ଅରଡ଼େଇ ଜଳ ପ୍ରବାହ ରୋକିବାକୁ ଚକ୍ରାନ୍ତ

କେନ୍ଦୁଝର,୨୧ା୫ (ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝରର ବାରାହାରାଶି ପର୍ବତରୁ ବାହାରିଥିବା ଚିରଶ୍ରୋତା ନଦୀ ଅରଡ଼େଇର ଜଳସ୍ତର ହ୍ରାସ ପାଉଛି। ପୂର୍ବରୁ ସହରର ମଇଳା ଆବର୍ଜନା ଯୁକ୍ତ ପାଣିକୁ ଆଣି ଅରଡେଇରେ ମିଶାଇ ଜଳକୁ ଦୂଷିତ କରାଯାଉଛି। ଏବେ ପାଣି ପାଇପ ନେବାକୁ ନଦୀ ମଝିରେ ପିଲାର ନିର୍ମାଣ କରାଯାଉଛି। ଫଳରେ ନଦୀ ଅବରୋଧ ହେଉଥିବାରୁ ନଦୀର ଜଳ ପ୍ରବାହ ପ୍ରତି ବିପଦ ସୃଷ୍ଟି କରିଛି। ଅରଡ଼େଇର ଗତିପଥ ରୋକିବାକୁ ଚକ୍ରନ୍ତା ଚାଲିଛି ବୋଲି ବୃଦ୍ଧିଜୀବୀମାନେ ଅଭିଯୋଗ କରିଛନ୍ତି। ଯାହା ଭବିଷ୍ୟତ ପାଇଁ କୁପ୍ରଭାବ ପାକାଇବ ବୋଲି କୁହାଯାଇଛି।
ପ୍ରକାଶ ଯେ, ନଦୀ ଦ୍ୱାରା ସହର ଓ ଆଖ ପାଖ ଗ୍ରାମାଞ୍ଚଳର ଜଳସ୍ତର ନିୟନ୍ତ୍ରଣ ହେଉଛି। ନଦୀ ପାଣି ବ୍ୟବହାର କରାଯାଇ ଚାଷ କାର୍ଯ୍ୟ ହେଉଛି। ଏଣୁ ଜଳ ସେଚନ ପାଇଁ ବହୁ କୋଟି ଟଙ୍କା ବ୍ୟୟରେ ନଦୀରେ ଛୋଟ ଛୋଟ ବନ୍ଧ ଓ ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ କରାଯାଇଛି। ତେବେ ବିଭିନ୍ନ କାରଣରୁ ନଦୀ ପଠା ପୋତି ହୋଇ ଯାଉଥିବାରୁ କୃଷି ଉପରେ ପ୍ରଭାବ ଦେଖାଦେବ ବୋଲି ପରିବେଶବିତ୍‌ ଡ. ବିମ୍ବାଧର ବେହେରା କହିଛନ୍ତି। ଅନ୍ୟପକ୍ଷରେ ସହରର କିଛି ବ୍ୟବସାୟୀ ସେମାନଙ୍କ ଆବର୍ଜନା, ବ୍ରୟଲର କୁକୁଡ଼ା ବର୍ଜ୍ୟ ଆଦି ନଦୀ ଧାରରେ ପକାଇ ପାହାଡ଼ ପରି ଗଦା କରୁଛନ୍ତି। ବର୍ଷା ସମୟରେ ବର୍ଜ୍ୟ ମିଶ୍ରିତ ନଦୀ ଜଳକୁ ବ୍ୟବହାର କରିବା ଫଳରେ ଅନେକ ସଂକ୍ରାମକ ରୋଗ ବ୍ୟାପିବାର ଭୟ ସୃଷ୍ଟି ହୋଇଛି ବୋଲି ବରିଷ୍ଠ ଆଇନଜୀବୀ ଜ୍ୟୋତିରତ୍ନ ମହାନ୍ତ କହିଛନ୍ତି। ଏଥିସହ ଆବର୍ଜନାରେ ନଦୀ ପୋତି ହୋଇ ଜଳ ଧାରା ତଳ ମୁଣ୍ଡକୁ ପ୍ରବାହିତ ହୋଇପାରୁନାହିଁ। ନଦୀର ଜଳଧାରା ବନ୍ଦ ହେବା ମାନବ ସଭ୍ୟତା ଓ କୃଷି ପାଇଁ ଶୁଭଙ୍କର ନୁହେଁ ଓ ଏହାକୁ ନେଇ କେନ୍ଦୁଝର ନାଗରିକ ମଞ୍ଚ ତରଫରୁ ମଞ୍ଚର ପୂର୍ବତନ ସଭାପତି ସ୍ବର୍ଗତ ଉଇଙ୍ଗ କମାଣ୍ଡର କିରଣ ଶଙ୍କର ସାହୁଙ୍କ ପକ୍ଷରୁ କୋର୍ଟରେ ପିଟିସନ ଦାଖଲ କରାଯାଇଥିଲା। ଯାହାର ଶୁଣାଣି କରି କୋର୍ଟ ଏହି ଯୋଜନାକୁ ନିଷିଦ୍ଧ କରିଥିଲେ। ହେଲେ ତାହାକୁ ନ ମାନି କେନ୍ଦୁଝରଗଡ଼ ପୌରପାଳିକା ପକ୍ଷରୁ ଡ୍ରେନ ମାଧ୍ୟମରେ ଆବର୍ଜନାକୁ ଅରଡେଇ ନଦୀରେ ଛଡ଼ାଯାଉଛି। ଏବେ ପାଣି ପାଇପ ନେବାକୁ ନଦୀ ଗର୍ଭରେ ପିଲାର ନିର୍ମାଣ ହେଉଛି। ଫଳରେ ଜଳ ଧାରକୁ ବନ୍ଦ କରିଦେବ। ଫଳରେ ନିମ୍ନ ଭାଗରେ ଥିବା ଚେକ୍‌ ଡ୍ୟାମ ଅଚଳ ହୋଇଯିବ। ଚାଷୀ କୃଷି ପାଇଁ ଜଳ ପାଇବେ ନାହିଁ। ଅନ୍ୟପକ୍ଷରେ ମଣ୍ଡୁଆ, କାଶୀପୁର, ନରଣପୁର ଆଦି ଗ୍ରାମର ବ୍ୟବହୃତ ଶ୍ମଶାନକୁ ରାସ୍ତା ଅବରୋଧ ହେବ। ଏସବୁକୁ ଆଖି ଆଗରେ ରଖି ନିର୍ମାଣ କରାଯାଉଥିବା ପିଲାର ବିକଳ୍ପ ବ୍ୟବସ୍ଥା କରିବା ପାଇଁ ବୁଦ୍ଧିଜୀବୀ ଦାବି କରିଛନ୍ତି। ନଦୀର ଗତିପଥକୁ ରୋକିବାର ହୀନ ଚକ୍ରାନ୍ତ ଏବେ ତଳ ମୁଣ୍ଡର ରହୁଥିବା ଲୋକଙ୍କ ପାଇଁ କାଳ ସାଜିଛି ବୋଲି ବରିଷ୍ଠ ନାଗରିକ ଅଲେଖ ଚନ୍ଦ୍ର ପାତ୍ର କହିଛନ୍ତି। ସହରାଞ୍ଚଳ ଜଳ ଯୋଗାଣ ବିଭାଗର ଜେନେରାଲ ମ୍ୟାନେଜର ନାରଦ ରଥ କହିଛନ୍ତି, ପାଣି ପାଇପ ବିଛାଇବା ପାଇଁ ପିଲାର ନିର୍ମାଣ ହେଉଛି। ଏହା ଦ୍ୱାରା ନଦୀ ଜଳ ପ୍ରବାହ ଅବରୋଧ ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ତହସିଲଦାର…

ଦିଗପହଣ୍ଡି,୨୨ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲ ଓ ଏନଏସି ପ୍ରଶାସନ ପକ୍ଷରୁ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ଜାତୀୟ ଜନଗଣନା ୨୦୨୭ର…

ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଉତ୍ସବମୁଖର…

ବଲାଙ୍ଗୀର,୨୨ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ବିଶ୍ୱଶାନ୍ତି ପାଇଁ ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବମକୋଇ ପଞ୍ଚାୟତ ମଦନମୋହନପୁର ଗ୍ରାମସ୍ଥିତ ଶ୍ରୀ ମହାକାଳେଶର ଶୈବପୀଠରେ ବଶ୍ୱଶାନ୍ତି ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ ପାଇଁ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri