ମୁମ୍ବାଇ ଆକ୍ରମଣର ଅଭିଯୁକ୍ତଙ୍କୁ ଭାରତ ଆଣିବା ରାସ୍ତା ପରିଷ୍କାର: ଆମେରିକା ସୁପ୍ରିମକୋର୍ଟରେ ପ୍ରତ୍ୟର୍ପଣ ରୋକିବା ଦାବି ଖାରଜ

ଓ୍ବାଶିଂଟନ/ମୁମ୍ବାଇ,୭।୩: ୨୬/୧୧ ମୁମ୍ବାଇ ଆକ୍ରମଣର ଅଭିଯୁକ୍ତ ତହଉର ରାଣାଙ୍କୁ ଭାରତ ଆଣିବା ପାଇଁ ପଥ ପରିଷ୍କାର ହୋଇଛି। ଆମେରିକାର ସୁପ୍ରିମକୋର୍ଟ ତହଉରଙ୍କ ଭାରତ ପ୍ରତ୍ୟର୍ପଣକୁ ରୋକିବା ପାଇଁ ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି।

ଭାରତକୁ ପ୍ରତ୍ୟର୍ପଣ ନ କରିବା ପାଇଁ ତହଉର କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ସେ ଆମେରିକାର ସୁପ୍ରିମକୋର୍ଟରେ ଏକ ଆବେଦନ ଦାଖଲ କରି ତାଙ୍କ ପ୍ରତ୍ୟର୍ପଣ ଉପରେ ଜରୁରୀକାଳୀନ ସ୍ଥଗିତାଦେଶ ଲଗାଇବାକୁ ଅନୁରୋଧ କରିଥିଲେ। ତହଉର କହିଥିଲେ ଯେ, ଯଦି ମୋତେ ଭାରତକୁ ପ୍ରତ୍ୟର୍ପଣ କରାଯାଏ, ତେବେ ମୋତେ ନିର୍ଯାତନା ଦିଆଯିବ ଏବଂ ମୁଁ ସେଠାରେ ଅଧିକ ଦିନ ବଞ୍ଚି ପାରିବି ନାହିଁ।

ସେ ତାଙ୍କ ଆବେଦରରେ ଆହୁରି ମଧ୍ୟ କହିଥିଲେ, ପାକିସ୍ତାନୀ ବଂଶୋଦ୍ଭବ ମୁସଲମାନ ହୋଇଥିବାରୁ ତାଙ୍କୁ ଭାରତରେ ବହୁତ ହଇରାଣ କରାଯିବ। ହ୍ୟୁମାନ ରାଇଟ୍ସ ୱାଚ ୨୦୨୩ ୱାଲର୍‌ଡ ରିପୋର୍ଟରେ କୁହାଯାଇଛି, ଭାରତର ଭାଜପା ସରକାର ଧାର୍ମିକ ସଂଖ୍ୟାଲଘୁ, ବିଶେଷକରି ମୁସଲମାନମାନଙ୍କ ପ୍ରତି ଭେଦଭାବ ପ୍ରଦର୍ଶନ କରୁଛି। ଭାରତ ସରକାର କ୍ରମାଗତ ଭାବରେ ଏକଛତ୍ରବାଦୀ ହେବାରେ ଲାଗିଛି। ତେଣୁ, ଯଦି ମୋତେ ଭାରତକୁ ହସ୍ତାନ୍ତର କରାଯାଏ, ତେବେ ସେଠାରେ ମୋତେ ନିର୍ଯାତନା ଦିଆଯିବ।

ସୂଚନାଯୋଗ୍ୟ, ଗତ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତରେ ଯାଇଥିବାବେଳେ ରାଣାଙ୍କୁ ଖୁବ୍‌ଶୀଘ୍ର ଭାରତ ପ୍ରତ୍ୟର୍ପଣ କରାଯିବ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋଷଣା କରିଥିଲେ। ଟ୍ରମ୍ପ୍‌ଙ୍କ ଅନୁମୋଦନ ପୂର୍ବରୁ ଆମେରିକା ସୁପ୍ରିମକୋର୍ଟ ଗତ ଜାନୁଆରୀ ୨୧ରେ ରାଣାଙ୍କ ଆବେଦନକୁ ଖାରଜ କରିଦେଇଥିଲେ। ଫଳରେ ତାଙ୍କର ଭାରତ ପ୍ରତ୍ୟର୍ପଣ ରାସ୍ତା ସଫା ହୋଇଯାଇଥିଲା।

୨୦୦୮ ନଭେମ୍ବର ୨୬ରେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲଶ୍କର-ଇ-ତୋଇବା ମୁମ୍ବାଇରେ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ୧୭୪ ଜଣଙ୍କ ଜୀବନ ଯିବା ସହ ଅନେକେ ଆହତ ହୋଇଥିଲେ। ପାକିସ୍ତାନୀ ବଂଶୋଦ୍ଭବ କାନାଡୀୟ ନାଗରିକ ରାଣା ଏହି ଆକ୍ରମଣରେ ସମ୍ପୃକ୍ତ ଥିବା ନେଇ ଭାରତରେ ଅଭିଯୁକ୍ତ ହୋଇଥିଲେ। ଲଶ୍କର ସଂଗଠନକୁ ସହାୟତା ଯୋଗାଇବା ମାମଲାରେ ସେ ଆମେରିକାରେ ଦୋଷୀସାବ୍ୟସ୍ତ ହୋଇଥିଲେ। ଭାରତରେ ତାଙ୍କର ବିଚାର ନିମନ୍ତେ ନୂଆଦିଲ୍ଲୀ ଦୀର୍ଘବର୍ଷ ହେଲା ତାଙ୍କ ପ୍ରତ୍ୟର୍ପଣ ପାଇଁ ଆମେରିକା କର୍ତ୍ତୃପକ୍ଷଙ୍କ ନିକଟରେ ଆବେଦନ କରିଆସିଛି। ୨୬/୧୧ ଆକ୍ରମଣ ପାଇଁ ରାଣା ତାଙ୍କ ସହଯୋଗୀ ଲଶ୍କର ସଂଗଠନ ସହ ସମ୍ପୃକ୍ତ ଆମେରିକୀୟ ଡାଭିଡ୍‌ କଲେମାନ୍‌ ହେଡ୍‌ଲିଙ୍କୁ ସହାୟତା କରିଥିଲେ। ଆମେରିକା କର୍ତ୍ତୃପକ୍ଷ ୨୦୦୯ରେ ହେଡ୍‌ଲିଙ୍କୁ ଗିରଫ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ବୁଡ଼ି ଚାଲିଗଲା ୨ ନାବାଳିକାଙ୍କ ଜୀବନ

ଉଦଳା,୭।୩: ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ନଥିପୁର ଗାଁରେ ଶନିବାର ଏକ ଅଘଟଣ ଘଟିଛି। ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଦୁଇ ନାବାଳିକାଙ୍କୁ ହରାଇ…

ପଟ୍ଟାଙ୍ଗିରେ ପହଞ୍ଚିଲା ଲୋକ ଅଧିକାର ଯାତ୍ରା : ବଞ୍ଚିବା ପାଇଁ ଲଢେଇ କର

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ଭରି ରହିଥିବା ବକ୍ସାଇଟ ଖଣି, ପାହାଡ଼ ତଥା ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ବାହାରିଥିବା ଲୋକ ଅଧିକାର ଯାତ୍ରା ଶନିବାର କୋରାପୁଟ…

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ଯୁଦ୍ଧ ଭିତରେ ପାକିସ୍ତାନକୁ ଶକ୍ତ ଝଟ୍‌କା, ବରବାଦ୍‌ ହୋଇଯିବ ପାକ୍‌

ଇସଲାମବାଦ,୭।୩: ପାକିସ୍ତାନ ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିଣାମ ମଧ୍ୟ ଭୋଗୁଛି। କାତାର ପାକିସ୍ତାନକୁ ଏକ ଫୋର୍ସ ମ୍ୟାଜିଅର ନୋଟିସ ଜାରି କରିଛି। ଏହାର ଅର୍ଥ ହେଉଛି ଯେ…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri