Posted inଜାତୀୟ

ଫେସ୍‌ବୁକ୍‌ ବନ୍ଧୁଙ୍କୁ ଭେଟିବାକୁ ପାକିସ୍ତାନ ଗଲେ ମହିଳା

ଜୟପୁର,୨୫ା୭: ନୋଏଡ଼ାର ସଚିନ ମୀନା ଏବଂ ପାକିସ୍ତାନର ସୀମା ହାଇଦରଙ୍କ ପ୍ରେମ କାହାଣୀକୁ ନେଇ ଚର୍ଚ୍ଚା ଥମି ନ ଥିବା ବେଳେ ରାଜସ୍ଥାନ ଅଲଓ୍ବରର ଜଣେ ୩୫ ବର୍ଷୀୟ ବିବାହିତା ମହିଳା ତାଙ୍କ ଫେସ୍‌ବୁକ୍‌ ବନ୍ଧୁଙ୍କୁ ଭେଟିବା ଲାଗି ପାକିସ୍ତାନ ଚାଲିଯାଇଛନ୍ତି। ଅଞ୍ଜୁ ନାମ୍ନୀ ଏହି ମହିଳା ଜୟପୁର ଯାଉଥିବା ତାଙ୍କ ସ୍ବାମୀ ଅରବିନ୍ଦ କୁମାରଙ୍କୁ କହି ୨୦ ତାରିଖରେ ଘରୁ ବାହାରିଯାଇଥିଲେ। ତେବେ ସେ ପାକିସ୍ତାନ ଯାଇଥିବା କଥା ରବିବାର ଅରବିନ୍ଦ ଜାଣିବାକୁ ପାଇଥିଲେ। ସେ ଅଞ୍ଜୁଙ୍କୁ ଫୋନ୍‌ କରିବାରୁ ସେ ଖାଇବର ପଖତୁନ୍‌ଖ୍ବାର ଡିଅର ସହରରେ ଥିବା କହିଥିଲେ। ଅଞ୍ଜୁ ବୈଧ ପାକିସ୍ତାନୀ ଭିଜାରେ ତାଙ୍କ ବନ୍ଧୁ ନସରୁଲ୍ଲା(୨୯)ଙ୍କୁ ଭେଟିବା ପାଇଁ ଯାଇଛନ୍ତି। ଅଞ୍ଜୁଙ୍କର ୪ ବର୍ଷ ପୂର୍ବେ ନସରୁଲ୍ଲାଙ୍କ ସହ ଫେସ୍‌ବୁକ୍‌ରେ ବନ୍ଧୁତା ହୋଇଥିଲା। ଏହି ଖବର ପ୍ରକାଶ ପାଇବା ପରେ ରାଜସ୍ଥାନର ଅଫିସରମାନଙ୍କ ଏକ ଟିମ୍‌ ତାଙ୍କ ଅଲଓ୍ବର ଘରେ ପହଞ୍ଚତ୍ ସ୍ବାମୀଙ୍କୁ ପଚରାଉଚରା କରିଥିଲେ। ଅଞ୍ଜୁ କିଛିଦିନ ମଧ୍ୟରେ ପାକିସ୍ତାନରୁ ଫେରିଆସିବେ ବୋଲି ଅରବିନ୍ଦ କହିଛନ୍ତି। ବିବାହର କୌଣସି ପ୍ରସ୍ତାବ ନାହିଁ। ଅଗଷ୍ଟ ୨୦ରେ ଅଞ୍ଜୁ ଭାରତ ଫେରିଯିବେ ବୋଲି ନସରୁଲ୍ଲା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଠାତ କଳା କାର୍‌ରେ କୁଆଡେ ଗଲେ ଅଭିଷେକ ଶର୍ମା-ଗୌତମ ଗମ୍ଭୀର? ମ୍ୟାଚ୍‌ର କିଛି ଘଣ୍ଟା ପୂର୍ବରୁ ଏଭଳି ପଦକ୍ଷେପକୁ ନେଇ ଚର୍ଚ୍ଚା…

ଅହମ୍ମଦାବାଦ,୨୨।୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏକ ହାଇ-ଭୋଲଟେଜ୍‌ ସୁପର-୮ ମ୍ୟାଚ୍‌ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌…

ବାହଘର ପରେ କନିଆକୁ ଧରି ଘରକୁ ଫେରୁଥିଲେ, ବର ମୁଣ୍ଡରେ ବନ୍ଧୁକ ଲଗାଇ ନବବଧୂକୁ ଧରି ପ୍ରେମିକ ଛୁ

ତରଭା/ବଲାଙ୍ଗୀର,୨୨।୨(ମାନଭଞ୍ଜନ ମିଶ୍ର/ସୁନୀଲ ମହାନ୍ତି): ଫିଲ୍ମ ଷ୍ଟାଇଲରେ ଜଣେ ଯୁବକ ବନ୍ଧୁକ ଦେଖାଇ ଅଧାବାଟରୁ ନବବଧୂଙ୍କୁ ନେଇ ଫେରାର ହୋଇଯାଇଥିବା ନେଇ ଅଭିଯୋଗ ହୋଇଛି । ବରଙ୍କ ଘର…

ମଦ ପିଇବାକୁ ବାପାଙ୍କୁ ମାଗିଲେ ଟଙ୍କା ନଦେବାରୁ ହାଣିଲେ…

ଦିଗପହଣ୍ଡି,୨୨|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ିି ପଞ୍ଚାୟତ ଦସିପୁର ଗାଁ ରେ ଶନିବାର ରାତି ପ୍ରାୟ ୧ ଟାରେ ଘଟିଯାଇଛି ଏକ…

‘ଯେଉଁମାନେ ଖେଳନ୍ତି, କେବଳ ସେମାନେ ପ୍ରସ୍ଫୁଟିତ ହୁଅନ୍ତି…’, ‘ମନ କି ବାତ’ରେ କାନାଡିଆନ ଦଳ ବିଷୟରେ କାହିଁକି କହିଥିଲେ ମୋଦି? ଜାଣନ୍ତୁ…

ନୂଆଦିଲ୍ଲୀ,୨୨।୨: ରବିବାର (୨୨ ଫେବୃଆରୀ) ମନ କି ବାତର ୧୩୧ ତମ ଏପିସୋଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଏହି ଶିଖର ସମ୍ମିଳନୀରେ ବିଶ୍ୱ AI…

ମହାପୁରୁଷଙ୍କୁ କି ଦଣ୍ଡ: ସର୍ବ ସମ୍ମୁଖରେ …

ଗଞ୍ଜମ,୨୨।୧(ବିଦ୍ୟାଧର ସାହୁ): ମହାପୁରୁଷ ମାନଙ୍କୁ କି ପ୍ରକାର ଦଣ୍ଡ। ସର୍ବ ସମ୍ମୁଖରେ ମହାପୁରୁଷ ମାନଙ୍କୁ ଏଭଳି ଅପମାନିତ କରିବାକୁ କାହାର ସାହସ ହେଲା ତାହା ସହରରେ ଚର୍ଚ୍ଚା…

ସୁପର-୮ ପାଇଁ ଟିମ୍‌ ଇଣ୍ଡିଆରେ ହେବ ସଞ୍ଜୁ ସାମସନଙ୍କ ଏଣ୍ଟ୍ରି? ସୂର୍ଯ୍ୟକୁମାର କାହିଁକି କହିଲେ ଏମିତି

ଅହମ୍ମଦାବାଦ,୨୨।୨: ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ ରବିବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ସୁପର-୮ ଅଭିଯାନ ଆରମ୍ଭ କରିବ। ଲିଗ ପର୍ଯ୍ୟାୟରେ ଦଳ ନିଜର ସମସ୍ତ ଚାରୋଟି…

ଟ୍ରମ୍ପଙ୍କୁ ଝଟ୍‌କା, ଏତେ କିମଯିବ ସୁନାଦର! ରେଟ୍‌ ଶୁଣିଲେ ନାଚି ଉଠିବେ ଆପଣ…

ନୂଆଦିଲ୍ଲୀ,୨୨।୨: ଆମେରିକାର ସୁପ୍ରିମକୋର୍ଟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ପାରସ୍ପରିକ ଶୁଳ୍କକୁ ପ୍ରତ୍ୟାହାର କରିଦେଇଛନ୍ତି। ଏହି ନିଷ୍ପତ୍ତିର କିଛି ଘଣ୍ଟା ପରେ, ଟ୍ରମ୍ପ ସମସ୍ତ…

ଅପରେଶନ ସାଇବର କବଚ୍‌: ୬ ଗିରଫ

ଛତ୍ରପୁର,୨୨।୨( ଦିଲ୍ଲୀପ ସାମଲ): ସାଇବର ଅପରାଧୀ ଉପରେ ଲଗାମ ଲଗାଇବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ଅପରେଶନ ସାଇବର କବଚ । ଏହି ଅବସରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri