Categories: ଫୁରସତ

ଆଖିପିଛୁଳାକେ ଟ୍ରେନ୍‌ ଆଗକୁ ଧାଇଁଗଲେ ମହିଳା: ବିନା ହାତରେ..

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ରେଳଷ୍ଟେଶନ ନିକଟରେ ଅନେକେ ଟ୍ରେନ୍‌କୁ ଅପେକ୍ଷା କରିଥିବା ଦେଖିବାକୁ ମିଳୁଛି। ସେଥିମଧ୍ୟରୁ ଜଣେ ମହିଳା ହଠାତ୍‌ ଟ୍ରେନ୍‌ ସାମ୍ନାକୁ ଚାଲିଯାଉଛନ୍ତି। ପରେ ଆଉ ଜଣେ ହଠାତ୍‌ ଦୌଡ଼ିଯାଇ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିବା ସମୟରେ ତଳେ ପଡ଼ିଯାଉଛନ୍ତି। ପରେ ସେ ମହିଳାଙ୍କୁ ଗୋଡ଼ରେ ଭିଡି ଧରୁଛନ୍ତି। ଏହା ଦେଖି ଅନ୍ୟମାନେ ଉଦ୍ଧାର କରିବାକୁ ଯାଉଛନ୍ତି। ଏହି ସମୟରେ ଟ୍ରେନ୍‌ଟି ପାସ କରୁଛି। ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।

Share