ଶୀତ କମିଛି, କମିନି ପର୍ଯ୍ୟଟକଙ୍କ ସଂଖ୍ୟା, ସକାଳୁ ରାତି ପର୍ଯ୍ୟନ୍ତ…

ଦାରିଙ୍ଗବାଡ଼ି,୨ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଦିନରେ ଶୀତର ଅନୁଭୂତି କମିବାରେ ଲାଗିଛି। କେବଳ ସନ୍ଧ୍ୟା ପରଠାରୁ ଶୀତ ମାଡ଼ି ଆସି ଭୋର୍‌ ସମୟରେ ପ୍ରବଳ ଶୀତ ଅନୁଭୂତ ହେଉଥିବା ବେଳେ ଏହାର ପ୍ରଭାବ ଦିନରେ ବହୁତ କମ୍‌ ଦେଖାଯାଇଛି। ତେବେ ଶୀତ କମିଥିଲେ ମଧ୍ୟ ସହରର ଜଳବାୟୁ ଓ ଦାରିଙ୍ଗବାଡ଼ିର ପରିବେଶ ଜଳବାୟୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି। ଛୁଟି ପଡ଼ିବା କ୍ଷଣି ବିଶେଷ କରି ରବିବାର ଶତାଧିକ ପର୍ଯ୍ୟଟକ ଦାରିଙ୍ଗବାଡ଼ି ବୁଲିଥିବା ହିଲଭିୟୁ ପାର୍କ ଓ କଫି ବଗିଚା ଏବଂ ଡ଼ୁଲୁରୀ ପାଇନବଣର ଟିକେଟ ସଂଗ୍ରହରୁ ଜଣାପଡ଼ିଛି। ଛୁଟିଦିନରେ ସନ୍ଧ୍ୟା ୮ ଟା ପର୍ଯ୍ୟନ୍ତ ହିଲ୍‌ଭିୟୁ ଏବଂ କଫି ବଗିଚାରେ ପର୍ଯ୍ୟଟକ ମଜା ନେବା ସହ ଫଟୋ ଉତ୍ତୋଳନ କରିବା ନାଚ ଗୀତ କରି ମଜା ନେଉଥିବା ଜଣାପଡ଼ିଛି। ହିଲଭିୟୁ ପାର୍କର ମ୍ୟୁଜିକାଲ ଫାଉଣ୍ଟେନରେ ସନ୍ଧ୍ୟା ସମୟରେ ମ୍ୟୁଜିକ୍‌ର ତାଳେ ତାଳେ ପର୍ଯ୍ୟଟକ ନୃତ୍ୟ କରୁଥିବା ଦୃଶ୍ୟ ବେଶ୍‌ ଚିତ୍ତାକର୍ଷକ ରହିଥିଲା। କଫି ବଗିଚାକୁ ମଧ୍ୟ ଆଲୋକ ବ୍ୟବସ୍ଥା କରାଯାଇଥିବାରୁ ପାର୍ଯ୍ୟଟକ ଏବେ ରାତି ୮ଟା ପର୍ଯ୍ୟନ୍ତ ବୁଲି ମଜା ନେଉଛନ୍ତି।

ସେହିପରି କଫି ବଗିଚା ଭିତରେ ରହିଥିବା କଫି କାଫେରେ ଜୈବିକ କଫି ପିଇ ପର୍ଯ୍ୟଟକ ମଜା ନେଉଥିବା ଜଣାପଡ଼ିଛି। ଚଳିତ ମାସର ପ୍ରଥମ ରବିବାରରେ ବିଶେଷ କରି ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ର ଓ କଲେଜ ପିଲାଙ୍କ ଭିଡ଼ ଦେଖିବାକୁ ମିଳିଥିଲା।

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

କିନ୍ନରଙ୍କୁ ଛୁରି ଭୁସି ହତ୍ୟା, ମୀରା ପରିଡ଼ା କହିଲେ…

ପୁରୁଣା ଭୁବନେଶ୍ୱର/ପିପିଲି,୨ା୨(ସୁବାସ ଚନ୍ଦ୍ର ପ୍ରଧାନ/ଦୁର୍ଗାମାଧବ ମିଶ୍ର/ପ୍ରଭାତ ମହାପାତ୍ର): ପୁରୀ-ଭୁବନେଶ୍ୱର ୩୧୬ ନମ୍ବର ଜାତୀୟ ରାଜପଥର ମଧୁର ମତ୍ସ୍ୟ ଗବେଷଣା ଅନୁସନ୍ଧାନ କେନ୍ଦ୍ର (ସିଫା) ନିକଟରେ ରବିବାର ଜଣେ…

ହେବ ତୃତୀୟ ବିଶ୍ୱ ଯୁଦ୍ଧ! କାହିଁକି ଉଠୁଛି ଭାରତ-ପାକିସ୍ତାନ ନାମ? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୨।୨: ୨୦୨୬ ମସିହାର ପ୍ରଥମ ମାସରେ, ବିଶ୍ୱର ଅଧିକାଂଶ ସ୍ଥାନରେ ଉତ୍ତେଜନା ଦେଖାଦେଇଛି। ଇରାନ ଉପରେ ଆମେରିକାର ସମ୍ଭାବ୍ୟ ଆକ୍ରମଣର ଭୟ ସମଗ୍ର ପଶ୍ଚିମ ଏସିଆରେ ଘୂରି…

ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ିଗାର୍ଡ ହାତରେ ଥିବା Briefcase କ’ଣ? ଜାଣନ୍ତୁ ଏହା ପଛର କାହାଣୀ

ନୂଆଦିଲ୍ଲୀ,୨।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେତେବେଳେ କୌଣସି ସାର୍ବଜନୀନ କାର୍ଯ୍ୟକ୍ରମରେ କିମ୍ବା ବିଦେଶ ଗସ୍ତରେ ଯୋଗ ଦିଅନ୍ତି, ତାଙ୍କ ସହିତ କଳା ସୁଟ ଏବଂ କଳା ଚଷମା…

ଅନ୍ଧ, ମୂକ, ବଧିର ବିଦ୍ୟାଳୟରେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ, ଅଭିଯୋଗ ଆଣିବାରୁ…

ଭବାନୀପାଟଣା,୨।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ପରମାନନ୍ଦପୁରସ୍ଥିତ ରେଡ୍‌କ୍ରସ ଅନ୍ଧ, ମୂକ, ବଧିର ବିଦ୍ୟାଳୟରୁ ଆସିଛି ସାଂଘାତିକ ଅଭିଯୋଗ । ବିଦ୍ୟାଳୟରେ କାର୍ଯ୍ୟରତ ଜଣେ…

ଭାରତର ମ୍ୟାଚ ବୟକଟକୁ ନେଇ ବଡ଼ କଥା କହିଲେ ପାକିସ୍ତାନୀ ଅଧିନାୟକ? ଜାଣନ୍ତୁ ଏହାର ମୁଖ୍ୟ ଉଦ୍ଦେଶ୍ୟ କ’ଣ

ନୂଆଦିଲ୍ଲୀ,୨।୨: ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ସଲମାନ ଆଗା ଭାରତ ବିପକ୍ଷରେ ଟି-୨୦ ବିଶ୍ୱକପ ମ୍ୟାଚ ବର୍ଜନ କରିବା ସରକାରଙ୍କ ନିଷ୍ପତ୍ତି ଉପରେ ପ୍ରତିକ୍ରିୟା ଦେଇଛନ୍ତି। ପାକିସ୍ତାନ…

ପଥର କୋଇଲା ବୋଝେଇ ପିକ୍‌ଅପ୍‌ ଜବତ, ୨ ଜଣଙ୍କୁ ବାନ୍ଧିଲା ପୋଲିସ

ଦେବଗଡ଼,୨ା୨(ଶଶାଙ୍କ ଶେଖର ଝାଙ୍କର): ରିଆମାଳ ବ୍ଲକ ତଥା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଖିଲେଇ ନିକଟରୁ ବେଆଇନ ପଥର କୋଇଲା ବୋଝେଇ ଏକ ପିକ୍‌ଅପ୍‌କୁ ପୋଲିସ ଜବତ କରିଛି।…

ଏଇ ଭାରତରେ

ପଶ୍ଚିମବଙ୍ଗ ବାଙ୍କୁଡ଼ା ସେନଜୁତି ମାହାତୋ ଓ ଅଭିଷେକ ଚୌଧୁରୀ ସେହି ଅଞ୍ଚଳର ଖଜୁରି ଗୁଡ଼ ଉତ୍ପାଦନ କରି ସେଠାକାର ଏହି ପାରମ୍ପରିକ ଉତ୍ପାଦକୁ ବଞ୍ଚାଇ ରଖିବା ପାଇଁ…

ବଜେଟରେ କୌଣସି କବି ବା କବିତାର ଉଲ୍ଲେଖ କଲେ ନାହିଁ ନିର୍ମଳା

ନୂଆଦିଲ୍ଲୀ,୨।୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରବିବାର ଲୋକସଭାରେ ତାଙ୍କର ଲଗାତାର ନବମ ବଜେଟ ଉପସ୍ଥାପନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୀତାରମଣଙ୍କ ପ୍ରାୟ ୮୫ ମିନିଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri