ସ୍ବାମୀଙ୍କୁ ଖଟଗୋଡ଼ରେ ବାନ୍ଧି ଇଲେକ୍ଟ୍ରି କରେଣ୍ଟ୍‌ ଦେଇଦେଲେ ସ୍ତ୍ରୀ, କାରଣ ଜାଣିଲେ…

ଲକ୍ଷ୍ନୌ,୩୧ା୫: ସ୍ବାମୀ-ସ୍ତ୍ରୀ ବିବାହରେ ସାତଜନ୍ମର ସାଥୀ ହେବା ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇଥାନ୍ତି। ମାତ୍ର କିଛି କିଛି କାରଣକୁ ନେଇ ସାରା ଜୀବନ ହାତ ଧରି ବାଟ ଚାଲିବା ପାଇଁ ଦେଇଥିବା ପ୍ରତିଶ୍ରୁତି ପାଣିରଗାର ପାଲଟିଯାଏ। ରକ୍ତମୁଖା ହୋଇଉଠେ ସ୍ତ୍ରୀ। ଏପରିକି ଜୀବନରୁ ମାରିଦେବାକୁ ମଧ୍ୟ ନିଷ୍ପତ୍ତି ନେଇଥାଏ। ଏମିତି ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଛି ଉତ୍ତରପ୍ରଦେଶରେ।

The woman who tied his husband and gave him electric shocks for taking away her phone is reportedly on the run (Representational image). (Unsplash/plann_images)

ଫୋନ ପାଇଁ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା। ଏହି ଝଗଡ଼ା ଯୋଗୁ ମହିଳା ଜଣକ ତାଙ୍କ ସ୍ବାମୀଙ୍କୁ କରେଣ୍ଟ ଦେଇ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। କେବଳ ଏତିକି ନୁହେଁ, କ୍ରିକେଟ ବ୍ୟାଟ୍‌ରେ ସ୍ବାମୀଙ୍କ ମୁଣ୍ଡରେ ମଧ୍ୟ ଆକ୍ରମଣ କରିଥିଲେ। ମହିଳାଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି।

କିଶନି ଥାନା ଅନ୍ତର୍ଗତ ପଦ୍ମପୁର ଗାଁରେ ଏହି ଘଟଣା ଘଟିଛି। ପ୍ରଦୀପ କୁମାର ନାମକ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀ ବେବି ଯାଦବଙ୍କ ସହ ରୁହନ୍ତି। ଦୁହେଁ ପ୍ରାୟ ୧୭ ବର୍ଷ ହେବ ବିବାହ କରିଛନ୍ତି। ତାଙ୍କର ଏକ ୧୪ ବର୍ଷର ପୁଅ ମଧ୍ୟ ଅଛି।

UP Woman 'Shocks' Husband After He Takes Away Her Phone

ପ୍ରଦୀପଙ୍କ ଅଭିଯୋଗ ଅନୁଯାୟୀ, ମେ’ ୧୮ରେ ତାଙ୍କ ସ୍ତ୍ରୀ ବେବି ତାଙ୍କ ଖାଦ୍ୟରେ ନିଶା ଦେଇଥିଲେ ଏବଂ ସେ ଚେତାଶୂନ୍ୟ ଅବସ୍ଥାରେ ତାଙ୍କୁ ଇଲେକ୍ଟ୍ରି ଶକ୍‌ ଦେଇଥିଲେ। ଆଘାତ ପାଇବାରୁ ପ୍ରଦୀପ ଖଟରୁ ତଳକୁ ପଡ଼ିଯାଇଥିଲେ। ଏତିକିରେ ବି ବେବିଙ୍କ ମନ ବୁଝିଲାନି ସେ ପୁଣି ପ୍ରଦୀପଙ୍କୁ କରେଣ୍ଟ ଦେଇଥିଲେ।

ଚିତ୍କାର ଶୁଣି ପୁଅ ଅଂଶ କୋଠରିରେ ପହଞ୍ଚି ପିତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ଏହା ପରେ ବେବି ସେଠାରେ ଥିବା ବ୍ୟାଟ୍‌ରେ ପ୍ରଦୀପଙ୍କ ମୁଣ୍ଡ ଏବଂ ଶରୀର ଉପରେ ଅନେକ ଥର ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଯେତେବେଳେ ପୁଅ ପିତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କଲେ, ବେବି ତାଙ୍କୁ ଆକ୍ରମଣ କରିଥିଲେ। ପ୍ରଦୀପ ଅଭିଯୋଗ କରିଛନ୍ତି ଯେ ବେବି ତାଙ୍କୁ, ତାଙ୍କ ପୁଅ ଏବଂ ମାଆ ସିଆ ଦେବୀଙ୍କୁ ହତ୍ୟା ଉଦ୍ୟମ କରିଛନ୍ତି।

wife allegedly gave electric shock to husband attacked with bat fight over phone mainpuri up

ଅଭିଯୋଗରେ ପ୍ରଦୀପ ଦର୍ଶାଇଛନ୍ତି ଯେ, ତାଙ୍କ ସ୍ତ୍ରୀ ପ୍ରତିଦିନ କିଛି ବ୍ୟକ୍ତିଙ୍କ ସହ ଫୋନ୍‌ରେ କଥା ହେଉଥିଲେ। ପ୍ରଦୀପ ଏହାକୁ ବିରୋଧ କରିଥିଲେ ଏବଂ ତାଙ୍କ ପିତାମାତାଙ୍କ ପରାମର୍ଶରେ ବେବିଙ୍କ ଫୋନ ଆଣି ତାଙ୍କ ପାଖରେ ରଖିଥିଲେ। ଏହି କାରଣରୁ ବେବି ତାଙ୍କୁ ସାଂଘାତିକ ଭାବେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ଏହି ଆକ୍ରମଣରେ ପ୍ରଦୀପ ଗୁରୁତର ହୋଇଛନ୍ତି। ବେବିଙ୍କ ବିରୋଧରେ ଏକ ମାମଲା ମଧ୍ୟ ରୁଜୁ ହୋଇଛି। ପୋଲିସ ଏନେଇ ଅଧିକ ତଦନ୍ତ ଆରମ୍ଭ କରିଛି। ପ୍ରଦୀପ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri