ଅପରେଶନ ସାଇବର କବଚ୍‌: ୬ ଗିରଫ

ଛତ୍ରପୁର,୨୨।୨( ଦିଲ୍ଲୀପ ସାମଲ): ସାଇବର ଅପରାଧୀ ଉପରେ ଲଗାମ ଲଗାଇବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ଅପରେଶନ ସାଇବର କବଚ । ଏହି ଅବସରରେ ଗଞ୍ଜାମ ପୋଲିସ ଜିଲାକୁ ମିଳିଛି ବଡ ସଫଳତା । ଗୋଟିଏ ଦିନରେ ୮୬ଟି ବେନାମୀ ବ୍ୟାଙ୍କ ଆକାଉଣ୍ଟ ଣ୍‌ ଚିହ୍ନଟ ହୋଇଥିବା ବେଳେ ୧୧ଟି ମାମଲା ରୁଜୁ ହେବାସହ ୧୧ ଜଣକୁ ଆଇନଗତ ନୋଟିସ ଜାରି କରାଯିବା ସହ ୬ଜଣ ଗିରଫ ହୋଇଛନ୍ତି। ହିଞ୍ଜିଳି ଥାନା ପକ୍ଷରୁ ୪ ଜଣ ପିଣ୍ଟୁ ଦାସ, ବାୟା ଦାସ, ରାଜେଶ ପାତ୍ର ଓ ସରୋଜ ପାତ୍ର ସେହିପରି ବୁଗୁଡା ଥାନା ପକ୍ଷରୁ ୨ ଜଣ ଗିରଫ।ମନୋଜ ସ୍ବାଇଁ ଓ ଅଶ୍ୱିନୀ କୁମାର ରାଉତ ଉଭୟଙ୍କ ଘର ଆସିକା ଥାନା ଅଞ୍ଚଳରେ ବୋଲି ଜଣାପଡ଼ିଛି । ୩୨ ଲକ୍ଷ ୫୯ ହଜାର ୯୫୬ ଟଙ୍କା ସିଜ୍‌ କରାଯାଇଛି।

ଏହି ସବୁ ବେନାମୀ ବ୍ୟାଙ୍କ ଆକଉଂଟରେ ୮କୋଟି ୭୮ ଲକ୍ଷ ୭୩ ହଜାର ୮୧୪ ଟଙ୍କା କାରବାର ହୋଇଥିବା ଜଣାପଡିଛି । ଏନେଇ ସୂଚନା ଦେଇଛନ୍ତି ଗଞ୍ଜାମ ଏସ୍‌ପି ସୁଭେନ୍ଦୁ କୁମାର ପାତ୍ର । ଗିରଫ ବ୍ୟକ୍ତି ମାନଙ୍କ ଠାରୁ ଫୋନ ସମେତ ବିଭିନ୍ନ ବ୍ୟାଙ୍କର ପାସବୁକକୁ ଜବତ କରିଛି ପୋଲିସ । ଏବେବି ଏହାର ତଦନ୍ତ ଜାରି ରହିଛି । ଜିଲାରେ ବହୁ ମାତ୍ରରେ ବେନାମୀ ବ୍ୟାଙ୍କ ଆକାଉଣ୍ଟ ଣ୍‌ଖୋଲାଯାଇ ବେଆଇନ ଭାବେ ଟଙ୍କାକାରବାର କରାଯାଉଛି। ତେବେ ଏହି ଏହି ଚେର କେଉଁ କେଉଁ ଯାଏ ଲମ୍ବିଛି ଓ କେଉଁ ସାଇବର ଅପରାଧୀ ପାଇଁ ଏସବୁ ଆକାଉଣ୍ଟକୁ ବ୍ୟବହାର କରାଯାଇଛି ସେ ଦିଗରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

ବିଶେଷକରି ସାଇବର ଅପରାଧୀମାନେ ଅନଲାଇନ ଠକେଇ, ନିବେଶ ଏବଂ ଟ୍ରେଡିଂ ଠକେଇ, ଡିଜିଟାଲ ଆରେଷ୍ଟ , ଲୋଭନୀୟ ଅଫର, ନକଲି ପରିଚୟ , ଏଟିଏମ ଠକେଇ କରି ବିଭିନ୍ନ ଉପାୟରେ ଲୋକଙ୍କୁ ଠକିଦେଇଥାନ୍ତି ସାଇବର ଅପରାଧି । ସାଇବର ଲୁଟେରା ମାନେ ପ୍ରଥମେ ଲୋଭ ଦେଖାଇ ଆଶା ବିଶ୍ୱାସ ଜମାଇ ସରଳ ଉପାୟରେ ଓଟିପି କିମ୍ବା ପାସୱାର୍ଡ ମାଗି ଆକାଉଣ୍ଟ ହ୍ୟାକ କରି ଟଙ୍କା ହଡପ କରିଦେଇଥାନ୍ତି । ତେଣୁ ଏହିସବୁକୁ ଦୁରେଇ ରହିବାକୁ ପୋଲିସ ପକ୍ଷରୁ ଜନସାଧାରଣମାନଙ୍କୁ ଅନୁରୋଧ କରାଯାଇଛି । ସାଇବର ଅପରାଧୀ ବର୍ତ୍ତମାନ ସମାଜ ପାଇଁ ଏକ ବଡ ଆହ୍ବାନ ସୃଷ୍ଟି କରିଛି । ଏହା କେବଳ ଜନସେଚତନା ହିଁ ରୋକିବାରେ ସଫଳ ହେବ । ଯଦି କୈାଣସି ଲୋକ ସାଇବର ଠକେଇର ଶିକାର ହୁଅନ୍ତି ତୁରନ୍ତ ହେଲ୍ପଲାଇନ ନଂ ୧୯୩୦କୁ ଅବଗତ କରାଇବାକୁ କୁହାଯାଇଛି ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୧ ସେପ୍ଟେମ୍ୱରରୁ ମହଙ୍ଗା ହେବ ଅନଲାଇନ ସପିଂ! ପାର୍ସଲ ପ୍ରତି ଏତେ ବଢିଯିବ ଡେଲିଭରୀ ଚାର୍ଜ

ନୂଆଦିଲ୍ଲୀ,୨୯।୮: ଯଦି ଆପଣ ବି ପାର୍ୱଣ ଋତୁରେ ଅନଲାଇନ ସପିଂ (Online Shopping) କରିବାକୁ ପ୍ରସ୍ତୁତି କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଜରୁରୀ ଖବର। ସେପ୍ଟେମ୍ୱର…

FD ରେ ଟଙ୍କା ରଖୁଛନ୍ତି କି? ସେପ୍ଟେମ୍ୱର ୧ରୁ ବଦଳିବ…

ନୂଆଦିଲ୍ଲୀ,୨୯।୮: ଯଦି ଆପଣ ନିଜର କଷ୍ଟଉପାର୍ଜିତ ଟଙ୍କାକୁ ବ୍ୟାଙ୍କରେ ଫିକ୍ସଡ ଡିପୋଜିଟ (Bank FD) ରେ ନିବେଶ କରିବାକୁ ଭାବୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ…

ଭାତପୁରା ସ୍କୁଲରେ ଅବ୍ୟବସ୍ଥା: ବିପଦରେ ୧୬୨ ଛାତ୍ରଛାତ୍ରୀ

ଜମନକିରା,୨୯।୮(ରବିନ୍ଦ୍ର ପ୍ରସାଦ ଦାନୀ): ଜମନକିରା ବ୍ଲକ ଡିମିରୀମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଭାତପୁରା ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଭିତ୍ତିଭୂମିର ଦୁରବସ୍ଥା ଯୋଗୁଁ ୧୬୨ ଛାତ୍ରଛାତ୍ରୀ ବିପଦସଙ୍କୁଳ…

ସରକାରଙ୍କ ଚେଷ୍ଟା ଫେଲ୍‌! ପିଆଜ ଦର ୮୦ ଟଙ୍କା ପାର୍‌, ଜାଣନ୍ତୁ ନୂଆ ରେଟ୍‌ ଲିଷ୍ଟ

ନୂଆଦିଲ୍ଲୀ,୨୯।୮: ରୋଷେଇ ଘରରେ ପିଆଜ ଦର ପୁଣିଥରେ ସାଧାରଣ ଲୋକଙ୍କ ବଜେଟକୁ ପ୍ରଭାବିତ କରୁଛି। ଦେଶର ଅନେକ ଅଞ୍ଚଳରେ ପିଆଜ ଦରରେ ଦ୍ରୁତ ବୃଦ୍ଧି ଦେଖାଦେଇଛି। କିଛି…

ପୁଣି ସୃଷ୍ଟି ହେଲା ଲଘୁଚାପ: ୬ ଜିଲାରେ ଅତିପ୍ରବଳ ବର୍ଷା ସମ୍ଭାବନା, ଅରେଞ୍ଜ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୨୯।୮: ବଙ୍ଗୋପସାଗର ପାର୍ଶବର୍ତ୍ତୀ ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ସକାଳ ୫ଟା ୩୦ପେଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା ଉପକୂଳରେ ଲଘୁଚାପ ସୃଷ୍ଟି ହୋଇଥିବାର ଜଣାପଡ଼ିଛି।…

ପୁନଃରୁଦ୍ଧାର ହେବ କେସିଙ୍ଗା କୋଣାର୍କ ସୂତାକଳ: ମନ୍ତ୍ରୀ ଦେଲେ ବଡ଼ ପ୍ରତିଶ୍ରୁତି

କେସିଙ୍ଗା,୨୯।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ କେସିଙ୍ଗା କୋଣାର୍କ ସୂତାକଳର ପୁନରୁଦ୍ଧାର,କାର୍ଯ୍ୟକ୍ଷମ ଓ ଘରୋଇକରଣ କରାଯିବା ପାଇଁ ରାଜ୍ୟ ସରକାରଙ୍କ ସମବାୟ ତଥା ହସ୍ତତନ୍ତ ଓ ବୟନଶିଳ୍ପ…

୩ ମାସ ମଧ୍ୟରେ ଟିମ୍‌ ଇଣ୍ଡିଆରେ ହେବ ବଡ଼ ପରିବର୍ତ୍ତନ ଆସିବ: ବାଦ୍‌ ପଡ଼ିପାରନ୍ତି ୪ ଖେଳାଳି

ନୂଆଦିଲ୍ଲୀ,୨୯।୮: IPL 2026 ଶେଷ ହେବା ପରେ ଭାରତୀୟ ଦଳ ତାର ଟେଷ୍ଟ କ୍ରିକେଟ ସିଜିନର ଏକ ଦୃଢ଼ ଆରମ୍ଭ କରିଛି। ଆଫଗାନିସ୍ତାନ ବିପକ୍ଷରେ ଏକ ମାତ୍ର…

ୟୁପିରେ ଅଦଳବଦଳ

ନିକଟରେ ଉତ୍ତର ପ୍ରଦେଶ(ୟୁପି)ରେ ବାବୁ ଅଦଳବଦଳ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ୨୦୨୪ ବ୍ୟାଚ୍‌ର ୧୮ ଜଣ ଯୁବ ଆଇଏଏସ୍‌ ଅଧିକାରୀଙ୍କୁ ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟରୁ ଜଏଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri