Posted inଫୁରସତ

କୁକୁରର ଓଜନ ୭୦ କିଲୋଗ୍ରାମରୁ ଅଧିକ, ଭିଡିଓ ଦେଖିଲେ…

ମଣିଷ ଏବଂ କୁକୁରମାନଙ୍କ ମଧ୍ୟରେ ସମ୍ପର୍କ ବେଶ୍‌ ଘନିଷ୍ଠ। ଏପରିକି ମଣିଷମାନେ ନିଜ ପିଲାମାନଙ୍କ ପରି କୁକୁରଙ୍କୁ ବଢ଼ାଇଥାନ୍ତି। ଆଜିର ଯୁଗରେ ଅନେକ ପ୍ରଜାତିର କୁକୁର ଦେଖିବାକୁ ମିଳୁଛି। ଲୋକମାନେ ସେମାନଙ୍କର ଷ୍ଟାଟସ୍‌ ଅନୁଯାୟୀ କୁକୁର କିଣିଥାନ୍ତି ଏବଂ ରକ୍ଷାଣାବେକ୍ଷଣ କରିଥାନ୍ତି। ଅନେକ କେବଳ ଶୋ’ ପାଇଁ ସବୁଠାରୁ ମହଙ୍ଗା ପ୍ରଜାତିର କୁକୁର କିଣନ୍ତି। ପ୍ରତ୍ୟେକ ପ୍ରଜାତିର ମୂଲ୍ୟ ମଧ୍ୟ ଅଲଗା ଅଟେ। ଏବେ ଏପରି କୁକୁରର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯାହାର ଉଚ୍ଚତା ଏବଂ ଓଜନ ଜାଣିଲେ ଆଶ୍ଚର୍ଯ୍ୟ ହେବେ।

 

ଅନେକ ଲୋକ ଏହାର ନାମ ରିଅଲ ଲାଇଫ୍‌ କ୍ଲିଫୋର୍ଡ ରଖିଛନ୍ତି। ଏହାର ଆକାର ଏବଂ ଶରୀରରେ ଲୋମ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଏହି ଆଲାସ୍କାନ କୁକୁରର କେଶ କାଟିବା ପାଇଁ ଗ୍ରୁମ୍‌କୁ ଆଣିଥିଲେ। ଏହାର ଓଜନ ୭୦ କିଲୋଗ୍ରାମରୁ ଅଧିକ। ଉଚ୍ଚତା ୭୦ ସେଣ୍ଟିମିଟରରୁ ବି ଅଧିକ। ଏହି ସମୟରେ କେଶ କାଟୁଥିବା ବ୍ୟକ୍ତି କୁକୁର ସାମ୍ନାରେ ବହୁତ ଛୋଟ ଦେଖାଯାଉଥିଲେ। କେଶ କାଟିବା ପରେ କୁକୁରଟି ସାମ୍ପୁରେ ଗାଧୋଇଥିଲା। ଏହା ପରେ ତା’ର କେଶ ଆହୁରି ଫୁଲିଲା ପରି ଦେଖାଗଲା।

ସୂଚନାନୁଯାୟୀ, ଏହି କୁକୁରମାନେ ପ୍ରାୟ ୫୦୦ କିଲୋଗ୍ରାମ ପର୍ଯ୍ୟନ୍ତ ବଢ଼ିପାରନ୍ତି। ଯେତେବେଳେ ଲୋକମାନେ ଏହାର ଫଟୋ ଦେଖିଲେ, ସେମାନେ ଏହାକୁ ଏଡିଟ ହୋଇଥିବା କହିଥିଲେ। ବାସ୍ତବରେ ଏହି କୁକୁରଟି ବହୁତ ବଡ଼ ଥିଲା।

କମ୍ବିଂ ନାମକ ଏହି କୁକୁରର ଭିଡିଓ ସୋସିଆଲ ମିଡିଆରେ ଶେୟାର କରାଯାଇଥିଲା। ଏଥିରେ କୁକୁର ଏକ ଟେବୁଲ ଉପରେ ଠିଆ ହୋଇଥିଲା। କେଶ କାଟୁଥିବା ବ୍ୟକ୍ତି କୁକୁର ନିକଟରେ ବହୁତ ଛୋଟ ଦେଖାଯାଉଥିଲେ। ଯାହାକୁ ଦର୍ଶକମାନେ ବିଶ୍ୱାସ କରି ପାରି ନ ଥିଲେ। ଭିଡିଓଟି @Rainmaker1973 ନାମକ ଏକ ଟୁଇଟର ପେଜ୍‌ରେ ଶେୟାର କରାଯାଇଛି। ଲକ୍ଷାଧିକ ଲୋକ ଦେଖିଥିବା ବେଳେ ହଜାର ହଜାର ଲୋକ ଶେୟାର ଆଉ କମେଣ୍ଟ ବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

BCCI Central Contract 2025-26: ଗିଲଙ୍କ ସମେତ ଏହି ଖେଳାଳିଙ୍କୁ  ଗ୍ରେଡ୍‌ A, ହେଲେ କୋହଲି-ରୋହିତଙ୍କୁ B; ନିରାଶ ହେଲେ…

ନୂଆଦିଲ୍ଲୀ,୯।୨: BCCI ୨୦୨୫-୨୬ ବର୍ଷ ପାଇଁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଲିଷ୍ଟ(କେନ୍ଦ୍ରୀୟ ଚୁକ୍ତି ତାଲିକା) ପ୍ରକାଶ କରିଛି। ଏଥିରେ ବଡ଼ ପରିବର୍ତ୍ତନ ହୋଇଛି। ତାଲିକାରୁ ଏ ପ୍ଲସ୍‌ (A+)…

ଚୁଟ୍‌କିରେ ଉଠାଇପାରିବେ PFରୁ ଟଙ୍କା: UPIରୁ ସିଧା ଆକାଉଣ୍ଟକୁ ଆସିବ, EPFO ଆଣୁଛି…

ନୂଆଦିଲ୍ଲୀ,୯।୨: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ)ର ପ୍ରାୟ ୮ କୋଟିରୁ ଅଧିକ ସଦସ୍ୟଙ୍କ ପାଇଁ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଶ୍ରମ ମନ୍ତ୍ରଣାଳୟ ଏକ…

ଏପ୍ରିଲ ୧ରୁ ଲାଗୁ ହେବାକୁ ଯାଉଛି ନୂଆ ଆୟକର ଆଇନ, ଜାଣନ୍ତୁ କରଦାତାଙ୍କ ପାଇଁ କ’ଣ ହେବ ପରିବର୍ତ୍ତନ…

ନୂଆଦିଲ୍ଲୀ,୯।୨: ଦେଶର ଆୟକର ବ୍ୟବସ୍ଥାରେ ୧ ଏପ୍ରିଲ, ୨୦୨୬ରୁ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଆୟକର ବିଭାଗ ଡ୍ରାଫ୍ଟ ଆୟକର ନିୟମ, ୨୦୨୬ ସହିତ ଡ୍ରାଫ୍ଟ…

ଇଟାଲୀକୁ ହରାଇ ସ୍କଟଲାଣ୍ଡର ବିଜୟ ଅଭିଯାନ ଆରମ୍ଭ

କୋଲକାତା,୯ା୨- ଟି୨୦ ବିଶ୍ୱକପ୍‌ରେ ସୋମବାର ଖେଳାଯାଇଥିବା ମ୍ୟାଚ୍‌ରେ ସ୍କଟଲାଣ୍ଡ ୭୩ ରନର ବ୍ୟବଧାନରେ ଇଟାଲୀକୁ ପରାସ୍ତ କରିଛି। ଏହି ବିଜୟ ସହ ସ୍କଟଲାଣ୍ଡ ଟି୨୦ ବିଶ୍ୱକପ୍‌ ଲାଗି…

ଆଇସକ୍ରିମ୍‌ ଖାଇ ୧୮ ପିଲା ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

ବାଙ୍କି , ୯।୨( ଶୁଭେନ୍ଦୁ ମହାପାତ୍ର): ଆଇସକ୍ରିମ୍‌ ଖାଇ ୧୮ ପିଲା ଅସୁସ୍ଥ । ଏଭଳି ଘଟଣା ବାଙ୍କି ଥାନା ଅନ୍ତର୍ଗତ ଭେଡା ରାମଚନ୍ଦ୍ରପୁର ପଞ୍ଚାୟତସ୍ଥିତ କୁମୁସର…

“ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ କୌଣସି ବାଧା ସହିବୁ ନାହିଁ”: ସୁପ୍ରିମକୋର୍ଟଙ୍କ ଚେତାବନୀ

ନୂଆଦିଲ୍ଲୀ,୯।୨: ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ (SIR) ପ୍ରକ୍ରିୟାକୁ ନେଇ ସୁପ୍ରିମକୋର୍ଟ ସବୁ ରାଜ୍ୟ ସରକାରଙ୍କୁ ଏକ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ…

ଉପାସନାଙ୍କ ତେରଛା ବାଣର ଜବାବ ରଖିଲେ ସଞ୍ଜୟ ଦାସବର୍ମା, କହିଲେ ବିଜେଡି କିଣା ବିକାରେ…

ଭୁବନେଶ୍ୱର,୯।୨: ବିଧାୟିକା ଉପାସନାଙ୍କ ତେରଛା ବାଣର ଜବାବ ରଖିଲେ ସଞ୍ଜୟ ଦାସବର୍ମା। ଦାସବର୍ମା କହିଛନ୍ତି, ବିଜେଡି କିଣାବିକାରେ ବିଶ୍ୱାସ କରେନି।ସେଠାକାର ଜନପ୍ରତିନିଧି ପ୍ରଥମେ ବ୍ରହ୍ମଗିରିବାସୀଙ୍କ ଆକାଂକ୍ଷା ପୂରଣ…

ସ୍ୱର୍ଣ୍ଣରୁ ବଞ୍ଚିତ ହେଲେ ମନୁ ଭାକର

ନୂଆଦିଲ୍ଲୀ, ୯ା୨: ଅଲିମ୍ପିକ ଡବଲ ବ୍ରୋଞ୍ଜ ପଦକ ବିଜେତା ମନୁ ଭାକର ନୂଆଦିଲ୍ଲୀଠାରେ ଚାଲିଥିବା ଏସିଆନ ଶୁଟିଂ ଚାମ୍ପିୟନଶିପ୍‌ରେ ଅଳ୍ପକେ ସ୍ୱର୍ଣ୍ଣ ପଦକ ପାଇବାରୁ ବଞ୍ଚିତ ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri