ଟେଣ୍ଡର ପେପର ଖୋଲିବା ପୂର୍ବରୁ କାମ ଆରମ୍ଭ

ଭଞ୍ଜନଗର,୩।୪(ଡି.ଏନ୍‌.ଏ): ଗଞ୍ଜାମ ଜିଲା ବେଲଗୁଣ୍ଠା ଏନ୍‌ଏସିରେ ବିଭିନ୍ନ ସମୟରେ ବିଭିନ୍ନ କାମରେ ଅନିୟମିତତା ନେଇ ଅଭିଯୋଗ ହେଉଥିବା ବେଳେ ରବିବାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଆସିଛି । ଏନଏସି ପାଇଁ ୧୦ଟି କାମର ଟେଣ୍ଡର ଗତ ୨୧ ତାରିଖରେ ବାହାରିଛି । ଆସନ୍ତା ୫ ତାରିଖରେ ଟେଣ୍ଡର ପେପର ଖୋଲିବ। ଏହାପୂର୍ବରୁ କେତେକ ୱାର୍ଡ଼ରେ କାମ ଆରମ୍ଭ ହୋଇଛି, ଯାହାକି ବେନିୟମ। ପୂର୍ବତନ କାଉନସିଲର ଯତୀନ ପାତ୍ର ବେଲଗୁଣ୍ଠା ଏନ୍‌ଏସିର ଏହି କାମରେ ଟେଣ୍ଡର ଫିକ୍ସିଂ ହୋଇଥିବା ଗୁରୁତର ଅଭିଯୋଗ ଆଣିଛନ୍ତି । ଏନେଇ ସେ ରବିବାର ବିଭାଗୀୟ ଉଚ୍ଚ ପଦାଧିକାରଙ୍କ ପାଖକୁ ମୋବାଇଲ ଫୋନରେ କାମ ଚାଲିଥିବା କେତେକ ରାସ୍ତାର ଫଟୋ ପଠାଇ ଘଟଣା ସମ୍ପର୍କରେ ଅଭିଯୋଗ କରିଥିଲେ। ଏହାପରେ କାମ ବନ୍ଦ ହୋଇଥିବା ଆଲୋଚନା ହେଉଛି। ପ୍ରକାଶଯେ ବେଲଗୁଣ୍ଠା ଏନଏସି ଟେଣ୍ଡର ନୋଟିସ୍‌ ନଂ ୬୫୨ରେ ଗତ ୨୧ ତାରିଖରେ ୧୦ଟି କାମ ପାଇଁ ଇ-ଟେଣ୍ଡର ବାହାରିଥିଲା । ଆସନ୍ତା ୪ ତାରିଖ ୧୧ଟା ସୁଧା ଟେଣ୍ଡର ପେପର ପକାଇବା ଏବଂ ୫ ତାରିଖ ୧୧ଟାରେ ଟେଣ୍ଡର ପେପର ଖୋଲାଯିବାର ତାରିଖ ଧାର୍ଯ୍ୟ ଥିଲା। ଏହାପରେ ଠିକାଦାରଙ୍କ ସହ କାର୍ଯ୍ୟର ଚୁକ୍ତି ପରେ କାମ ଆରମ୍ଭ ହେବ । ସମସ୍ତ କାମ ୯୦ ଦିନ ମଧ୍ୟରେ ଶେଷ କରିବା ବ୍ୟବସ୍ଥା ଅଛି । ସି କ୍ଲାସ ଏବଂ ତାଠାରୁ ଅଧିକ ଲାଇସେନ୍ସ ଥିବା ଠିକାଦାର ଉକ୍ତ କାମ ପାଇଁ ଟେଣ୍ଡର ପେପର ପକାଇ ପାରିବେ । ୱାର୍ଡ଼ ନଂ ୬ର ୩ଟି କାମ, ୱାର୍ଡ଼ ନଂ ୧ର ଗୋଟିଏ କାମ, ୱାର୍ଡ଼ ନଂ ୯, ୧୧, ୧୨ର ଗୋଟିଏ ଲେଖଁାଏ କାମ ଏହିଭଳି ୧୦ଟି କାମର ଟେଣ୍ଡର ବାହାରିଛି । କିନ୍ତୁ ବଡ଼ଦାଣ୍ଡ, ଜିଟି ହାଇସ୍କୁଲ ରାସ୍ତା ଗାର୍ଡ଼ ୱାଲ୍‌ କାମ, ଭଗବତପାଟଣା ରାସ୍ତା ସମେତ ଅନେକ କାମ ଟେଣ୍ଡର ପେପର ଖୋଲିବା ପୂର୍ବରୁ କାମ ଆରମ୍ଭକୁ ନେଇ ବିବାଦ ଦେଖାଦେଇଛ, ଯାହାର ନିରପେକ୍ଷ ତଦନ୍ତ କରି ପାଇଁ ଯତିନ ବିଭାଗୀୟ ଉଚ୍ଚ ପଦାଧିକାରୀଙ୍କୁ ନିବେଦନ କରିଛନ୍ତି । ଅପରପକ୍ଷେ ଏନେଇ ଏନଏସି ନିର୍ବାହୀ ଅଧିକାରୀ ରାକେଶ କୁମାର ପାତ୍ର କହିଛନ୍ତି, ଟେଣ୍ଡର ପେପର ଖୋଲିବା ପୂର୍ବରୁ କୈଣସି କାମ ଆରମ୍ଭ ହୋଇଥିବା ଖବର ଆମ ନଜରରେ ନାହିଁ। ଯଦି କୈଣସି ବ୍ୟକ୍ତି ମନଇଛା କାମ କରୁଥିବେ ସେଥିପାଇଁ ସେ ନିଜେ ଦାୟୀ ରହିବେ। ଜିଟି ହାଇସ୍କୁଲ, ଭଗବତପାଟଣା ରାସ୍ତା କାମ ପୂର୍ବରୁ ହୋଇଥିଲା, ତାହା ଅଧାରେ ଅଛି । ଯେଉଁମାନେ ଅଭିଯୋଗ କରୁଛନ୍ତି ତାହା ସମ୍ପୂର୍ଣ୍ଣ ମିଥ୍ୟା ବୋଲି ଶ୍ରୀ ପାତ୍ର ଏଠାରେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri