ବଲାଙ୍ଗୀର,୩ା୧(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ତେଲ ନଦୀ ବ୍ରିଜ ତଳୁ ଶନିବାର ଏକ ମୃତଦେହ ଉଦ୍ଧାର କରାଯାଇଛି।
ସୂଚନା ଅନୁଯାୟୀ, ବ୍ରିଜ ତଳୁ ଉଦ୍ଧାର କରଯାଇଥିବା ମୃତ ଯୁବକ ଜଣକ ହେଲେ ଦେଉଳଗୁଡ଼ି ଗାଁର ବ୍ୟବସାୟୀ ନଟରାଜ ଥନାପତି। କିଛି ମାସ ତଳେ ନଟରାଜଙ୍କ ବିବାହ ଠିକ୍ ହୋଇଥିଲା। ଆଉ ଅଳ୍ପ କିଛି ଦିନ ଥିବା ବେଳେ ଆଜି ତାଙ୍କର ବ୍ରିଜ୍ତଳୁ ମୃତଦେହ ମିଳିବାରୁ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି। ଏପରିକି ନଟରାଜଙ୍କ ବିବାହ କାର୍ଡ ବଣ୍ଟନ ମଧ୍ୟ କରି ସାରିଥିବା ପରିବାର ଲୋକେ କହିଛନ୍ତି। ମୃତ୍ୟୁ ନେଇ ପରିବାର ଲୋକେ କିଛି କହି ନ ଥିବାବେଳେ ଘଟଣାସ୍ଥଳରେ ତୁଷୁରା ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରୁଥିବା ଏସ୍ଡିପିଓ ସରୋଜ କୁମାର ଉପାଧ୍ୟାୟ କହିଛନ୍ତି। ବ୍ୟବସାୟୀଙ୍କ ଆତ୍ମହତ୍ୟା ନା ପୁରୁଣା ପ୍ରେମ ଏ ଦିଗରେ ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।


