Posted inଫୁରସତ

ପରିବେଶର ଥର୍ମୋମିଟର, ଘରଚଟିଆ

କିଚିରିମିଚିରି ହୋଇ ଘର ଅଗଣାରେ ଡେଇଁଥିବା ଛୋଟ ଚଢ଼େଇଟିଏ ଘରଚଟିଆ। ସମସ୍ତଙ୍କୁ ଖୁସି ଦେଇ ନିଜ ଜୀବନରେ ମଜ୍ଜି ରହିଥିବା ଏହି ପ୍ରଜାତି ଏବେ ସଙ୍କଟରେ। ସେମାନଙ୍କ ସୁରକ୍ଷା ଲାଗି ସଚେତନତା ବ୍ୟାପକ କରିବାକୁ ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖରେ ପାଳିତ ହେଉଛି ବିଶ୍ୱ ଘରଚଟିଆ ଦିବସ।
ହାତ ପାପୁଲିରେ ଧରିପାରିବା ଭଳି ଚଢ଼େଇଟିଏ ଘରଚଟିଆ। ପ୍ରକୃତିର ଦୂତ ସେ। ଘରଚଟିଆ ଖୁସିରେ ଶବ୍ଦ କରି ଡେଇଁ ଡେଇଁ ବୁଲିବା ସୂଚାଏ ଯେ ପ୍ରକୃତିର ସନ୍ତୁଳନ ଠିକ୍‌ ରହିଛି। ତେଣୁ ପୂର୍ବପୁରୁଷମାନେ ଘରଚଟିଆକୁ ପରିବେଶର ଥର୍ମୋମିଟର ବୋଲି କହୁଥିଲେ। ସାରା ବିଶ୍ୱରେ ୪୩ ପ୍ରକାର ଘରଚଟିଆ ଅଛନ୍ତି। ଏମାନଙ୍କର ମୁଖ୍ୟ ଖାଦ୍ୟ କୀଟପତଙ୍ଗ ହୋଇଥିଲେ ବି ମଣିଷଙ୍କ ମେଳରେ ରହି ଶସ୍ୟ ଖାଇବା ଶିଖିଯାଇଥିଲେ। ଘରଚଟିଆ କୀଟପତଙ୍ଗ ଦାଉରୁ ଫସଲକୁ ସୁରକ୍ଷା ଦେଇଥାଏ। ୧୯୫୦ ମସିହାରେ ଚାଇନା ଘରଚଟିଆକୁ ନିପାତ କରିବା ଲାଗି ପଦକ୍ଷେପ ନେଲା। ସେମାନେ ଭାବିଥିଲେ ଯେ ଖାଦ୍ୟ ସନ୍ଧାନରେ ଘରଚଟିଆ ଫସଲ ନଷ୍ଟ କରୁଛନ୍ତି। ହେଲେ ସେଠାରେ ଘରଚଟିଆ ସଂଖ୍ୟା ଯେମିତି କମିଲା କୀଟପତଙ୍ଗଙ୍କ ଆକ୍ରମଣରେ ଫସଲ ସେହିପରି ନଷ୍ଟ ହେବାକୁ ଲାଗିଲା। ଏବେ ଅତ୍ୟାଧୁନିକ ପରିବେଶରେ ଅଣନିଃଶ୍ୱାସୀ ହୋଇପଡୁଛି ଘରଚଟିଆ। ସବୁଆଡ଼େ କଂକ୍ରିଟ୍‌ ଅଟାଳିକାର ଭିଡ଼ ଭିତରେ ତା’ର ପ୍ରାକୃତିକ ବାସସ୍ଥାନ ରହୁନାହଁି। ମୋବାଇଲ୍‌ ଟାୱାରର ବିକିରଣ, ଖାଦ୍ୟାଭାବ ଏହି ଚଢ଼େଇଙ୍କ ସଂଖ୍ୟା ଦ୍ରୁତଗତିରେ ହ୍ରାସ ପାଇବାର କାରଣ ପାଲଟିଛି। ଭାରତ ସହିତ ବ୍ରିଟେନ୍‌, ଫ୍ରାନ୍ସ, ଜର୍ମାନୀ, ଚେକ୍‌ ଗଣରାଜ୍ୟ, ବେଲ୍‌ଜିୟମ୍‌, ଇଟାଲି ଏବଂ ଫିନ୍‌ଲାଣ୍ଡ ଆଦି ସହରରେ ଘରଚଟିଆ ସଂଖ୍ୟା କମିବାରେ ଲାଗିଛି।
ଘରଚଟିଆ କମିବାର କେତେକ ପ୍ରମୁଖ କାରଣ
ଆଧୁନିକ ଘରଗୁଡ଼ିକର ନିର୍ମାଣଶୈଳୀରେ ସ୍କାଇଲାଇଟ୍‌ କିମ୍ବା ପକ୍ଷୀ ବସା କରିପାରୁଥିବା ପରି କୌଣସି ସ୍ଥାନ ନାହଁି। ଏହି ସ୍ଥାନଗୁଡ଼ିକରେ ଘରଚଟିଆ ବସା କରିଥାନ୍ତି।
ପ୍ରତି କ୍ଷତିକାରକ କୀଟପତଙ୍ଗ ଘରଚଟିଆର ମୁଖ୍ୟ ଖାଦ୍ୟ। ଏବେ ମାତ୍ରାଧିକ କୀଟନାଶକ ପ୍ରୟୋଗରୁ ତା’ର ପ୍ରାକୃତିକ ଖାଦ୍ୟସ୍ରୋତ ନଷ୍ଟ ହୋଇଯାଉଛି। ପୁଣି ଘରଚଟିଆର ଶାବକମାନେ କେବଳ କୀଟ ଲାର୍ଭା ଖାଉଥିବା ବେଳେ ସେଗୁଡ଼ିକ ଆଦୌ ମିଳୁନାହଁି।
ପ୍ରାୟ ସମୟରେ ଘର ଭିତରକୁ ପଶିଆସୁଥିବା ବେଳେ ବୁଲୁଥିବା ଫ୍ୟାନ୍‌ରେ ବାଜି ମୃତ୍ୟୁମୁଖରେ ପଡ଼େ।
ଫୋନ୍‌ ଟାୱାରଗୁଡ଼ିକରୁ ବାହାରୁଥିବା ବିଦ୍ୟୁତ୍‌ ଚୁମ୍ବକୀୟ ବିକିରଣରେ ଘରଚଟିଆର ସ୍ନାୟୁତନ୍ତ୍ର ପ୍ରଭାବିତ ହୋଇଥାଏ।
ଅଣ୍ଡା ଉପରେ ୧୦-୧୪ ଦିନ ଧରି ବସିଲେ ସେଥିରୁ ଶାବକ ଫୁଟିଥାନ୍ତି। ହେଲେ ମୋବାଇଲ୍‌ ଟାୱାର ପାଖାପାଖି ଯଦି ବସା ଥାଏ ତେବେ ସେ ୩୦ ଦିନ ଅଣ୍ଡା ଉପରେ ବସିଲେ ମଧ୍ୟ ଶାବକ ବାହାରିବା କଷ୍ଟ ହେଉଛି।
ପେଟ୍ରୋଲ୍‌ରୁ ବାହାରୁଥିବା ମିଥେନ୍‌ ଏବଂ ନାଇଟ୍ରେଟ୍‌ ସହିତ ରାସାୟନିକ ସାର ଘରଚଟିଆର ପ୍ରାକୃତିକ ଖାଦ୍ୟ ନଷ୍ଟ କରିଦେଉଛି।
ଫେରିବ ଘରଚଟିଆ
ଘରଚଟିଆ ସଂଖ୍ୟା ବୃଦ୍ଧି ପାଇଁ ପ୍ରଥମେ ଏହାର ବାସସ୍ଥାନ ଲାଗି ସୁରକ୍ଷିତ ସ୍ଥାନ ଯୋଗାଇଦେବା ଆବଶ୍ୟକ; ଯେଉଁଠାରେ ସେ ସହଜରେ ବସା ବାନ୍ଧିପାରିବ। ଏହା ସହିତ ସେଠାରେ ଘରଚଟିଆ ଅଣ୍ଡା ଏବଂ ଶାବକ ଅନ୍ୟ ଆକ୍ରମଣକାରୀ ପକ୍ଷୀଠାରୁ ସୁରକ୍ଷିତ ରହିପାରୁଥିବ। ଘର ଛାତ ଉପରେ ଜୋତା, ଡବା, ମାଠିଆ, କାଠବାକ୍ସ ଆଦି ରଖିଲେ ଘରଚଟିଆ ବସା କରିପାରିବ। ତେବେ ସେଠାକୁ ବିଲେଇ, କୁକୁର ଆଦି ଯାଇପାରୁ ନ ଥିବା ଜରୁରୀ।
ଜୀବନ ବଦଳାଇ ଦେଲା
ଦିନେ ଶିକାରୀ ହେବା ଲାଗି ଇଚ୍ଛା କରୁଥିବା ଜନୈକ କିଶୋରଙ୍କ ଜୀବନରେ ଘରଚଟିଆ ଏପରି ପରିବର୍ତ୍ତନ ଆଣିଥିଲା ଯେ ସେ ପକ୍ଷୀ ଶିକାର କରିବା ବଦଳରେ ସେମାନଙ୍କର ସୁରକ୍ଷା ଓ ସଂରକ୍ଷଣ ପାଇଁ ଚିନ୍ତା କଲେ ଏବଂ ଭାରତର ପକ୍ଷୀ ମଣିଷ (ବାର୍ଡ ମ୍ୟାନ୍‌ ଅପ୍‌ ଇଣ୍ଡିଆ) ଭାବେ ପରିଚିତ ହୋଇଥିଲେ। ଭରତପୁରଠାରେ ଥିବା କେବଲାଦେବ ପକ୍ଷୀ ଅଭୟାରଣ୍ୟ ତାଙ୍କ ଏକନିଷ୍ଠ ପ୍ରୟାସର ଫଳ। ସଲିମ୍‌ ଅଲ୍‌ଲୀ ନାମକ ଏହି ବ୍ୟକ୍ତିତ୍ୱ ପିଲାଦିନେ ଏକ ବିରଳ ପ୍ରଜାତିର ଘରଚଟିଆ ମାରିଦେଇଥିଲେ, ଯାହା ପରେ ତାଙ୍କୁ ପକ୍ଷୀଙ୍କ ସମ୍ପର୍କରେ ଗବେଷଣା ଏବଂ ସେମାନଙ୍କ ସଂରକ୍ଷଣ କରିବା ଦିଗରେ ପ୍ରେରିତ କରିଥିଲା। ଏପରି କି ସେ ନିଜ ଆମତ୍ଜୀବନୀର ନାମ ରଖିଥିଲେ ‘ଦି ଫଲ୍‌ ଅଫ୍‌ ଏ ସ୍ପାରୋ’।
-୨୦୧୦ ମାର୍ଚ୍ଚ ୨୦ ତାରିଖରୁ ବିଶ୍ୱ ଘରଚଟିଆ ଦିବସ ପାଳନ ଆରମ୍ଭ ହୋଇଛି। ଘରଚଟିଆର ଜୀବନକାଳ ୧୧ରୁ ୧୩ ବର୍ଷ। ସମୁଦ୍ର ପତନଠାରୁ ୧୫୦୦ ଫୁଟ ଉଚ୍ଚତା ପର୍ଯ୍ୟନ୍ତ ଏହି ପକ୍ଷୀ ଦେଖାଯାଇଥାନ୍ତି। ଏହାର ବୈଜ୍ଞାନିକ ନାମ ପାସର ଡେମେଷ୍ଟିକସ୍‌।-ଘରଚଟିଆର ସୁରକ୍ଷା ପାଇଁ ଦିଲ୍ଲୀ ସରକାର ଏହାକୁ ରାଜ୍ୟପକ୍ଷୀ ଘୋଷଣା କରିଛନ୍ତି।
ଦିଲ୍ଲୀର ସରକାରୀ କାର୍ଯ୍ୟାଳୟ, ସ୍କୁଲ, କଲେଜରେ ଘରଚଟିଆ ଯେପରି ବସା ବାନ୍ଧିପାରିବେ ସେଥିପାଇଁ ସ୍ଥାନ ଓ ପାଣି ରଖିବାର ବ୍ୟବସ୍ଥା କରାଯାଇଛି। ତେଣୁ ପ୍ରତ୍ୟେକ ଘରେ ଯଦି ଏହି ଛୋଟ ଚଢ଼େଇଟି ପାଇଁ ଗୋଟିଏ କୋଣ ପ୍ରସ୍ତୁତ କରାଯାଇ ପାରନ୍ତା, ଏହା ସେମାନଙ୍କ ସୁରକ୍ଷା ଓ ସଂଖ୍ୟା ବୃଦ୍ଧି ଦିଗରେ ସହାୟକ ହୋଇପାରନ୍ତା। ଏଥିପାଇଁ ସରକାରୀ ଓ ବ୍ୟକ୍ତିଗତ ସ୍ତରରେ ପ୍ରୟାସ ଆବଶ୍ୟକ। ଘରଚଟିଆ ପ୍ରକୃତି ଏବଂ ମଣିଷର ବନ୍ଧୁ। ଏହାର ସୁରକ୍ଷା କଲେ ମଣିଷ ନିଜର ସୁରକ୍ଷା କରିପାରିବ।
-ପୀତାମ୍ବର ରାଉତ
ଆବାହକ, ବାୟାଚଢ଼େଇ ସୁରକ୍ଷା ଅଭିଯାନ, ନିଆଳୀ, କଟକ, ମୋ:୯୯୩୭୬୬୨୧୮୭


Enter your email to get our daily news in your inbox.

All Right Reserved By Dharitri.Com

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ରାମ ନବମୀ ପୂର୍ୱରୁ ପୋଲିସର ଫ୍ଲାଗ୍‌ ମାର୍ଚ୍ଚ, ବଢ଼ିଲା ସୁରକ୍ଷା…

କୋରାପୁଟ,୨୬ା୩(ଅମିତାଭ ବେହେରା): ରାମ ନବମୀ ଅବ୍ୟହିତ ପୂର୍ୱରୁ କୋରାପୁଟ ପୋଲିସ ପକ୍ଷରୁ ସହରରେ ଗୁରୁବାର ଫ୍ଲାଗ ମାର୍ଚ୍ଚ କରାଯାଇଛି। ରାମ ନବମୀରେ ଶୁକ୍ରବାର ସହରରେ ୧୦ହଜାର ଊର୍ଦ୍ଧ୍ୱ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

୧୬ ବର୍ଷୀୟା ଶାଳୀଙ୍କୁ ବଳାତ୍କାର କରି ହତ୍ୟା କରିଥିଲେ ଭିଣୋଇ, ଆସିଲା ମାମଲାର ରାଏ…

ବ୍ରହ୍ମପୁର,୨୬।୩(ସୁବାସ ଚନ୍ଦ୍ର ପାଢ଼ୀ): ଫାଷ୍ଟଟ୍ରାକ୍‌ ପୋକ୍‌ସୋ ଜଜ୍‌ ପ୍ରଣତି ପଟ୍ଟନାୟକ ଗୁରୁବାର ଏକ ନାବାଳିକା ବଳାତ୍କାର ଓ ହତ୍ୟା ମାମଲାର ବିଚାର କରି ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri