ମହାପ୍ରଭୁଙ୍କ ପାଟବସ୍ତ୍ର ବୁଣାକାମ ଆରମ୍ଭ

ଖୋର୍ଦ୍ଧା ଅଫିସ,୨୪ା୪: ପବିତ୍ର ଅକ୍ଷୟତୃତୀୟାରେ ରବିବାର ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା ଲାଗି ପାରମ୍ପରିକ ରୀତି ନୀତିରେ ତିନିରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଅନ୍ୟପଟେ ଆସନ୍ତା ରଥଯାତ୍ରାରେ ମହାପ୍ରଭୁଙ୍କ ପାଇଁ ପାଟବସ୍ତ୍ର ଯୋଗାଇବାକୁ ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ରାଉତପଡ଼ା ଗ୍ରାମରେ ରବିବାରଠାରୁ ସୂତାଲୁଗା ଓ ପାଟବସ୍ତ୍ର ପ୍ରସ୍ତୁତି ଆରମ୍ଭ ହୋଇଛି। ଗ୍ରାମର ଗୋପୀନାଥ ଦାସଙ୍କ ପରିବାର ଓ ଅନ୍ୟ ବୁଣାକାରମାନେ ଏହି କାର୍ଯ୍ୟରେ ଲାଗିଛନ୍ତି।
ସ୍ନାନପୂର୍ଣ୍ଣିମା, ରଥଯାତ୍ରା, ବାହୁଡ଼ା ଯାତ୍ରାରେ ମହାପ୍ରଭୁଙ୍କୁ ବିଭିନ୍ନ ବେଶ ଲାଗି କରାଯାଇଥାଏ। ରଥଯାତ୍ରାରେ ଚେହେଲି ପାଟ, ବଡ଼ସିଂହାର ଲାଗି ଗୀତଗୋବିନ୍ଦ ପାଟ, ୭ ପ୍ରକାର ଖଣ୍ଡୁଆ ପାଟ, ସୂତାରେ ପ୍ରସ୍ତୁତ ଦୁଇପ୍ରକାର ଘୋଡଣି, ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ଜଳ ପାଇଁ ଅଧର ଗାମୁଛା, ଲାଲ, ସବୁଜ ଓ ହଳଦିଆ ରଙ୍ଗର ଏକ ସେଟ ଲେଖାଏ ଚେହେଲି ପାଟ ଲାଗି କରାଯାଏ। ସେହିପରି ବଡ଼ସିଂହାର ବେଶ ଲାଗି ଜୟଦେବ ଗୀତଗୋବିନ୍ଦଙ୍କ ଶ୍ଳୋକ ଲେଖାଥିବା ଗୀତଗୋବିନ୍ଦ ପାଟ, ସପ୍ତବିଗ୍ରହ ଯଥା ମାଧବ, ସୁଦର୍ଶନ, ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ଶ୍ରୀଦେବୀ, ଭୂଦେବୀଙ୍କ ଲାଗି ସୂତାର ୨ ପ୍ରକାର ଘୋଡଣି ସମେତ ମହାପ୍ରଭୁଙ୍କ ଅନ୍ୟ ସେବା ଲାଗି ୩୦ରୁ ୩୫ପ୍ରକାର ଲୁଗା ଯଥା ନେତଫୁଟା, ବୋଇରାଣୀ, ପତନି, ଟଣାଖୋସା, ମଲମଲ, ଶ୍ରୀମୁଖ ଓତା, ଗଦିପୁଟା ବସ୍ତ୍ର ଲାଗି ହୋଇଥାଏ।
ବୁଣାକାର ଗୋପୀନାଥ କହିଛନ୍ତି, ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ଚଳିତ ବର୍ଷର ରଥଯାତ୍ରା ଲାଗି ତାଲିକା ମିଳିବା ପରେ ବୁଣାକାମ ଆରମ୍ଭ ହୋଇଛି। ସ୍ନାନ ଯାତ୍ରା ପୂର୍ବରୁ ସମସ୍ତ ସୂତାଲୁଗା ଓ ପାଟବସ୍ତ୍ର କାର୍ଯ୍ୟାଳୟରେ ପଇଠ ଲାଗି ନିର୍ଦ୍ଦେଶ ରହିଛି। ପବିତ୍ର ଅକ୍ଷୟ ତୃତୀୟାରେ ମହାପ୍ରଭୁଙ୍କ ରଥଯାତ୍ରା ଲାଗି ରଥକାଠ ଅନୁକୂଳ ହୋଇଥିବା ବେଳେ ଏଠାରେ ମଧ୍ୟ ପାରମ୍ପରିକ ପଦ୍ଧତିରେ ନିଷ୍ଠା ପୂର୍ବକ ମହାପ୍ରଭୁଙ୍କ ନିକଟରେ ପୂଜାର୍ଚ୍ଚନା ପରେ କାମ ଆରମ୍ଭ ହୋଇଛି। ବୁଣାକାରମାନେ ମହାପ୍ରଭୁଙ୍କ ନିକଟରେ ଭକ୍ତି ସମର୍ପଣ ସହ କାମ କରନ୍ତି। ବୁଣାକାମ ଚାଲିଥିବା ପର୍ଯ୍ୟନ୍ତ ଅନ୍ୟତ୍ର କେଉଁଆଡ଼େ ଯାଆନ୍ତି ନାହିଁ କି ବାହାରେ କେଉଁଠାରେ ଖାଆନ୍ତି ନାହିଁ। ମହାପ୍ରଭୁଙ୍କ ଆଶୀର୍ବାଦରୁ ସମସ୍ତ କାମ ନିର୍ଦ୍ଧାରିତ ସମୟ ପୂର୍ବରୁ ସମାପ୍ତ ହୋଇଥାଏ। ଲୁଗା ଓ ବସ୍ତ୍ର ବୁଣିବା ଲାଗି କଞ୍ଚାମାଲ ପ୍ରଦାନରେ ସ୍ଥାନୀୟ ବୟନ ହସ୍ତତନ୍ତ ଶିଳ୍ପ ବିଭାଗର ଅଧିକାରୀ ସହଯୋଗ କରୁଛନ୍ତ। ଗୋପୀନାଥ କହିଛନ୍ତି. ବାପା ଥରେ ରଥରେ ମହାପ୍ରଭୁଙ୍କ ଦର୍ଶନ ପରେ ଭାବବିହ୍ବଳ ହୋଇପଡ଼ିଥିଲେ। ମହାପ୍ରଭୁଙ୍କ ଲାଗି ବସ୍ତ୍ର ପ୍ରସ୍ତୁତି ପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟ ସହ ଯୋଗାଯୋଗ କରିଥିଲେ। ମହାପ୍ରଭୁଙ୍କ ଅପାର ମହିମା ଓ ଆର୍ଶୀବାଦରୁ ଏହି ସେବାର ସୁଯୋଗ ମିଳିଲା। ସେବେଠାରୁ ଏହି ସେବା ଜାରି ରହିଛି। ବସ୍ତ୍ର ପ୍ରସ୍ତୁତି ପୂର୍ବରୁ ଘର ଲିପାପୋଛା କରାଯାଏ। ଆରମ୍ଭ ଦିନଠାରୁ ଶେଷ ପର୍ଯ୍ୟନ୍ତ ଏଥିରେ ଲାଗିଥିବା ସମସ୍ତ ସଦସ୍ୟ ଶୁଦ୍ଧପୂତ ଭାବେ ମହାପ୍ରଭୁଙ୍କୁ ସ୍ମରଣ କରି ବୁଣାକାମରେ ଲାଗିଥାନ୍ତି। ଭୋକ ଶୋଷ ଜଣାପଡ଼େନାହିଁ। ଏହି ସମୟରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥାଏ। ପ୍ରତ୍ୟକ୍ଷ ନ ହେଲେ ମଧ୍ୟ ଠାକୁରଙ୍କ ପରୋକ୍ଷରେ ସେବା କରିବାର ସୁଯୋଗ ମିଳିଥିବାରୁ ନିଜକୁ ଏହି ବୁଣାକାର ପରିବାର ଧନ୍ୟ ମନେ କରନ୍ତି। ରାଉତପଡ଼ା ଗ୍ରାମର ଅଧିକାଂଶ ପରିବାର ହେଉଛନ୍ତି ବୁଣାକାର। ୧୯୯୩ ମସିହାରେ ଏହି ଗ୍ରାମର ମଧୁସୂଦନ ୱେଲ୍ଡିଂ ଫ୍ୟାକ୍ଟିର ମାଲିକ ମଧୁସୂଦନ ଦାସ ପ୍ରଥମ ଥର ପାଇଁ ରଥଯାତ୍ରାରେ ମହାପ୍ରଭୁଙ୍କ ଲାଗି ସୂତାଲୁଗା ଓ ପାଟବସ୍ତ୍ର ବୁଣି ଯୋଗାଇଥିଲେ। ଏବେ ତାଙ୍କ ପୁଅ ଗୋପିନାଥ ଓ ପରିବାର ସଦସ୍ୟ ବର୍ଷ ସାରା ପାଟ, ସୂତାବସ୍ତ୍ର ଓ ଲୁଗା ଯୋଗାଇ ଆସୁଛନ୍ତି। ଏଥିସହିତ ଗ୍ରାମର ଅନ୍ୟ ବୁଣାକାର ପରିବାର ମଧ୍ୟ ସହଯୋଗ କରୁଛନ୍ତି। ଏହି ବୁଣାକାମରେ ଗୋପୀନାଥଙ୍କ ୯୩ ବର୍ଷୀୟା ମାଆ ଆସେଲି, ଭାଇ ରାମଚନ୍ଦ୍ର, ଭଗବାନ, ଗୋବିନ୍ଦ ଚନ୍ଦ୍ର, କୈଳାସ ଚନ୍ଦ୍ର, ରବୀନ୍ଦ୍ର କୁମାର, ଅଶୋକଙ୍କ ସମେତ ନିମାଇଁ ଚରଣ କୁଣ୍ଡୁ, କାର୍ତ୍ତିକେଶ୍ବର ପାତ୍ର ପ୍ରମୁଖ ନିୟୋଜିତ ଅଛନ୍ତି। ମହାପ୍ରଭୁଙ୍କ ସେବାରୁ ଅପୂର୍ବ ଆନନ୍ଦ ମିଳିଥାଏ ବୋଲି ଏମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୂର ହେବ ଶିକ୍ଷକଙ୍କ ସମସ୍ୟା, ଶିଶୁ ଉତ୍ସବରେ ଯୋଗଦେଇ ପ୍ରତିଶୃତି ଦେଲେ ଭଞ୍ଜନଗର ବିଧାୟକ

ଭଞ୍ଜନଗର, ୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟରେ ଦୁଇଦିନ ଧରି ଓଷ୍ଠା ପକ୍ଷରୁ ଚାଲିଥିବା ଜିଲ୍ଲା ସ୍ତରୀୟ ଶିଶୁ ଉତ୍ସବ ରବିବାର...

ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ: ଭକ୍ତ କହିଲେ..

ଭୁବନେଶ୍ୱର,୨୧।୧୨: ପିସିସି ସଭାପତି ଭକ୍ତ ଚରଣ ଦାସ ରବିବାର ଏକ ବଡ଼ ଆହ୍ବାନ ଦେଇଛନ୍ତି। ଆସନ୍ତା ୨୬ ତାରିଖରେ କଂଗ୍ରେସ ପକ୍ଷରୁ ଜନ ଜାଗରଣ ଆନ୍ଦୋଳନ...

ଦାରିଙ୍ଗବାଡ଼ିରେ ଦିନତମାମ ବିଦ୍ୟୁତ୍‌ କାଟ୍‌, ଟୟ ଟ୍ରେନ୍‌, ମ୍ୟୁଜିକାଲ ଫାଉଣ୍ଟେନ୍‌ର ମଜା ନେଇପାରିଲେନି ପର୍ଯ୍ୟଟକ, ଶେଷରେ…

ଦାରିଙ୍ଗବାଡ଼ି,୨୧ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ରବିବାର ଛୁଟିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। ଭୋର ସମୟରୁ ହିଁ ବିଭିନ୍ନ ଅଞ୍ଚଳରୁ ପର୍ଯ୍ୟଟକଙ୍କ ଆଗମନ...

VB-G RAM G ବିଲକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, MGNREGA ବଦଳରେ ଏଣିକି ଲାଗୁ ହେବ…

ନୂଆଦିଲ୍ଲୀ,୨୧।୧୨: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ବିକାଶିତ ଭାରତ-ନିଯୁକ୍ତି ଏବଂ ଆଜୀବିକା ମିଶନ (ଗ୍ରାମୀଣ) ଗ୍ୟାରେଣ୍ଟି ବିଲ୍ VB-G RAM G ୨୦୨୫ କୁ ଅନୁମୋଦନ...

ଧରିତ୍ରୀର ପ୍ରଭାବ: ବେସାହାରା ଭାଇ ଭଉଣୀଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ବିଧାୟକ

ଗଞ୍ଜାମ,୨୧।୧୨(ବିଦ୍ୟାଧର ସାହୁ ): ଧରିତ୍ରୀରେ ଖବର ପ୍ରକାଶ ପରେ ପଡିଲା ପ୍ରଭାବ । ବେସାହାରା ଭାଇଭଉଣୀକୁ ସାହାଯ୍ୟର ହାତ ବଢ଼ାଇଲେ ଛତ୍ରପୁର ବିଧାୟକ । ଗଞ୍ଜାମ...

ଏହି ମୁସଲମାନ ଦେଶରୁ ମିଳିଲା ୪୫୦୦ ବର୍ଷର ପୁରୁଣା ସୂର୍ଯ୍ୟମନ୍ଦିର

କାଇରୋ,୨୧ା୧୨: ମିଶରର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ମିଶରର ରାଜଧାନୀ କାଇରୋରେ ଏକ ଆବିଷ୍କାର କରିଛି, ଯାହା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି। ଏଠାରେ ପ୍ରାୟ ୪,୫୦୦ ବର୍ଷ...

ଚିଲିକାରେ ଅଘଟଣ, ବୁଲିବାକୁ ଯାଇଥିବା ବେଳେ ବୁଡ଼ି ପର୍ଯ୍ୟଟକଙ୍କ ମୃତ୍ୟୁ

ଖୋର୍ଦ୍ଧା,୨୧।୧୨: ସାତପଡ଼ା ବୁଲିବାକୁ ଯାଇ ଚିଲିକାରେ ବୁଡ଼ିଗଲେ ପର୍ଯ୍ୟଟକ । ଚିଲିକା ମୁହାଣ ମୁହଁରେ ଗାଧୋଉଥିବା ସମୟରେ ଭାସିଯାଇଥିଲେ । ତେବେ ଏହି ଅଘଟଣରେ ପର୍ଯ୍ୟଟକଙ୍କ...

‘ପରବ’ର ଚତୁର୍ଥ ସନ୍ଧ୍ୟାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପ ଘୋଷଣା କରି…

କୋରାପୁଟ,୨୧ା୧୨(ଅମିତାଭ ବେହେରା): ଜାତୀୟସ୍ତରୀୟ ଆଦିବାସୀ ଲୋକ ମହୋତ୍ସବ ‘ପରବ’ ରବିବାର ଅନୁଷ୍ଠିତ ହେବାକୁ ଥିବା ଚତୁର୍ଥ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥିଭାବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri