ହିଜାବରେ ନଜର ଆସିବେ ମହିଳା ସେନା, ମୁଣ୍ଡ ନୁହାଁଇଲେ ସରକାର

ଢାକା,୨୬।୯: ବାଂଲାଦେଶରେ ଶେଖ ହାସିନା ସରକାରଙ୍କ ପତନ ପରେ ସମଗ୍ର ଦେଶରେ ଇସଲାମୀକରଣ ତୀବ୍ର ହୋଇଛି। ସରକାରଙ୍କ କଥା ଛାଡନ୍ତୁ, ବର୍ତ୍ତମାନ ବାଂଲାଦେଶ ସେନା ମଧ୍ୟ ମୌଳିକବାଦୀଙ୍କ ନିକଟରେ ଆତ୍ମସମର୍ପଣ କରିଥିବା ଜଣାପଡିଛି। ଏହା ପ୍ରଥମ ଥର ପାଇଁ ବାଂଲାଦେଶ ସେନା ମହିଳା ସୈନିକମାନଙ୍କୁ ହିଜାବ ପିନ୍ଧିବାକୁ ଅନୁମତି ଦେଇଛି। ୨୦୦୦ ମସିହାରେ ମହିଳାମାନେ ବାଂଲାଦେଶ ସେନାରେ ଅନ୍ତର୍ଭୁକ୍ତ ହୋଇଥିଲେ, ସେବେଠାରୁ ସେନାରେ ହିଜାବ ପିନ୍ଧିବା ନିଷେଧ ଥିଲା। ମୌଳିକବାଦୀଙ୍କ ଚାପରେ ବାଂଲାଦେଶ ସେନା ଏବେ ଏହାର ନିୟମ ପରିବର୍ତ୍ତନ କରିଛି।

ବାଂଲାଦେଶୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଯଦି ମହିଳା ସୈନିକମାନେ ହିଜାବ ପିନ୍ଧିବାକୁ ଚାହାଁନ୍ତି, ତେବେ ସେମାନେ ଏହାକୁ ପିନ୍ଧି ପାରିବେ। ଆଡଜୁଟାଣ୍ଟ ଜେନେରାଲଙ୍କ କାର୍ଯ୍ୟାଳୟରୁ ଏ ସମ୍ପର୍କରେ ଏକ ନିର୍ଦ୍ଦେଶ ଜାରି କରାଯାଇଛି। ଯାହା ପରେ ବର୍ତ୍ତମାନ ମହିଳା ସୈନିକଙ୍କ ପାଇଁ ହିଜାବ ପିନ୍ଧିବା ଇଚ୍ଛାଧୀନ ହୋଇଛି । ବିଡି ନ୍ୟୁଜ ୨୪ ରିପୋର୍ଟ କରିଛି ଯେ ବାଂଲାଦେଶରେ ମହିଳା ଅଧିକାରୀ, ନର୍ସିଂ କର୍ମଚାରୀ ଏବଂ ହିଜାବ ପିନ୍ଧିଥିବା ଅନ୍ୟ ସୈନିକଙ୍କ ଉପରେ ହୋଇଥିବା ପ୍ରତିବନ୍ଧକକୁ ହଟାଇ ଦିଆଯାଇଛି। ଆଡଜୁଟାଣ୍ଟ ଜେନେରାଲଙ୍କ କାର୍ଯ୍ୟାଳୟ ଦ୍ୱାରା ଜାରି କରାଯାଇଥିବା ଆଦେଶରେ କୁହାଯାଇଛି ଯେ ‘ସେପ୍ଟେମ୍ବର ୩ ରେ ପିଏସଓ ସମ୍ମିଳନୀରେ ଏକ ନୀତିଗତ ନିଷ୍ପତ୍ତି ନିଆଯାଇଥିଲା ଯେଉଁଥିରେ ଇଚ୍ଛୁକ ମହିଳା କର୍ମଚାରୀଙ୍କୁ ୟୁନିଫର୍ମ ସହିତ ହିଜାବ ପିନ୍ଧିବାକୁ ଅନୁମତି ଦିଆଯାଇଥିଲା।’
ସୂଚନାଯୋଗ୍ୟ, ୨୦୦୦ ମସିହାରେ ମହିଳାମାନଙ୍କୁ ବାଂଲାଦେଶ ସେନାରେ ଅନ୍ତର୍ଭୁକ୍ତ କରାଯାଇଥିଲା, ଯାହା ପରେ ବର୍ତ୍ତମାନ ପର୍ଯ୍ୟନ୍ତ ମହିଳାମାନଙ୍କୁ ୟୁନିଫର୍ମ ସହିତ ହିଜାବ ପିନ୍ଧିବାକୁ ଦିଆଯାଇନଥିଲା। ବିଭିନ୍ନ ୟୁନିଫର୍ମ (ଯୁଦ୍ଧ ୟୁନିଫର୍ମ, ୱାର୍କିଂ ୟୁନିଫର୍ମ ଏବଂ ଶାଢୀ) ସହିତ ହିଜାବର ନମୁନା ମଧ୍ୟ ଦିଆଯିବା ପାଇଁ ଆଡଜୁଟାଣ୍ଟ କାର୍ଯ୍ୟାଳୟ ନିର୍ଦ୍ଦେଶ ଦେଇଛି। କପଡା, ରଙ୍ଗ ଏବଂ ଆକାର ମଧ୍ୟ ହିଜାବ ନମୁନାରେ ଅନ୍ତର୍ଭୁକ୍ତ। ପ୍ରସ୍ତାବିତ ହିଜାବ ପିନ୍ଧିଥିବା ମହିଳା ସୈନିକଙ୍କ ରଙ୍ଗିନ ଫଟୋଗ୍ରାଫକୁ ସେପ୍ଟେମ୍ବର ୨୬ସୁଦ୍ଧା ସମ୍ପୃକ୍ତ ବିଭାଗକୁ ପଠାଇବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri