ଘରେ ବସିଥିବା ସମୟରେ ମହିଳାଙ୍କ ଉପରେ ହେଲା ବଜ୍ରପାତ

ଆନନ୍ଦପୁର,୭ା୭(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ବ୍ଲକ ଓସ୍ତପୁରା ଗ୍ରାମର ପ୍ରଶାନ୍ତ ମୁର୍ମୁଙ୍କ ସ୍ତ୍ରୀ ସାରଥି ମୁର୍ମୁ (୨୩) ବଜ୍ରପାତରେ ଗୁରୁତର ହୋଇ ଚିକିତ୍ସା ପାଇଁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ବୁଧବାର ମଧ୍ୟାହ୍ନରେ ସେ ଘର ବସିଥିବା ସମୟରେ ତାଙ୍କ ଉପରେ ବଜ୍ରପାତ ହୋଇଥିଲା। ଫଳରେ ସେ ଗୁରୁତର ହୋଇପଡ଼ିଥିଲେ। ତାଙ୍କର ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଥିବା ସୂଚନା ମିଳିଛି। ଏହି ବଜ୍ରପାତରେ ତାଙ୍କର ଚାଳଛପର ଘରର କାନ୍ଥ ଫାଟିଯାଇ ବିପଦପୁର୍ଣ୍ଣ ଅବସ୍ଥାରେ ରହିଥିବା ଜଣାପଡ଼ିଛି।