ଗ୍ରେଡ୍‌ପେ ବୃଦ୍ଧି ଦାବିରେ ଆନ୍ଦୋଳନକୁ ଓହ୍ଲାଇଲେ ଅମଲା

ପାଟଣା,୨୨।୫(ସ୍ବ.ପ୍ର.): ଜିଲାସ୍ତରୀୟ ମିଳିତ ଅମଲା ମଞ୍ଚର ଆହ୍ବାନ କ୍ରମେ ସୋମବାର ପାଟଣା ଓ ସାହାରପଡ଼ା ପଡା ବ୍ଲକ୍‌ର ଅମଲାମାନେ ୪୨ ଶହ ଟଙ୍କା ଗ୍ରେଡ୍‌ ପେବୃଦ୍ଧି ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସୋମବାର(୨୨) ମେରୁ ୩୧ ମେ ପର୍ଯ୍ୟନ୍ତ କଳା ବ୍ୟାଜ ପରିଧାନ କରି ଆନ୍ଦୋଳନ ଆରମ୍ଭ କରିଛନ୍ତି। ସରକାର ସେମାନଙ୍କ ଦାବିଗୁଡ଼ିକ ନିର୍ଦ୍ଧାରିତ ସମୟ ମଧ୍ୟରେ ପୂରଣ ନ କଲେ ୧ ଜୁନରୁ ଅର୍ନିଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସାମୁହିକ ଛୁଟିରେ ରହିବେ ବୋଲି ନିଷ୍ପତ୍ତି ନେଇ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ନିଜ ନିଜ ଅଧିକାରୀଙ୍କ ମାଧ୍ୟମରେ ସୋମବାର ଦାବିପତ୍ର ପ୍ରଦାନ କରିଛନ୍ତି। ଏଥିରେ ଉଭୟ ବ୍ଲକର ତହସିଲ, ବ୍ଲକ, ବିଇଓ ଅଫିସ, ଆଇସିଡିଏସ, ହାଇସ୍କୁଲ, ସହ ସମସ୍ତ ଅମଲାମାନେ ସାମିଲ ହୋଇଛନ୍ତି।