Posted inଖେଳ

ଓ୍ବିମ୍ବେଲଡନ ପୁରସ୍କାର ବାଣ୍ଟି ଦିଆଯିବ

ଓ୍ବିମ୍ବେଲଡନ, ୧୧ା୭ (ଏପି): କରୋନା ଭାଇରସ୍‌ ମହାମାରୀ ଯୋଗୁ ଓ୍ବିମ୍ବେଲଡନ ଗ୍ରାଣ୍ଡସ୍ଲାମ ଟେନିସ ଚାମ୍ପିୟନଶିପ୍‌ ବାତିଲ କରିଦିଆଯାଇଛି। ଏହା ସତ୍ତ୍ୱେ ୧୨.୫ ନିୟୁତ ଡଲରା ପୁରସ୍କାର ରାଶିକୁ ୬୨୦ ଖେଳାଳିଙ୍କ ମଧ୍ୟରେ ବାଣ୍ଟି ଦିଆଯିବ ବୋଲି ଅଲ୍‌ ଇଂଲଣ୍ଡ କ୍ଲବ ତରଫରୁ ଶୁକ୍ରବାର ପ୍ରକାଶ କରାଯାଇଛି। ବୀମା ଯୋଗାଣକାରୀଙ୍କ ସହ ପରାମର୍ଶ ପରେ ଏହି ନିଷ୍ପତ୍ତି ନିଆଯାଇଛି। ମୁଖ୍ୟ ଡ୍ର’ରେ ସ୍ଥାନ ପାଇଥିବା ପ୍ରତ୍ୟେକ ଖେଳାଳି ୨୫,୦୦୦ ପାଉଣ୍ଡ (୩୧,୦୦୦ ଡଲାର) ଲେଖାଏ ପାଇବେ। କ୍ୱାଲିଫାଇଙ୍ଗ୍‌ରେ ଭାଗ ନେଇଥିବା ୨୨୪ ଖେଳାଳି ପ୍ରତ୍ୟେକ ଜଣ ପିଛା ୧୨,୫୦୦ ପାଉଣ୍ଡ (୧୫,୬୦୦ ଡଲାର) ଲେଖାଏ ପାଇବେ। ଏହାଛଡ଼ା ଡବଲ୍ସରେ ଭାଗ ନେବାକୁଥିବା ୧୨୦ ଖେଳାଳିଙ୍କୁ ୬,୨୫୦ ପାଉଣ୍ଡ(୭,୮୦୦ ଡଲାର), ହ୍ବିଲଚେୟାର ଇଭେଣ୍ଟରେ ଅଂଶଗ୍ରହଣ କରିବାକୁଥିବା ୧୬ ଖେଳାଳି ଜଣପିଛା ୬,୦୦୦ ପାଉଣ୍ଡ (୭.୫୦୦ ଡଲାର) ଏବଂ କ୍ୱାଡ୍‌ ହ୍ବିଲଚେୟାର ଇଭେଣ୍ଟରେ ଭାଗ ନେବାକୁ ଥିବା ୪ ଖେଳାଳିଙ୍କୁ ୫,୦୦୦ ପାଉଣ୍ଡ (୬,୨୦୦ ଡଲାର) ଲେଖାଏ ପ୍ରଦାନ କରାଯିବ। ଅଲ୍‌ ଇଂଲଣ୍ଡ କ୍ଲବ ମୁଖ୍ୟ କାର୍ଯ୍ୟନିର୍ବାହୀ ରିଚାର୍ଡ ଲୁଇସ୍‌ କହିଛନ୍ତି କରୋନା ମହାମାରୀ ଯୋଗୁ ବର୍ତ୍ତମାନ ଅନିଶ୍ଚିତ ପରିସ୍ଥିତି ଦେଖାଦେଇଛି। କେତେଜଣ ଖେଳାଳି ବିଶ୍ୱ ର଼୍ୟାଙ୍କିଙ୍ଗ ଭିତ୍ତିରେ ଓ୍ବିମ୍ବେଲଡନରେ ପୁରସ୍କାର ହାସଲ ଆଶାରେଥିବେ। କେତେଜଣ ହୁଏତ ଏହି ସମୟରେ ଆର୍ଥିକ ସଂକଟ ଦେଇ ଗତି କରୁଥିବେ। ଏହସବୁ ଦୃଷ୍ଟିକୋଣରୁ ପୁରସ୍କାର ରାଶି ଖେଳାଳିଙ୍କ ମଧ୍ୟରେ ବାଣ୍ଟି ଦେବାକୁ ନିଷ୍ପତ୍ତି ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମେସିଙ୍କ ୭୦ଫୁଟ୍‌ର ପ୍ରତିମୂର୍ତ୍ତି ଉନ୍ମୋଚିତ

କୋଲକାତା, ୧୩ା୧୨: ଶନିବାର କୋଲକାତାର ଲେକ୍‌ ସହର ଅନ୍ତର୍ଗତ ଶ୍ରୀଭୂମି ସ୍ପୋର୍ଟିଂ କ୍ଲବ ପରିସରରେ ଷ୍ଟାର ଫୁଟ୍‌ବଲର ଲାୟୋନେଲ ମେସି ତାଙ୍କର ଏକ ୭୦ଫୁଟ୍‌ ଉଚ୍ଚତା...

ମେସିଙ୍କ କୋଲକାତା ଇଭେଣ୍ଟ, ଅଡୁଆରେ ପଡ଼ିଲେ ଅର୍ଗାନାଇଜର, ଗଠନ ହେଲା ତଦନ୍ତ କମିଟି

କୋଲକାତା,୧୩।୧୨: କୋଲକାତାରେ ଆର୍ଜେଣ୍ଟିନା ଫୁଟବଲ ତାରକା ଲିଓନେଲ ମେସିଙ୍କ କନସର୍ଟରେ ଘଟିଥିବା ବିଶାଳ ବିଶୃଙ୍ଖଳା ସମ୍ପର୍କରେ ପଶ୍ଚିମବଙ୍ଗ ଡିଜିପି ରାଜୀବ କୁମାର କହିଛନ୍ତି ଯେ କାର୍ଯ୍ୟକ୍ରମର...

କାହିଁକି ଷ୍ଟାଡ଼ିୟମରେ ହେଲା ହଙ୍ଗାମା, କାହିଁକି ରାଗିଲେ ମେସିଙ୍କୁ ଦେଖିବାକୁ ଆସିଥିବା ଦର୍ଶକେ, ସରକାର ନେଲେ କି…

କୋଲକାତା,୧୩।୧୨: ଶନିବାର ସକାଳେ ଆର୍ଜେଣ୍ଟିନା ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସିଙ୍କୁ ଦେଖିବା ପାଇଁ କୋଲକାତାର ସଲ୍ଟ ଲେକ ଷ୍ଟାଡିୟମରେ ପ୍ରଶଂସକମାନେ ଏକାଠି ହୋଇଥିଲେ। GOAT ଇଣ୍ଡିଆ...

ଭିନ୍ନ ଷ୍ଟାଇଲରେ ପୁଅ ସହ ମେସିଙ୍କୁ ଭେଟିଲେ ଶାହାରୁଖ, ଭିଡିଓ ଭାଇରାଲ

କୋଲକାତା,୧୩।୧୨: ଭାରତୀୟ ପ୍ରଶଂସକମାନେ ଏକ ସ୍ମରଣୀୟ ମୁହୂର୍ତ୍ତର ସାକ୍ଷୀ ହୋଇଥିଲେ ଯେତେବେଳେ ବଲିଉଡର ‘ବାଦଶାହା’ ଶାହରୁଖ ଖାନ ଏବଂ ଫୁଟବଲର ‘ବାଦଶାହା’ ଲିଓନେଲ ମେସିଙ୍କ ସାକ୍ଷାତ...

ମେସିଙ୍କୁ ଦେଖିବା ପାଇଁ ହଙ୍ଗାମା: କ୍ଷମା ମାଗିଲେ ମମତା

କୋଲକାତା,୧୩।୧୨: ଆର୍ଜେଣ୍ଟିନା ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସିଙ୍କୁ ନେଇ କୋଲକାତାରେ ବିଶୃଙ୍ଖଳା ସୃଷ୍ଟି ହୋଇଛି। ମେସି ସଲ୍ଟ ଲେକ ଷ୍ଟାଡିୟମରେ ପହଞ୍ଚିବା ପରେ ଅଧିକ ମୂଲ୍ୟର...

ମେସିଙ୍କୁ ଦେଖିବାକୁ ହଙ୍ଗାମା, ଚେୟାର ଭାଙ୍ଗିଲେ.. ବୋତଲ ଫିଙ୍ଗିଲେ

ନୂଆଦିଲ୍ଲୀ,୧୩।୧୨: ଆର୍ଜେଣ୍ଟିନା ଫୁଟବଲ୍ କିମ୍ବଦନ୍ତୀ ଲିଓନେଲ୍ ମେସି ତିନି ଦିନିଆ ଭାରତ ଗସ୍ତରେ ଅଛନ୍ତି। ତାଙ୍କର ଗସ୍ତ କୋଲକାତାରୁ ଆରମ୍ଭ ହୋଇଛି। ମେସି ହେଉଛନ୍ତି ମିଳିତ...

ମାତ୍ର ୧ ବର୍ଷ ବୟସରେ ଇତିହାସ ରଚିଲେ ବେଦ ପରେଶ: ୮ ସେକେଣ୍ଡରେ କଲେ…

ନୂଆଦିଲ୍ଲୀ,୧୩।୧୨: ଏକ ବର୍ଷର ବେଦ ପରେଶ କ୍ରୀଡା ଜଗତରେ ଏକ ନୂତନ ରେକର୍ଡ ସ୍ଥାପନ କରିଛନ୍ତି। ମହାରାଷ୍ଟ୍ରର ରତ୍ନଗିରିର ବାସିନ୍ଦା, ବେଦ ଇଣ୍ଡିଆ ବୁକ ଅଫ...

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଘୋଷଣା, ପାକିସ୍ତାନ ବିପକ୍ଷ ମ୍ୟାଚ୍ ପୂର୍ବରୁ କହିଲେ…

ନୂଆଦିଲ୍ଲୀ,୧୩।୧୨: ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ ଅଣ୍ଡର୧୯ ଏସିଆ କପର ପ୍ରଥମ ମ୍ୟାଚରେ ୟୁଏଇ ବିପକ୍ଷରେ ୧୭୧ ରନର ଏକ ଚମତ୍କାର ଇନିଂସ ଖେଳି ପ୍ରଶଂସକଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri