Posted inଫୁରସତ

୨୧ ବର୍ଷୀୟା ମହିଳା ଜନ୍ମ ଦେଲେ ୬ କେଜି ଓଜନର କନ୍ୟା ସନ୍ତାନ

ଲଣ୍ଡନ,୧।୫: ବ୍ରିଟେନରେ ଜଣେ ୨୧ ବର୍ଷୀୟା ମହିଳା ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ଏହି ଶିଶୁର ଓଜନ ୬ କେଜି। ଯାହାକୁ ନେଇ ଡାକ୍ତରମାନେ ଅଶ୍ଚର୍ଯ୍ୟ ହୋଇଛନ୍ତି।

ବ୍ରିଟେନର ଅକ୍ସଫୋର୍ଡସ୍ଥିତ ଏଷ୍ଟନ ଅଞ୍ଚଳରେ ଏପରି ମାମଲା ସାମ୍ନାକୁ ଆସିଛି। ଏଠାକାର ୨୧ ବର୍ଷୀୟା ଏମ୍ବର କମ୍ବରଲ୍ୟାଣ୍ଡଙ୍କୁ ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ଡାକ୍ତର ଯେତେବେଳେ ତାଙ୍କୁ ଦେଖିଲେ ଭାବିଥିଲେ ଯାଁଳା ପିଲା ଜନ୍ମ ନେବେ। ମାତ୍ର ଅଲ୍‌ଟ୍ରାସାଉଣ୍ଡ ପରେ ଡାକ୍ତରଙ୍କ ଏହି ଭାବନା ମିଥ୍ୟା ପ୍ରମାଣିତ ହୋଇଥିଲା। ଏହି କନ୍ୟା ସନ୍ତାନ ୧୩ ପାଉଣ୍ଡ ଅର୍ଥାତ୍‌ ସାଢ଼େ ୬ କିଲୋ ଓଜନର ହୋଇଥିଲା। ଗତ ୧୬ ଏପ୍ରିଲରେ ଏମ୍ବର ଏମିଲିଆଙ୍କୁ ଜନ୍ମ ଦେଇଥିଲେ। ଏମିଲିଆ ଗର୍ଭାବସ୍ଥାରେ ହିଁ ମାତାପିତାଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଏମ୍ବର କୁହନ୍ତି ଏମିଲିଆ ପେଟ ଭିତରେ ଏତେ ବଡ଼ ହୋଇଯାଇଥିଲେ ଯେ, ସେ ଡରି ଯାଇଥିଲେ। ବର୍ତ୍ତମାନ ମା-ଝିଅଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍‌ ଅଛି ବୋଲି ଡାକ୍ତର କହିଛନ୍ତି। ଅପରେଶନ ପରେ ଯେତେବେଳେ ଡାକ୍ତରମାନେ ତାଙ୍କ କୋଳରେ ଆଣି କନ୍ୟା ସନ୍ତାନକୁ ଦେଲେ ଏମ୍ବର ବହୁତ ଖୁସି ହୋଇଯାଇଥିଲେ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ୨୦୧୨ରେ ବ୍ରିଟେନରେ ଜଣେ ଶିଶୁକନ୍ୟା ଜନ୍ମ ହୋଇଥିଲେ। ଯାହାଙ୍କ ଓଜନ ସାଢ଼େ ୬ କେଜି ଥିଲା। ସେତେବେଳେ ଏହି ଶିଶୁକନ୍ୟାଙ୍କୁ ବିଶ୍ୱରେ ସବୁଠୁ ଓଜନ ସନ୍ତାନ ବୋଲି କୁହାଯାଉଥିଲା। ବର୍ତ୍ତମାନ ଏମିଲିଆ ହେଉଛନ୍ତି ବିଶ୍ୱରେ ଦ୍ୱିତୀୟ ଓଜନିଆ ପିଲା।


Enter your email to get our daily news in your inbox.

All Right Reserved By Dharitri.Com

କୃତ୍ରିମ ଉପଗ୍ରହର ବହୁଳତା

ପୃଥିବୀର ଏକମାତ୍ର ପ୍ରାକୃତିକ ଉପଗ୍ରହ ହେଉଛି ଚନ୍ଦ୍ର। କିନ୍ତୁ ଗତ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରୁ ଅନେକ କୃତ୍ରିମ ଉପଗ୍ରହ ପୃଥିବୀ କକ୍ଷରେ ଏହାକୁ ପରିକ୍ରମଣ କରୁଛି। ରୁଷିଆ...

‘ବ୍ରିଟିଶମାନେ ପ୍ରଥମେ ବଙ୍ଗଳାକୁ ବିଭାଜିତ କରିଥିଲେ, ବନ୍ଦେ ମାତରମ ସେମାନଙ୍କ ପାଇଁ ଏକ ଚ୍ୟାଲେଞ୍ଜ ହୋଇଗଲା’ – ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୮।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଲୋକ ସଭାର ଶୀତକାଳୀନ ଅଧିବେଶନ ପାଇଁ ସଂସଦରେ ପହଞ୍ଚିଥିଲେ। ସେ ‘ବନ୍ଦେ ମାତରମ’ର ୧୫୦ତମ ବାର୍ଷିକୀ ଉପରେ ଏକ...

ବାରବାଟୀରେ ଟିମ ଇଣ୍ଡିଆ ଖେଳାଳି: ଅଭ୍ୟାସ ଦେଖିପାରିବେ ଦର୍ଶକ

କଟକ,୮।୧୨: ଓଡ଼ିଶାରେ ଏବେ କ୍ରିକେଟ୍‌ ଫିଭର ଚାଲିଛି। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ। ଏହାପୂର୍ବରୁ...

ବିଗ ବସ ୧୯ ବିଜେତା: ଗୌରବ ଖାନ୍ନା ୫୦ ଲକ୍ଷ ନୁହେଁ, ଏତିକି କୋଟି ଟଙ୍କା ନେଇ ଫେରିଲେ

ମୁମ୍ବାଇ,୮।୧୨: ସଲମାନ ଖାନଙ୍କ ରିଆଲିଟି ଶୋ ବିଗ ବସ ୧୯ର ଶେଷ ଏପିସୋଡ ଏକ ବ୍ଲକବଷ୍ଟର ଥିଲା। ରବିବାର ରାତି ଶେଷ ପର୍ଯ୍ୟନ୍ତ ବିଜେତାଙ୍କ ଭାଗ୍ୟ...

ବିଗ୍‌ ବସ୍‌ ଜିତିଲେ ଗୌରବ: ଜାଣନ୍ତୁ ତାଙ୍କ ବିଷୟରେ ରୋଚକ କଥା

କଲର୍ସ ଟିଭିରେ ପ୍ରସାରିତ ରିଆଲିଟି ଶୋ’ ବିଗ୍‌ ବସ୍‌ ସିଜନ୍‌ ୧୯ରେ ବାଜିମାରି ନେଇଛନ୍ତି ଗୌରବ ଖାନ୍ନା। ଏଥିସହ ସାଢ଼େ ୩ ମାସ ଧରି ଚାଲିଥିବା...

ପଲିଥିନ୍‌ କାରଖାନାରେ ଲାଗିଲା ନିଆଁ

କଟକ,୮ା୧୨(କାର୍ତ୍ତିକ ସାହୁ): ସୋମବାର କଟକ ଜଗତପୁରର ଗୁଜରପୁରଠାରେ ଥିବା ଏକ ପଲିଥିନ ଉତ୍ପାଦନ ୟୁନିଟ ‘ଜଗା କାଳିଆ ପଲିପ୍ୟାକ୍‌ ଏଣ୍ଟରପ୍ରାଇଜେସ’ ରେ ଏକ ବଡ଼ ଧରଣର...

ହ୍ୟୁମାନଙ୍କ ମୃତ୍ୟୁ ମାମଲାରେ ଆସିଲା ବଡ଼ ଟୁଇଷ୍ଟ: ଅର୍ପିତାଙ୍କୁ ନେଇ ପ୍ରଥମ ଥର ମୁହଁ ଖୋଲିଲେ ସ୍ତ୍ରୀ ଶ୍ରୀୟା

ବଲାଙ୍ଗୀର,୮।୧୨(ସୁନିଲ ମହାନ୍ତି): ବଲାଙ୍ଗୀର ଟିଟିଲାଗଡ଼ରେ ରବିବାର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପାଇଁ ଥିଲା ଶ୍ରଦ୍ଧାଞ୍ଜଳି ସଭା। ଏହି ସଭାରେ ଅଭିନେତା ଅନୁଭବ ମହାନ୍ତି, ଅସିମା...

ନେତାନ୍ୟାହୁଙ୍କ ବଡ଼ ବୟାନ, କହିଲେ ରାଜନୀତି ଛାଡ଼ିବି ନାହିଁ

ଜେରୁଜେଲମ,୮।୧୨: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ ସେ ଏହି ମାସ ଶେଷରେ ଗାଜା ଶାନ୍ତି ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ଉପରେ ଆମେରିକା ରାଷ୍ଟ୍ରପତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri