ବିଶ୍ୱ ବ୍ରହ୍ମାଣ୍ଡର ବିସ୍ମୟ କୃଷ୍ଣଗର୍ତ୍ତ

ଆମେ ସମସ୍ତେ କାଗଜ କଲମରେ ହିସାବ କରି ନିଜ ପାଇଁ ଏକ କୃଷ୍ଣଗର୍ତ୍ତ ତିଆରି କରି ପାରିବା। ସୂତ୍ର ହେଉଛି । ଏହି ପରିବେଗର ଗାଣିତିକ ସୂତ୍ରକୁ ଧ୍ୟାନ ଦେବା। ଏଠାରେ rର ହେଉଛି ବସ୍ତୁତ୍ୱର ବ୍ୟାସାର୍ଦ୍ଧ। ତେବେ ପଳାୟନ ପରିବେଗ ବଢ଼ାଇବାକୁ ହେଲେ ବସ୍ତୁତ୍ୱ ‘M’ର ‘R’ ମୂଲ୍ୟକୁ ବଢ଼ାଇବାକୁ ପଡ଼ିବ। ସୂତ୍ରରେ ଅନ୍ୟ ସବୁ ରାଶି ସ୍ଥିର ଅଛି। ତାକୁ ନା କମାଇ ପାରିବା ନା ବଢାଇ ପାରିବା। ଏହାକୁ ସମ୍ଭବ କରିବାକୁ ହେଲେ ଆମକୁ ସେ ବସ୍ତୁର ବସ୍ତୁତ୍ୱ ସାନ୍ଦ୍ରତା ବଢାଇବାକୁ ପଡିବ ନ ହେଲେ ବସ୍ତୁର ଆକୃତି କମାଇବାକୁ ପଡ଼ିବ। ଯଦି ଆମେ କୌଣସି ଉପାୟରେ ତାହାର ସାନ୍ଦ୍ରତାକୁ ବଢାଇ ଚାଲିବା, ଆମକୁ ଏପରି ଏକ ବସ୍ତୁ ମିଳିବ ଯାହାକୁ ଆମେ ଦେଖି ପାରିବା ନାହିଁ। କେମିତି ଦେଖାଯିବ କାରଣ ଏହା କୌଣସି ଆଲୋକ ବିକିରଣ କରିବ ନାହିଁ। ସବୁ ବିକିରଣକୁ ଶୋଷିନେବ। ତେଣୁ କୃଷ୍ଣଗର୍ତ୍ତ ହେଉଛି ଆମ ବ୍ରହ୍ମାଣ୍ଡର ସବୁଠୁ ବଡ ରହସ୍ୟମୟ ବସ୍ତୁ। ଏହାର ଭିତରେ କଣ ଘଟୁଛି, ତାହା ଆମକୁ କେବେ ବି ଦେଖାଯିବ ନାହିଁ। କାରଣ ତାହା ଭିତରୁ କୌଣସି ଜିନିଷ ବାହାରକୁ ଆସିପାରୁ ନାହିଁ କି ଆଲୋକ ରଶ୍ମି ବି ଆସୁ ନାହିଁ। ଏହି କାରଣରୁ ଏହାର ନାମ କୃଷ୍ଣଗର୍ତ୍ତ ବୋଲି ରଖାଯାଇଛି। ଯଦି ଶୂନ୍ୟରେ କୌଣସି ଏକ ସ୍ଥାନରେ କୃଷ୍ଣଗର୍ତ୍ତ ରହିଛି, ତେବେ ତାହାର ଆଖ ପାଖ ଜିନିଷ ଉପରେ ମାଧ୍ୟକର୍ଷଣ ଶକ୍ତିର ପ୍ରଭାବ ପଡିବ। ଆଖ ପାଖ ଜିନିଷ ଉପରେ ମାଧ୍ୟାକର୍ଷଣ ଶକ୍ତିର ପ୍ରଭାବରେ କୃଷ୍ଣଗର୍ତ୍ତର ଚତୁଃପାର୍ଶ୍ୱରେ ବସ୍ତୁ ମାନେ ବୁଲିବେ। ସେଥିରୁ ଆମକୁ କୃଷ୍ଣଗର୍ତ୍ତର ଉପସ୍ଥିତି ସଂପର୍କରେ ସୂଚନା ମିଳିପାରିବ।
ଯଦି ଅନ୍ତରୀକ୍ଷର କିଛି ଅଂଶରେ ଏହିପରି ଅବସ୍ଥା ଦେଖାଦିଏ, ଅର୍ଥାତ୍‌ କିଛି ଗ୍ରହ ନକ୍ଷତ୍ର ଏକ ଅନ୍ଧାର କ୍ଷେତ୍ରରେ ଚକର କାଟୁ ଥିବାର ଦେଖିବାକୁ ମିଳିଲେ, ଆମକୁ ଅନୁମାନ ହୋଇଯାଏ ଯେ ସେଠାରେ ଏକ କୃଷ୍ଣଗର୍ତ୍ତ ରହିଛି। ଆମେ ଜାଣିଲେ ଯେ କୃଷ୍ଣଗର୍ତ୍ତରେ ମାଧ୍ୟାକର୍ଷଣ ଶକ୍ତି ବାହାରୁଛି କିନ୍ତୁ ସେହିଠାରୁ ଆଲୋକ ରଶ୍ମି ବାହାରୁ ନାହିଁ। କାରଣ ଯେଉଁ ମାଧ୍ୟାକର୍ଷଣ ଶକ୍ତିର ଆକର୍ଷଣ ହେଉଛି ଏକ କୃଷ୍ଣଗର୍ତ୍ତ ଭିତରେ ଥିବା ବସ୍ତୁତ୍ୱର କାରଣରୁ ଏହା ଏପରି ଘଟୁଛି। କୌଣସି ଉପାୟରେ କୃଷ୍ଣଗର୍ତ୍ତର ଚତୁଃପାର୍ଶ୍ୱରେ ମାଧ୍ୟାକର୍ଷଣ ଶକ୍ତି କେତେ ଅଛି ଜାଣିପାରିଲେ, ଆମେ ସମ୍ପୂର୍ଣ୍ଣ ଭାବରେ ଜାଣିପାରିବା ଯେ କୃଷ୍ଣଗର୍ତ୍ତ ଭିତରେ କେତେ ପରିମାଣର ବସ୍ତୁତ୍ୱ ନିହିତ ଅଛି। ଏହି ମାଧ୍ୟାକର୍ଷଣ ଶକ୍ତି ଭୂମି ପଦ୍ଧତି ପ୍ରୟୋଗ କରି ଆମେ କୃଷ୍ଣଗର୍ତ୍ତ ଭିତରେ କିପରି କାମ କରୁଛି ଜାଣିପାରିବା। ଆଜିକାର ସମୟରେ ଯେମିତି ଆଧୁନିକ ପଦ୍ଧତି ଅବଲମ୍ବନ କରି ଯେଉଁଥିରେ ସବୁଠୁ ଅଧିକ ଗବେଷଣା ଚାଲିଛି ତାହା ହେଉଛି ମାଧ୍ୟାକର୍ଷଣ ତରଙ୍ଗକୁ ସଠିକ ଭାବରେ ମାପିବା ପାଇଁ। ଦେଖିବା ପାଇଁ ମାଧ୍ୟାକର୍ଷଣ ତରଙ୍ଗ ଆମର ଆଖିପରି କାମ କରିବ ଯେ ଏକ କୃଷ୍ଣଗର୍ତ୍ତ ଭିତରେ କ’ଣ ଚାଲୁଅଛି। ବୈଜ୍ଞାନିକମାନେ ମାଧ୍ୟାକର୍ଷଣ ବିକିରଣ ସଂପର୍କରେ ଗବେଷଣାଗାରରେ ପରୀକ୍ଷା ନିରୀକ୍ଷା କରିଛନ୍ତି। ଏହି ପରୀକ୍ଷାକୁ କାର୍ଯ୍ୟକାରୀ କରିବା ପାଇଁ ବହୁତ ଭାରତୀୟ ବୈଜ୍ଞାନିକମାନଙ୍କର ଭୂମିକା ରହିଛି। ଯେଉଁ ମାଧ୍ୟାକର୍ଷଣ ତରଙ୍ଗକୁ ଆମେ ପୃଥିବୀ ପୃଷ୍ଠରେ ପାଇବା, ତାହା ହେଉଛି ଦୁଇଟା କୃଷ୍ଣଗର୍ତ୍ତର। ଏହି ଦୁଇଟି ମଧ୍ୟରେ ଧକ୍କା ହେବା ଫଳରେ ଦୁଇଟା କୃଷ୍ଣଗର୍ତ୍ତ ଗୋଟିଏ ବଡ଼ କୃଷ୍ଣଗର୍ତ୍ତରେ ପରିଣତ ହେବେ। ମାଧ୍ୟାକର୍ଷଣ ତରଙ୍ଗ ଉପରେ ସକ୍ରିୟ ଗବେଷଣା ଚାଲୁରହିଛି। ସେହି ଗବେଷଣାରୁ ଆମେ କୃଷ୍ଣଗର୍ତ୍ତର ଭିତର ରହସ୍ୟକୁ ଜାଣି ପାରିବା। ଲେଜର ଇଣ୍ଟର୍‌ଫେରୋମିଟର ଗ୍ରାଭିଟେସନାଲ ମାଧ୍ୟାକର୍ଷଣ ଜନିତ ତରଙ୍ଗ ଅବଜରଭେଟୋରି ଏପରି ଏକ ପରୀକ୍ଷାଗାର, ଯାହା ଆଧୁନିକ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ମାଧ୍ୟାକର୍ଷଣ ତରଙ୍ଗ ଖୋଜିବାରେ ସାହାଯ୍ୟ କରିବ। ଏହି ପରୀକ୍ଷାକୁ ବୁଝିବାକୁ ହେଲେ ଆମକୁ ଆଇନଷ୍ଟାଇନ୍‌ଙ୍କ ଆପେକ୍ଷିକତା ତତ୍ତ୍ୱକୁ ବୁଝିବାକୁ ପଡ଼ିବ। ଆପେକ୍ଷିକତା ତତ୍ତ୍ୱ ଅନୁଯାୟୀ- ଆମର ଶୂନ୍ୟ (ସ୍ପେସ୍‌) ହେଉଛି ଏକ ରବରର ଚାଦର ପରି। ଯଦି ଆମେ ଏହି ରବର ଚାଦର ଉପରେ ଏକ ବସ୍ତୁକୁ ରଖିବା, ତାହେଲେ ରବର ଚାଦରରେ ଆମକୁ ଏକ ବକ୍ରତା ମିଳିବ। ସେଇଟା ହେବ ଆମର ମାଧ୍ୟାକର୍ଷଣ ଶକ୍ତି। ଯେମିତି ଏହା ଏକ ପ୍ରକାର ତରଙ୍ଗ ନିର୍ମାଣ କରିବ। ଏହି ତରଙ୍ଗ ହେବ ଆମର ମାଧ୍ୟାକର୍ଷଣ ତରଙ୍ଗ। ଏହି ତରଙ୍ଗ ଆମର ଶୂନ୍ୟକୁ ବାରମ୍ବାର ପ୍ରଭାବିତ କରୁଛି। ଏହି ତରଙ୍ଗକୁ ମାପିବା ସକାଶେ ଆମେ ଏକ ଇଣ୍ଟର୍‌ଫେରୋମିଟର ବ୍ୟବହାର କରୁ।

(ଶେଷ ଭାଗ)
-ଭୀଷ୍ମଦେବ ବାଗ
ପଦାର୍ଥ ବିଜ୍ଞାନ ବିଭାଗ
ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ
ଗୁରୁଣ୍ଡିଆ, ସୁନ୍ଦରଗଡ଼
ମୋ: ୯୪୩୯୫୮୫୫୮୯


Enter your email to get our daily news in your inbox.

All Right Reserved By Dharitri.Com

ଧୋନୀ, କପିଲଙ୍କୁ କ୍ଷମା ମାଗିଲେ ଯୁବରାଜ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୩ା୪: କିମ୍ୱଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂଙ୍କ ବାପା ଯୋଗରାଜ ସିଂ କିଛି ବର୍ଷ ତଳେ ଦେଶର ଦୁଇ ମହାନ୍‌ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ…

ଥମୁନି ଦାଦନ ଦୁଖଃ: ତାମିଲନାଡୁରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର,୩ା୪(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ କୋଳିହଳା ଗ୍ରାମର ଜଣେ ଦାଦନ ଶ୍ରମିକଙ୍କ କୋଏମ୍ୱାଟୁରରେ ହୃଦ୍‌ଘାତରେ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ବେହେରା(୪୫)।…

ଏମିତି ବି ଆସେ ମୃତ୍ୟୁ: ରାତିରେ ଖାଇପିଇ ଶୋଇଲେ ସକାଳକୁ…

ପାତ୍ରପୁର,୩।୪(ଉମାଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ କୋଳିହଳା ଗ୍ରାମର ବାସୁଦେବ ବେହେରା(୪୫)କୋଏମ୍ବାଟୁରର ଏକ ସୁତା କଳରେ ଦାଦନ ଖଟୁଥିବା ବେଳେ ଗୁରୁବାର ରାତିରେ ହୃଦଘାତରେ ତାଙ୍କର…

ବନ୍ଧୁ ମିଳନ ନାମରେ ବଳ କଷିଲେ ଯୁବ ଗୋଷ୍ଠୀ: ସାମିଲ ହେଲେ ଶହ ଶହ…

ଗଞ୍ଜାମ,୩।୪(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା’ ଏଲେମା ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ସହରର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri