ଖବର ପ୍ରକାଶ ପାଇବା ପରେ ଦୃଷ୍ଟି ପଡ଼ିଲା; ସୌଭାଗ୍ୟ ପଡ଼ାରେ ଖୋଳା ହେଲା ନଳକୂପ

କୋକସରା,୨୨।୪(ଡି.ଏନ.ଏ): କଳାହାଣ୍ଡି ଜିଲା କୋକସରା ବ୍ଲକ ବଡ ପୋଡାଗୁଡା ପଞ୍ଚାୟତର ୱାର୍ଡ ନଂ-୧୨ରେ ଥିବା ସୋଭାଗ୍ୟ ପଡ଼ାରେ ନଳକୂପଟିଏ ନ ଥିବା ରୁ ବର୍ଷ ତମାମ ଜଳକଷ୍ଟ ଭୋଗୁଥିଲେ ପଡାବାସୀ। ଏନେଇ ବିଭିନ୍ନ ଖବରକାଗଜରେ ଖବର ପ୍ରକାଶିତ ହେବାପରେ ବ୍ଳକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ଦିନକ ମଧ୍ୟରେ ନଳକୂପ ଖୋଳାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଶେଷରେ ଗୁରୁବାର ବ୍ଳକ ଉପାଧ୍ୟକ୍ଷ ଅଗ୍ରୱାଲ ଙ୍କ ଉପସ୍ଥିତିରେ ପଡ଼ାରେ ନଳକୂପ ଖୋଳାଯାଇଛି। ନଳକୂପ ଖନନ ପରେ ପଡାବାସୀ ବ୍ଳକ ଉପାଧ୍ୟକ୍ଷ ସମେତ ବ୍ଳକ ପ୍ରଶାସନ ଓ ଗଣମାଧ୍ୟମକୁ ଧନ୍ୟବାଦ ଜଣାଇଛନ୍ତି।

ସୂଚନାଯୋଗ୍ୟ ଯେ, ସୋଭାଗ୍ୟ ପଡାରେ ୩୦ରୁ ଊର୍ଦ୍ଧ୍ୱ ପରିବାର ବସବାସ କରୁଥିବା ବେଳେ ପାନୀୟ ଜଳ ନିମନ୍ତେ ପଡ଼ାରେ ନଳକୂପ ଟିଏ ନ ଥିଲା। ଫଳରେ ପିଇବା ପାଣି ଟିକକ ପାଇଁ ପଡାବାସୀ ନିକଟରେ ଥିବା ମୁଟ୍ରା ନଦୀ ପାଣି ଉପରେ ବର୍ଷ ତମାମ ନିର୍ଭର କରି ଆସୁଥିଲେ। ନଳକୂପଟିଏ ଖୋଲିବା ପାଇଁ ପ୍ରଶାସନ ପାଖରେ ବାରମ୍ବାର ଗୁହାରି କରିଥିଲେ ମଧ୍ୟ କାହାରି ଦୃଷ୍ଟି ପଡୁ ନ ଥିଲା। ହେଲେ ଏବେ ବ୍ଲକ ଉପାଧ୍ୟକ୍ଷଙ୍କ ଏଭଳି କାର୍ଯ୍ୟକୁ ସାଧାରଣ ରେ ପ୍ରଶଂସା କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

ଦିଗପହଣ୍ଡିରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ଶିଳାନ୍ୟାସ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି,୨୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ବୁଧବାର ବିଧାୟକ ଡ଼.ସିଦ୍ଧାନ୍ତ ମହାପାତ୍ର ଶିଳାନ୍ୟାସ କରିଛନ୍ତି । ରାଜ୍ୟ...

ଡ୍ରେନରେ ପଡ଼ି ସାଇକେଲ ଆରୋହୀ ମୃତ, ମୁକୁଳା ଥିବାରୁ ଅଘଟଣ ଅଭିଯୋଗ

ବଲାଙ୍ଗୀର, ୨୪/୧୨- (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବଲାଙ୍ଗୀର ସହର ଜଗନ୍ନାଥପଡା ପାଟଣେଶ୍ୱରୀ ମନ୍ଦିର ସମ୍ମୁଖରେ ଥିବା...

ଆସନ୍ତା ୨୭-୨୮ରେ ବୁଢ଼ାଡଙ୍ଗର ଲୋକ ମହୋତ୍ସବ: ସମ୍ମାନୀତ ହେବେ…ଯୋଗ ଦେବେ ବଲିଉଡ ସହ…

କେସିଙ୍ଗା,୨୪।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର ଅଗ୍ରଣୀ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର ସଭାପତି ସୁଶାନ୍ତ କୁମାର ମହାପାତ୍ରଙ୍କ ନେତୃତ୍ୱରେ ବିଏସ୍‌ଏ କାର୍ଯ୍ୟାଳୟ ପରିସରରେ ବୁଧବାର ସାରେ ଏକ...

‘ଲୋକେ ସଚେତନ ହେଲେ ଲୋପ ପାଇବ କୁସଂସ୍କାର’; ୩୬ତମ ବାର୍ଷିକ ଉତ୍ସବରେ…

ଭଞ୍ଜନଗର,୨୪।୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସରସତୀ ଶିଶୁ ବିଦ୍ୟା ମନ୍ଦିର (ଡିହପଢାଳ) ର ୩୬ ତମ ବାର୍ଷିକ ଉତ୍ସବ ମଙ୍ଗଳବାର ସାଂରେ ପାଳିତ ହୋଇଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri