Categories: ଫୁରସତ

ବ୍ଲାକ୍‌ ହୋଲରୁ ବିଶ୍ୱ ସୃଷ୍ଟି

ବିଶ୍ୱ ସୃଷ୍ଟି ପଛରେ କି ରହସ୍ୟ ଅଛି ତାହା ଜାଣିବା ପାଇଁ ପ୍ରୟାସ ଜାରି ରହିଛି। ଏହି ତାଲିକାରେ ନିକଟରେ ଆଉ ଏକ ରୋମାଞ୍ଚକର ତଥ୍ୟ ସାମିଲ କରାଯାଇଛି। ଅଷ୍ଟ୍ରେଲିଆର ମହାକାଶବିଜ୍ଞାନୀମାନେ ଏ ନେଇ ଗବେଷଣା କରି ଏପରି ତଥ୍ୟ ବିଷୟରେ ଜାଣିପାରିଛନ୍ତି। ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ବ୍ଲାକ୍‌ ହୋଲ୍‌ (କୃଷ୍ଣ ଗର୍ତ୍ତ)ରୁ ବିଶ୍ୱର ସୃଷ୍ଟି ହୋଇଛି। ମହାକାଶରେ ତାରକାଗୁଡ଼ିକ ପରସ୍ପର ସହ ଧକ୍କା ହେବା ଦ୍ୱାରା ମୃତ ତାରକାଗୁଡ଼ିକରୁ ବ୍ଲାକ୍‌ ହୋଲ୍‌ ସୃଷ୍ଟି ହୋଇଥିଲା। ସମୟକ୍ରମେ ଏହି ବ୍ଲାକ୍‌ ହୋଲଗୁଡ଼ିକୁ ନେଇ ବିଶ୍ୱବ୍ରହ୍ମାଣ୍ଡର ସୃଷ୍ଟି ହୋଇଛି ବୋଲି ସେମାନେ ପୂର୍ବାନୁମାନ କରିଛନ୍ତି। ତେବେ ଏ ସମ୍ପର୍କରେ ଅଧିକ ତଥ୍ୟ ଜାଣିବାକୁ ଆହୁରି କିଛି ସମୟ ଲାଗିବ ବୋଲି ରିପୋର୍ଟରୁ ଜଣାପଡ଼ିଛି।

Share