ଦାରିଙ୍ଗବାଡ଼ିରେ ବନ୍ଦ ହେଲା ସାପ୍ତାହିକ ହାଟ

ଦାରିଙ୍ଗବାଡ଼ି,୫ା୭(ଡି.ଏନ୍‌.ଏ.): କନ୍ଧମାଳ ଜିଲା ପ୍ରଶାସନର ନିର୍ଦ୍ଦେଶ ଅନୁଯାୟୀ ଶନିବାର ଏବଂ ରବିବାର ଶଟ୍‌ଡାଉନ୍‌ ଘୋଷଣାକୁ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ଦୃଢ଼ ପଦକ୍ଷେପ ନିଆଯାଇଛି। ଶନିବାର ସମ୍ପୂଣ୍ଣର୍ର୍ ବନ୍ଦ ରହିଥିବା ବେଳେ ରବିବାର ମଧ୍ୟ ସକାଳ ୬ଟାରୁ ସ୍ଥାନୀୟ ପୋଲିସ ପକ୍ଷରୁ କଡ଼ା ପ୍ରହରା ଦିଆଯାଇଛି। ରବିବାର ଦାରିଙ୍ଗବାଡ଼ିଠାରେ ସାପ୍ତାହିକ ହାଟ ରହିଥିବା ବେଳେ ଏବେ ଜିଲା ପ୍ରଶାସନ ସାପ୍ତାହିକ ହାଟକୁ ବାରଣ କରିଛି। ତଥାପି ରବିବାର ମାର୍କେଟ ଭିଡ଼ ଜମୁଥିଲା କିନ୍ତୁ ଶଟ୍‌ଡାଉନ୍‌ ଯୋଗୁ ଏହା ବନ୍ଦ ରହିଛି। ଆଇଆଇସି କୌଶିକ ମାଝି ସଦଳବଳ ପାଟ୍ରୋଲିଂକୁ କଡ଼ାକଡ଼ି କରିଛନ୍ତି। ସିମନବାଡ଼ି ସମେତ ଗ୍ରୀନବାଡ଼ି, ଶ୍ରାନିକେତା, କିରିକୁଟି, ବାଡାବାଙ୍ଗା, ଆଦି ଅଞ୍ଚଳରେ ପୋଲିସ ପାଟ୍ରୋଲିଂ କଡ଼ାକଡ଼ି କରାଯାଇଛି।