ସ୍ବାମୀଙ୍କୁ ଖଟଗୋଡ଼ରେ ବାନ୍ଧି ଇଲେକ୍ଟ୍ରି କରେଣ୍ଟ୍‌ ଦେଇଦେଲେ ସ୍ତ୍ରୀ, କାରଣ ଜାଣିଲେ…

ଲକ୍ଷ୍ନୌ,୩୧ା୫: ସ୍ବାମୀ-ସ୍ତ୍ରୀ ବିବାହରେ ସାତଜନ୍ମର ସାଥୀ ହେବା ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇଥାନ୍ତି। ମାତ୍ର କିଛି କିଛି କାରଣକୁ ନେଇ ସାରା ଜୀବନ ହାତ ଧରି ବାଟ ଚାଲିବା ପାଇଁ ଦେଇଥିବା ପ୍ରତିଶ୍ରୁତି ପାଣିରଗାର ପାଲଟିଯାଏ। ରକ୍ତମୁଖା ହୋଇଉଠେ ସ୍ତ୍ରୀ। ଏପରିକି ଜୀବନରୁ ମାରିଦେବାକୁ ମଧ୍ୟ ନିଷ୍ପତ୍ତି ନେଇଥାଏ। ଏମିତି ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଛି ଉତ୍ତରପ୍ରଦେଶରେ।

The woman who tied his husband and gave him electric shocks for taking away her phone is reportedly on the run (Representational image). (Unsplash/plann_images)

ଫୋନ ପାଇଁ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା। ଏହି ଝଗଡ଼ା ଯୋଗୁ ମହିଳା ଜଣକ ତାଙ୍କ ସ୍ବାମୀଙ୍କୁ କରେଣ୍ଟ ଦେଇ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। କେବଳ ଏତିକି ନୁହେଁ, କ୍ରିକେଟ ବ୍ୟାଟ୍‌ରେ ସ୍ବାମୀଙ୍କ ମୁଣ୍ଡରେ ମଧ୍ୟ ଆକ୍ରମଣ କରିଥିଲେ। ମହିଳାଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି।

କିଶନି ଥାନା ଅନ୍ତର୍ଗତ ପଦ୍ମପୁର ଗାଁରେ ଏହି ଘଟଣା ଘଟିଛି। ପ୍ରଦୀପ କୁମାର ନାମକ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀ ବେବି ଯାଦବଙ୍କ ସହ ରୁହନ୍ତି। ଦୁହେଁ ପ୍ରାୟ ୧୭ ବର୍ଷ ହେବ ବିବାହ କରିଛନ୍ତି। ତାଙ୍କର ଏକ ୧୪ ବର୍ଷର ପୁଅ ମଧ୍ୟ ଅଛି।

UP Woman 'Shocks' Husband After He Takes Away Her Phone

ପ୍ରଦୀପଙ୍କ ଅଭିଯୋଗ ଅନୁଯାୟୀ, ମେ’ ୧୮ରେ ତାଙ୍କ ସ୍ତ୍ରୀ ବେବି ତାଙ୍କ ଖାଦ୍ୟରେ ନିଶା ଦେଇଥିଲେ ଏବଂ ସେ ଚେତାଶୂନ୍ୟ ଅବସ୍ଥାରେ ତାଙ୍କୁ ଇଲେକ୍ଟ୍ରି ଶକ୍‌ ଦେଇଥିଲେ। ଆଘାତ ପାଇବାରୁ ପ୍ରଦୀପ ଖଟରୁ ତଳକୁ ପଡ଼ିଯାଇଥିଲେ। ଏତିକିରେ ବି ବେବିଙ୍କ ମନ ବୁଝିଲାନି ସେ ପୁଣି ପ୍ରଦୀପଙ୍କୁ କରେଣ୍ଟ ଦେଇଥିଲେ।

ଚିତ୍କାର ଶୁଣି ପୁଅ ଅଂଶ କୋଠରିରେ ପହଞ୍ଚି ପିତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ଏହା ପରେ ବେବି ସେଠାରେ ଥିବା ବ୍ୟାଟ୍‌ରେ ପ୍ରଦୀପଙ୍କ ମୁଣ୍ଡ ଏବଂ ଶରୀର ଉପରେ ଅନେକ ଥର ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଯେତେବେଳେ ପୁଅ ପିତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କଲେ, ବେବି ତାଙ୍କୁ ଆକ୍ରମଣ କରିଥିଲେ। ପ୍ରଦୀପ ଅଭିଯୋଗ କରିଛନ୍ତି ଯେ ବେବି ତାଙ୍କୁ, ତାଙ୍କ ପୁଅ ଏବଂ ମାଆ ସିଆ ଦେବୀଙ୍କୁ ହତ୍ୟା ଉଦ୍ୟମ କରିଛନ୍ତି।

wife allegedly gave electric shock to husband attacked with bat fight over phone mainpuri up

ଅଭିଯୋଗରେ ପ୍ରଦୀପ ଦର୍ଶାଇଛନ୍ତି ଯେ, ତାଙ୍କ ସ୍ତ୍ରୀ ପ୍ରତିଦିନ କିଛି ବ୍ୟକ୍ତିଙ୍କ ସହ ଫୋନ୍‌ରେ କଥା ହେଉଥିଲେ। ପ୍ରଦୀପ ଏହାକୁ ବିରୋଧ କରିଥିଲେ ଏବଂ ତାଙ୍କ ପିତାମାତାଙ୍କ ପରାମର୍ଶରେ ବେବିଙ୍କ ଫୋନ ଆଣି ତାଙ୍କ ପାଖରେ ରଖିଥିଲେ। ଏହି କାରଣରୁ ବେବି ତାଙ୍କୁ ସାଂଘାତିକ ଭାବେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ଏହି ଆକ୍ରମଣରେ ପ୍ରଦୀପ ଗୁରୁତର ହୋଇଛନ୍ତି। ବେବିଙ୍କ ବିରୋଧରେ ଏକ ମାମଲା ମଧ୍ୟ ରୁଜୁ ହୋଇଛି। ପୋଲିସ ଏନେଇ ଅଧିକ ତଦନ୍ତ ଆରମ୍ଭ କରିଛି। ପ୍ରଦୀପ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧବିରତିର ମାତ୍ର କିଛି ଘଣ୍ଟା ପରେ ଇରାନ ତୈଳ ବିଶୋଧନାଗାରରେ ବିସ୍ଫୋରଣ, କିଏ କଲା ଆକ୍ରମଣ?

ତେହେରାନ,୮।୪: ଆମେରିକା ସର୍ତ୍ତମୂଳକ ଯୁଦ୍ଧବିରତି ଘୋଷଣା କରିବାର କିଛି ଘଣ୍ଟା ପରେ ଇରାନର ଲାଭାନ ଦ୍ୱୀପରେ ପ୍ରଥମ ବଡ଼ ଆକ୍ରମଣ ହୋଇଛି । ଲାଭାନ ଦ୍ୱୀପରେ ଥିବା…

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

ଯୁଦ୍ଧବିରତି ଭିତରେ ଭାରତର ବଡ଼ ବିଜୟ! ୭ବର୍ଷ ପରେ ଚାଇନାକୁ ଦେଲା ଝଟ୍‌କା

ନୂଆଦିଲ୍ଲୀ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ, ବୁଧବାର (୮ ଏପ୍ରିଲ, ୨୦୨୬) ଦିନ ଅଶୋଧିତ ତୈଳ ଭବିଷ୍ୟତରେ ତୀବ୍ର…

ଭୁବନେଶ୍ବରରେ ଛାତିଥରା ହତ୍ୟାକାଣ୍ଡ, ସ୍ତ୍ରୀର ତଣ୍ଟି କାଟି ବୀଭତ୍ସ ହତ୍ୟା କଲେ ସ୍ବାମୀ

ଭୁବନେଶ୍ବର,୮।୪: ରାଜଧାନୀ ଭୁବନେଶ୍ବରରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ସ୍ବାମୀ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍ୱସ୍ତି ନଗର…

ଗ୍ରାମ୍ୟ ପାଇପ୍‌ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ମୋହନା,୮ା୪ (ମନ୍ମଥ ମିଶ୍ର): ଗ୍ରାମ୍ୟ ପାଇପ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଗଲେ ପମ୍ପ ଚାଳକ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ହଜାର ହଜାର ଆଖୁଚାଷୀ, ଶ୍ରମିକଙ୍କ ଜୀବନଜୀବିକା ପ୍ରଭାବିତ, ପୁନଃ ଚିନିକଳ କାର୍ଯ୍ୟକ୍ଷମ ଦାବି କରି…

ବଲାଙ୍ଗୀର,୮ା୪(ସୁନିଲ କୁମାର ମହାନ୍ତି): ଦେଓଗାଁ ଚିନିକଳ ସମିତି ପକ୍ଷରୁ ବୁଧବାର ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୟାନନ୍ଦ ସମବାୟ ଚିନିକଳ ପୁନଃ କାର୍ଯ୍ୟକ୍ଷମ କରିବା ଦାବି ନେଇ…

ବିବାଦୀୟ ମନ୍ତବ୍ୟ ଦେବା ପରେ କ୍ଷମା ମାଗିଲେ ଖାର୍ଗେ, ଭାବନାକୁ ଆଘାତ ଦେବା…

ନୂଆଦିଲ୍ଲୀ,୮।୪: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଗୁଜରାଟର ଲୋକଙ୍କ ସମ୍ପର୍କରେ ଦେଇଥିବା ବୟାନ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି । ସେ କହିଛନ୍ତି ଯେ ସେ ସବୁବେଳେ ଗୁଜରାଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri