ସ୍ବାମୀଙ୍କୁ ଖୋଜିବାକୁ ଯାଇ ମହିଳା ନିଖୋଜ

ରାୟପୁର, ୧୭।୨:ମାଓବାଦୀଙ୍କ ଦ୍ୱାରା ଅପହୃତ ଇଞ୍ଜିନିୟର ସ୍ବାମୀଙ୍କୁ ଖୋଜିବାକୁ ଯାଇ ମହିଳା ନିଖୋଜ ହୋଇଯାଇଛନ୍ତି। ଛତିଶଗଡ଼ ରାଜଧାନୀ ରାୟପୁରରେ ଘଟିଛି ଏହି ଘଟଣା। ଗତ ୧୧ ତାରିଖରେ ମାଓବାଦୀମାନେ କାର୍ଯ୍ୟରତ ଇଞ୍ଜିନିୟର ଅଶୋକ ପାଓ୍ବାର ଏବଂ ସହକର୍ମୀ ଆନନ୍ଦ ଯାଦବଙ୍କୁ ଅପହରଣ କରି ନେଇଥିଲେ। ଏହାର ସୂଚନା ପାଇ ଅଶୋକଙ୍କ ସ୍ତ୍ରୀ ସୋନାଲି ପାଓ୍ବାର ସ୍ବାମୀଙ୍କୁ ମୁକ୍ତ କରିବା ଲାଗି ମାଓବାଦୀଙ୍କ ଉଦ୍ଦେଶ୍ୟରେ ଏକ ଭାବାବେଗ ଭରା ଭିଡିଓ ଜାରି କରିଥିଲେ। କିନ୍ତୁ ସ୍ବାମୀଙ୍କୁ ମାଓବାଦୀ ନ ଛାଡ଼ିବା ପରେ ସୋନାଲି ନିଜେ ସ୍ବାମୀଙ୍କୁ ଉଦ୍ଧାର କରିବା ପାଇଁ ଅଢେଇ ବର୍ଷର ଝିଅକୁ ସାଥିରେ ନେଇ ବାହାରିପଡ଼ିଥିଲେ ବିଜାପୁର-ନାରାୟଣପୁର ଜିଲା ଅନ୍ତର୍ଗତ ଅବୁଝମଦ ଘଞ୍ଚ ଜଙ୍ଗଲ ମଧ୍ୟକୁ। ବିଜାପୁର ଜିଲା ଇନ୍ଦ୍ରାବତୀ ବ୍ରିଜ୍‌ ନିର୍ମାଣ କାର୍ଯ୍ୟ କରୁଥିବା ଏକ ଘରୋଇ ସଂସ୍ଥାରେ ଦୁହେଁ କାର୍ଯ୍ୟ କରୁଥିଲେ। ମାଓବାଦୀମାନେ ସେମାନଙ୍କର କୌଣସି କ୍ଷତି କରି ନ ଥିବା ଜଣାପଡ଼ିଛି। ମାଓବାଦୀ ମଙ୍ଗଳବାର ସନ୍ଧ୍ୟାରେ ଅଶୋକ ଓ ଆନନ୍ଦଙ୍କୁ ଛାଡିବା ବେଳେ ସେମାନଙ୍କୁ ୨-୨ ହଜାର ଟଙ୍କା ଦେଇଥିବା ପୋଲିସଙ୍କୁ କହିଛନ୍ତି ଆନନ୍ଦ। ବର୍ତ୍ତମାନ ବିଜାପୁର କୁଟରୁରେ ଦୁହିଁଙ୍କୁ ରଖାଯାଇଥିବା ସ୍ଥାନୀୟ ଏଏସ୍‌ପି ପଙ୍କଜ ଶୁକ୍ଳା କହିଛନ୍ତି। ବର୍ତ୍ତମାନ ସୁଦ୍ଧା ସୋନାଲି ଓ ତାଙ୍କ ଝିଅଙ୍କ କୌଣସି ପତ୍ତା ମିଳୁ ନ ଥିବାବେଳେ ଖୁବ୍‌ଶୀଘ୍ର ସେ ସ୍ବାମୀଙ୍କୁ ଭେଟିବା ପାଇଁ କୁଟରୁ ଆସିବେ ବୋଲି କହିଛନ୍ତି ପୋଲିସ ଅଧିକାରୀ। ସୋନାଲିଙ୍କର ଦୁଇ ଝିଅ ଥିବାବେଳେ ସାନ ଝିଅଙ୍କୁ ନେଇ ସେ ସ୍ବାମୀଙ୍କୁ ଖୋଜିବା ପାଇଁ ଜଙ୍ଗଲକୁ ଯାଇଥିବାବେଳେ ବଡ ଝିଅ ତାଙ୍କ ପରିବାର ସହ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ହେଲା ସିଗାରେଟ୍‌: ଏସବୁ ବ୍ରାଣ୍ଡ ମୂଲ୍ୟରେ ୪୧% ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ,୧୭।୨: ଦେଶର ଅଗ୍ରଣୀ ସିଗାରେଟ୍ ପ୍ରସ୍ତୁତକାରୀ କମ୍ପାନୀ ITC ଲିମିଟେଡ୍ ଏହାର ପ୍ରମୁଖ ବ୍ରାଣ୍ଡଗୁଡ଼ିକର ମୂଲ୍ୟରେ ବଡ଼ ଧରଣର ବୃଦ୍ଧି ଘଟାଇଛି। ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା…

ଜାତୀୟ ରାଜପଥରେ ପଡି ରହିଛି ପୋଡ଼ା କାର୍‌: ନିଆଁ ଲଗାଇ ଦିଆଯାଇଥିବା ସନ୍ଦେହ

ଧୂଷୁରୀ,୧୭।୨(ଦୀପ୍ତି ରଞ୍ଜନ ନାୟକ): ଧୂଷୁରୀ ଥାନା ଆରଡି ଫାଣ୍ଡି ଅଧୀନ ସାଠିବାଙ୍କୁଡା ନିକଟରେ ୨୦ ନମ୍ବର ଜାତୀୟ ରାଜପଥ ପାଶର୍‌ବରେ ଏକ କାର୍‌ ପୋଡିଯାଇ ପଡି ରହିଥିବା…

ନିର୍ବାଚନୀ ବୈତରଣୀ ପାର ହେବାକୁ ‘ନଗଦ ଟଙ୍କା’ ମୁଖ୍ୟ ଅସ୍ତ୍ର: ଶିକ୍ଷା, ସ୍ୱାସ୍ଥ୍ୟରେ କମୁଛି ଖର୍ଚ୍ଚ

ନୂଆଦିଲ୍ଲୀ,୧୭।୨: ଭାରତୀୟ ରାଜନୀତିରେ ଏବେ ‘ସିଧାସଳଖ ନଗଦ ହସ୍ତାନ୍ତର’ ସବୁଠାରୁ ବଡ଼ ନିର୍ବାଚନୀ ଅସ୍ତ୍ର ପାଲଟିଛି। ୧୬ଶ ଅର୍ଥ କମିଶନଙ୍କ ରିପୋର୍ଟ ଅନୁଯାୟୀ, ୨୦୧୮-୧୯ରେ ରାଜ୍ୟଗୁଡ଼ିକର ମୋଟ…

ଜଙ୍ଗଲରେ ଚାଲିଥିଲା ବଡ଼ ଧରଣର ଜୁଆ ଆଡ୍ଡା: ଗୋଡ଼ାଇ ଗୋଡ଼ାଇ ୨୦ ଜୁଆଡ଼ିଙ୍କୁ ଗିରଫ କଲା ପୋଲିସ

ଖୋର୍ଦ୍ଧା,୧୭।୨(ପ୍ରଭାତ ): ଟାଙ୍ଗୀ ପୋଲିସ ମଙ୍ଗଳବାର ଏକ ବଡ଼ଧରଣର ଜୁଆ ଆଡ୍ଡା ଉପରେ ଚଢାଉ କରିଛି। ଚଢାଉ ବେଳେ ପୋଲିସ ଜୁଆ ଆଡ୍ଡାରୁ ୧୦ଲକ୍ଷ ୩୮ ହଜାର…

ବାଂଲାଦେଶର ନୂତନ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ତାରିକ୍ ରହମାନ

ନୂଆଦିଲ୍ଲୀ,୧୭।୨: ଦୀର୍ଘ ଦୁଇ ବର୍ଷର ଅନିଶ୍ଚିତତା ପରେ ବାଂଲାଦେଶରେ ଏକ ନୂତନ ରାଜନୈତିକ ଯୁଗର ଆରମ୍ଭ ହୋଇଛି। ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ମୁଖ୍ୟ ତାରିକ ରହମାନ…

ପାକିସ୍ତାନ ସହ ତିକ୍ତତା ପରେ ବି ଇମ୍ରାନଙ୍କ ପାଇଁ ଚିଠି ଲେଖିଲେ ସୁନିଲ ଗାଭାସ୍କର, କପିଳ ଦେବଙ୍କ ସହ ୧୪ କ୍ୟାପଟେନ

ନୂଆଦିଲ୍ଲୀ,୧୭।୨: ଜେଲରେ ଥିବା ପୂର୍ବତନ ପାକିସ୍ତାନ ଅଧିନାୟକ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ନେଇ ୧୪ଜଣ ପୂର୍ବତନ ଅଧିନାୟକ ପାକିସ୍ତାନ ସରକାରଙ୍କୁ…

ICUରେ ସଲିମ ଖାନ, ପିତାଙ୍କୁ ଦେଖିବାକୁ ହସ୍ପିଟାଲରେ ପହଞ୍ଚିଲେ ସଲମାନ

ମୁମ୍ବାଇ,୧୭।୨: ବରିଷ୍ଠ ସ୍କ୍ରିନ ରାଇଟର ଏବଂ ସୁପରଷ୍ଟାର ସଲମାନ ଖାନଙ୍କ ପିତା ସଲିମ ଖାନଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସଲିମ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ…

ଆଉ ୨ଦିନ କଲବଲ କରିବ କୁହୁଡ଼ି

ଭୁବନେଶ୍ୱର,୧୭।୨: ପାଣିପାଗ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଏକ ବଡ଼ ସୂଚନା ଜାରି କରାଯାଇଛି। ରାଜ୍ୟର ବିଭିନ୍ନ ଜିଲାରେ ଆଉ ୨ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ରହିବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri