍ମଦ ଶାମି,ଜାଣନ୍ତୁ କ’ଣ କହିଲେ

ନୂଆଦିଲ୍ଲୀ,୫।୮: ସାମ୍ପ୍ରତିକ ବର୍ଷଗୁଡ଼ିକରେ, ବିରାଟ କୋହଲି ଆଧ୍ୟାତ୍ମିକତା ପ୍ରତି ଆଗ୍ରହ ଦେଖାଇଛନ୍ତି। ତାଙ୍କୁ ତାଙ୍କ ଆଙ୍ଗୁଠିରେ ପ୍ରାର୍ଥନା ମାଳି ଏବଂ ଏକ ଟାଲି କାଉଣ୍ଟର ସହିତ ଦେଖାଯାଇଛି,…

୨୦୨୭ ବିଶ୍ୱକପ ପାଇଁ ସୁନୀଲ ଗାଭାସ୍କର ବାଛିଲେ ଭାରତୀୟ ଦଳ; ବାଦ ପଡ଼ିଲେ ବଡ଼ ବଡ଼ ନାମ

ନୂଆଦିଲ୍ଲୀ,୫।୮: ଆସନ୍ତା ବର୍ଷ (୨୦୨୭) ହେବାକୁ ଥିବା ଏକଦିବସୀୟ ବିଶ୍ୱକପ ପାଇଁ ଭାରତୀୟ ଦଳରେ କିଏ ସ୍ଥାନ ପାଇବ ସେ ବିଷୟରେ ଆଲୋଚନା ଆରମ୍ଭ ହୋଇସାରିଛି। ଇଂଲଣ୍ଡ…

NEET-UG ପ୍ୟାଟର୍ଣ୍ଣରେ ହେବ ବଡ଼ ପରିବର୍ତ୍ତନ, ସୁପ୍ରିମକୋର୍ଟରେ ଯୋଜନାର ରୂପରେଖା ପ୍ରଦାନ କଲେ ସରକାର

ନୂଆଦିଲ୍ଲୀ,୫।୮: ଜାତୀୟ ଡାକ୍ତରୀ ପ୍ରବେଶିକା ପରୀକ୍ଷା, NEET-UGର ଢାଞ୍ଚାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ପାଇଁ ପ୍ରସ୍ତୁତି ଚାଲିଛି। କେନ୍ଦ୍ର ସରକାର ଏକ ସତ୍ୟପାଠ ମାଧ୍ୟମରେ ସୁପ୍ରିମକୋର୍ଟକୁ ଏହା ଜଣାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri