Categories: ଫୁରସତ

ଜିଭରେ ଚଳନ୍ତା ଫ୍ୟାନ୍‌ ଅଟକାନ୍ତି ଏହି ମହିଳା; ଦେଖି ଯେ କେହି ଭାବିବେ…

ଫ୍ୟାନ୍‌ ବୁଲୁଥିବା ସମୟରେ ଦେଖିଥିବେ ଏହା କେତେ ଜୋର୍‌ରେ ବୁଲିଥାଏ। ଆଙ୍ଗୁଠି ଯଦି ଭୁଲ୍‌ରେ ବାଜିଯାଏ, କଟିଯିବାର ଭୟ ଥାଏ। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଏମିତି ଜଣେ ବିସ୍ମୟ ମହିଳା ଅଛନ୍ତି, ଯେ କି ଚଳନ୍ତା ଫ୍ୟାନ୍‌କୁ ନେଇ ଏମିତି ଏକ ଅଦ୍ଭୁତ ଷ୍ଟଣ୍ଟ କରନ୍ତି; ଯାହାକୁ ଦେଖି ଯେ କେହି ଭାବିବେ ଏହା ସତ ନୁହେଁ ଜାଦୁକରର ଯାଦୁ ବୋଲି। ସାଧାରଣତଃ ସମସ୍ତେ ଫ୍ୟାନ୍‌ ବନ୍ଦ କରିବା ପାଇଁ ସୁଇଚ୍‌ ବନ୍ଦ କରନ୍ତି। କିନ୍ତୁ ଏହି ମହିଳା ଫ୍ୟାନ୍‌ର ପଙ୍ଖାକୁ ରୋକିବା ଲାଗି ଆପଣାନ୍ତି ବେଶ୍‌ ଆଶ୍ଚର୍ଯ୍ୟଜନକ ଉପାୟ। ଖୁବ୍‌ ବେଗରେ ବୁଲୁଥିବା ପଙ୍ଖାକୁ ସେ ନିଜ ଜିଭ ସାହାଯ୍ୟରେ ଅଟକାନ୍ତି। ଫ୍ୟାନ୍‌ ଯେତେ ସ୍ପିଡ୍‌ରେ ବୁଲୁଥାଉ ନା କାହିଁକି ପଙ୍ଖାକୁ ସେ ଜିଭ ସାହାଯ୍ୟରେ ଅଟକାଇ ପାରନ୍ତି। ଏଥିପାଇଁ ଗିନିଜ୍‌ ଓ୍ବାର୍ଲଡ ରେକର୍ଡସ୍‌ରେ ତାଙ୍କ ନାମ ସ୍ଥାନ ପାଇଛି। ସେ ଏହି ରେକର୍ଡ ଇଟାଲୀୟ ଗେମ୍‌ ଶୋ ‘ଲା ଶୋ ଦ ରେକର୍ଡ’ରେ କରିଥିଲେ।

Share